ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦ୍ୱିତୀୟ ଦିନରେ ‘ଫାଇଟର’ର ଆୟରେ ବୃଦ୍ଧି, ସାଉଥ୍‌ରେ ହ୍ରିତିକ୍‌ଙ୍କ ଫିଲ୍ମର ଖୁବ୍ କ୍ରେଜ୍‌

ମୁମ୍ୱାଇ : ହ୍ରିତିକ୍‌ ରୋଶନ ଓ ଦୀପିକା ପାଦୁକୋଣଙ୍କ ଅଭିନୀତ ଫିଲ୍ମ ଫାଇଟର ରିଲିଜ ପରେ ବଡ଼ ପରଦାରେ ଧୁମ୍‌ ମଚାଉଛି। ଡାଇରେକ୍ଟର ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଏରିୟଲ ଆକ୍ସନ ଡ୍ରାମା, ଯେଉଁଥିରେ ଏୟାର ଫୋର୍ସର ଫାଇଟର ପାଇଲଟ୍ସ କାହାଣୀକୁ ପ୍ରଦର୍ଶିତ କରାଯାଇଛି। ଭାରତରେ ତିଆରି ଏହା ପ୍ରଥମ ଏରିୟଲ ଫିଲ୍ମ , ଯାହାକୁ ଦର୍ଶକ ଖୁବ୍‌ ଭଲ ପାଇବା ଦେଇଛନ୍ତି। ପ୍ରଥମ ଦିନ ଭଲ ଆୟ କରିବା ପରେ ଏବେ ଫାଇଟରର ଦ୍ୱିତୀୟ ଦିନର କଲେକ୍ସନ ମଧ୍ୟ ସାମନାକୁ ଆସିଛି।

ଉକ୍ତ ଫିଲ୍ମ ନିଜର ପ୍ରଥମ ଦିନ ବକ୍ସ ଅଫିସରେ ୨୪.୬୦ କୋଟି ଟଙ୍କାର ନେଟ୍‌ କଲେକ୍ସନ କରିଥିଲା। ଏବେ ଦ୍ୱିତୀୟ ଦିନ ମଧ୍ୟ ଭଲ ଆୟ କରିଛି। ରିପୋର୍ଟସ ମୁତାବିକ, ଦ୍ୱିତୀୟ ଦିନ ଫାଇଟର ବକ୍ସ ଅଫିସ ୪୧.୨୦ କୋଟି ଟଙ୍କାର ନେଟ୍‌ କଲେକ୍ସନ କରିଛି। ସୈକନିଲ୍କ ୱେବସାଇଟ୍‌ ଅନୁସାରେ ,ଫିଲ୍ମକୁ ନିଜର ପ୍ରଥମ ଶୁକ୍ରବାର ୭୫.୫୬ ପ୍ରତିଶତ ବୃଦ୍ଧି ଘଟିଛି। ଏହାସହ ଫିଲ୍ମର ମୋଟ କଲେକ୍ସନ ୬୫.୮୦କୋଟି ଟଙ୍କା ହୋଇ ଯାଇଛି।

ବିଦେଶରେ ମଧ୍ୟ ଫାଇଟରକୁ ଭଲ ରେସପନ୍ସ ମିଳୁଛି। ରିପୋର୍ଟସ ଅନୁସାରେ, ବିଦେଶୀ ବକ୍ସ ଅଫିସରେ ଫିଲ୍ମ ୨୧.୬୦ କୋଟି ଟଙ୍କାର କଲେକ୍ସନ କରିଛି ଦ୍ୱିତୀୟ ଦିନ ଏହାର ଇଣ୍ଡିଆ ଗ୍ରସ୍‌ କଲେକ୍ସନ ୭୪.୪୦ କୋଟି ଟଙ୍କା ରହିଛି। ଫିଲ୍ମର ଦ୍ୱିପ୍ରହର ଓ ସନ୍ଧ୍ୟାର ଶୋ’କୁ ଦେଖିବାକୁ ଅଧିକ ଲୋକ ଯାଉଛନ୍ତି। ଏହାର ନାଇଟ୍‌ ଶୋ’ର ଆକ୍ୟୁପେନ୍ସି ମଧ୍ୟ ଭଲ ରହିଛି। ଏହାର ୩ଡି ଆକ୍ୟୁପେନ୍ସି, ୨ଡି ଠାରୁ କିଛି ମାତ୍ରାରେ ଅଧିକା। 

ଦିଲ୍ଲୀ ଏନସିଆର ସହ ମୁମ୍ୱାଇ , କୋଲକାତା , ପୁଣେ , ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚଣ୍ଡିଗଡ଼ ଭଳି ସହରରେ ଖୁବ୍‌ ମାତ୍ରାରେ ଦର୍ଶକ ଫାଇଟରକୁ ଦେଖିବାକୁ ଯାଉଛନ୍ତି। ଏହାକୁ ଆଜିକାଲିର ଟ୍ରେଣ୍ଡକୁ ଦେଖି ପ୍ୟାନ୍‌ ଇଣ୍ଡିଆ ଏହି ଫିଲ୍ମ ଭାବେ ତିଆରି ହୋଇ ନାହିଁ। ଏହି ଫିଲ୍ମ ହିନ୍ଦୀ ଭାଷାରେ ହିଁ ରିଲିଜ ହୋଇଛି। କିନ୍ତୁ ଏହା ସତ୍ତ୍ୱେ ଫିଲ୍ମର ଆକ୍ୟୁପେନ୍ସି ଚେନ୍ନାଇରେ ପାଖାପାଖି ୬୦ରୁ ୮୦ ପ୍ରତିଶତ ଓ ହାଇଦ୍ରାବାଦରେ ୪୦ରୁ ୫୦ ପ୍ରତିଶତ ରହିଛି।

ଉଲ୍ଲେଖନୀୟ ଯେ , ଫାଇଟରରେ ହ୍ରିତିକ୍‌ ରୋଶନ ଓ ଦୀପିକା ପାଦୁକୋଣ ବ୍ୟତୀତ ଅନିଲ କପୁର , କରଣ ସିଂହ ଗ୍ରୋଭର , ଅକ୍ଷୟ ଓବରୟ, ସଞ୍ଜିଦା ଶେଖ ଓ ମହେଶ ଶେଟ୍ଟି କାମ କରିଛନ୍ତି। ଫିଲ୍ମରେ ଜବରଦସ୍ତ ଭିଏଫଏକ୍ସର ବ୍ୟବହାର କରି ଅନେକ ଭଲ ଆକ୍ସନ ସିକ୍ୱେନ୍ସ ଦେଖା ଯାଇଛି। ଦର୍ଶକଙ୍କ ମଧ୍ୟରେ ଫିଲ୍ମର ଚର୍ଚ୍ଚା ଖୁବ୍‌ ହେଉଛି। ହେଲେ ଏହାର ମିକ୍ସ ରିଭ୍ୟୁ ମିଳିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.