ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଚନ୍ଦ୍ରର କୋଳାହଳକୁ ଅଧ୍ୟୟନ କରିବ ରୋଲ୍‌ସେସ୍, ଖୁବ୍‌ଶୀଘ୍ର ‘ଆଇଏମ୍‌-୧ ମିଶନ୍‌’ ଉତ୍‌କ୍ଷେପଣ କରିବ ନାସା

ମୁମ୍ବାଇ ୦୩/୦୨: ଚନ୍ଦ୍ରର ରେଡିଓ ଫ୍ରିକ୍ୱେନ୍ସି ପରିବେଶକୁ ବୁଝିବା ଲାଗି ନାସା ଚଳିତ ମାସ ଚନ୍ଦ୍ରର ଦକ୍ଷିଣ ମେରୁ କ୍ଷେତ୍ରକୁ ‘ଆଇଏମ୍‌-୧ ମିଶନ୍‌’ ଉତ୍‌କ୍ଷେପଣ କରିବ । ଏହି ମିଶନ୍‌ରେ ‘ରେଡିଓ ୱେଭ୍‌ ଅବ୍‌ଜର୍ଭେସନ୍‌ ଆଟ୍‌ ଲୁନାର ସର୍‌ଫେସ ଅଫ୍‌ ଦ ଫଟୋ-ଇଲେକ୍ଟ୍ରୋନ୍‌ ଶିଥ୍‌’ (ରୋଲ୍‌ସେସ୍‌) ମୁତୟନ କରାଯିବ । ଏହା ଚନ୍ଦ୍ର ନିକଟସ୍ଥ ଗତିଶୀଳ ରେଡିଓ ଶକ୍ତି ପରିବେଶକୁ ଯାଞ୍ଚ୍‌ କରିବ । ନାସାର ଗୋଡାର୍ଡ ସ୍ପେସ୍‌ ଫ୍ଲାଇଟ୍‌ ସେଣ୍ଟର୍‌ର ଡ. ନାଟ୍‌ଚିମୁଥୁକ ଗୋପାଲସ୍ୱାମୀଙ୍କ ନେତୃତ୍ୱାଧୀନ ଏହି ରୋଲ୍‌ସେସ୍‌ ପ୍ରୋଜେକ୍ଟକୁ ଚନ୍ଦ୍ରରେ ରେଡିଓ ଶକ୍ତିର ଚିହ୍ନଟ ଓ ବିଶ୍ଳେଷଣ ନିମନ୍ତେ ଡିଜାଇନ୍‌ କରାଯାଇଛି ।

ରୋଲ୍‌ସେସ୍‌ ପ୍ରଣାଳୀ ସମ୍ପର୍କରେ ଗୋପାଲସ୍ୱାମୀ କହିଛନ୍ତି, ଏଥିରେ ୪ଟି ୮ ଫୁଟ ଲମ୍ବା ଆଣ୍ଟିନା ଲାଗିଛି, ଯାହା ଚନ୍ଦ୍ର ପୃଷ୍ଠରେ ଖୋଲିବ । ତା’ପରେ ବୃହସ୍ପତି, ସୂର୍ଯ୍ୟ ଏବଂ ଏପରିକି ଆମ ଆକାଶଗଙ୍ଗା ମିଲ୍‌କି ୱେ ଭଳି ବ୍ରହ୍ମାଣ୍ଡୀୟ ପିଣ୍ଡରୁ ନିର୍ଗତ ପ୍ରାକୃତିକ ଉତ୍ସର୍ଜନର ରେଡିଓ ହସ୍ତକ୍ଷେପ ପାଇଁ ଦାୟୀ ପୃଥିବୀ ଆଧାରିତ କାର୍ଯ୍ୟକଳାପରୁ ରେଡିଓ ଶକ୍ତି ନିର୍ଗମନର ସ୍ପେକ୍ଟ୍ରମ୍‌କୁ ଯାଞ୍ଚ୍‌ କରିବ ।ରେଡିଓ ଶବ୍ଦର ବିଭିନ୍ନ ସ୍ରୋତ ମଧ୍ୟରେ ପାର୍ଥକ୍ୟ ବାରିବା ରୋଲ୍‌ସେସ୍‌ ସାମ୍ନାରେ ଅନ୍ୟତମ ସବୁଠୁ ଅନନ୍ୟ ଆହ୍ୱାନ ହେବ । କାରଣ ସମସ୍ତ ରେଡିଓ ଶବ୍ଦର ଭିନ୍ନ ପ୍ୟାଟର୍ନ ରହିଛି । ଏହା ଜରିଆରେ ବୈଜ୍ଞାନିକମାନେ ସଠିକ୍‌ ତଥ୍ୟ ଉପରେ ଫୋକସ୍‌ କରିପାରିବେ । 

ଏଥିସହ ସୌର ବିକିରଣ ଯୋଗୁ ଚନ୍ଦ୍ର ପୃଷ୍ଠରୁ ନିର୍ଗତ ବିଯୁକ୍ତ ଚାର୍ଜଡ୍‌ ଇଲେକ୍ଟ୍ରୋନ୍‌ଗୁଡ଼ିକର ସାନ୍ଦ୍ରତାକୁ ମାପିବା ପାଇଁ ରୋଲ୍‌ସେସ୍‌ରେ ସଂଲଗ୍ନ ଆଣ୍ଟିନାଗୁଡ଼ିକୁ ଭିନ୍ନ ଉଚ୍ଚତାରେ ମୁତୟନ କରାଯାଇଛି । ଚନ୍ଦ୍ର ପୃଷ୍ଠର ଭିନ୍ନ ଭିନ୍ନ ଉଚ୍ଚତା ସହିତ ଇଲେକ୍ଟ୍ରୋନ୍‌ କିଭଳି ପୃଥକ ହୋଇପାରେ, ତାହା ବୁଝିବା ଭବିଷ୍ୟତର ଚନ୍ଦ୍ର ମିଶନ୍‌ଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଇଲେକ୍ଟ୍ରୋନ୍‌ ରେଡିଓ ଫ୍ରିକ୍ୱେନ୍ସି ଇଣ୍ଟର୍‌ଫେସ୍‌କୁ ପ୍ରଭାବିତ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.