ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଣିକି ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ଯାତ୍ରୀଙ୍କ ଓଜନ ମାପିବ ଫିନ୍‌ଏୟର୍‌ ଏୟାରଲାଇନ୍‌, ଚଳିତ ସପ୍ତାହରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ,୧୦/୦୨:  ବିମାନ ଯାତ୍ରା କରୁଥିବା ଲୋକେ ସାଧାରଣତଃ ନିଜ ନିଜ ବ୍ୟାଗ୍‌ର ଓଜନ ଉପରେ ଧ୍ୟାନ ଦିଅନ୍ତି । କିନ୍ତୁ  ଏକ ଏୟାରଲାଇନ୍‌ ଜିନିଷପତ୍ର ସହିତ ଯାତ୍ରୀଙ୍କୁ ମଧ୍ୟ ଓଜନ କରିବା  ଆରମ୍ଭ କରିଦେଇଛି । ୟୁରୋପିଆନ୍‌ ଏୟାରଲାଇନ୍‌ ଫିନ୍‌ଏୟର୍‌ ଘୋଷଣା  କରିଛି, ଏଣିକି ପ୍ରତ୍ୟେକ ଉଡ଼ାଣ  ପୂର୍ବରୁ ଏହା ଯାତ୍ରୀଙ୍କ ଓଜନ ମାପିବ ।  

ଫିନ୍‌ଏୟର୍‌ର ପ୍ରବକ୍ତା କୈସା  ଟିକ୍କାନେନ୍‌ କହିଛନ୍ତି, ଚଳିତ ସପ୍ତାହ  ଆରମ୍ଭରେ ବିମାନର ମୋଟ୍‌ ଓଜନ  ମାପ କରାଗଲା । ଏଥିରେ ଇନ୍ଧନ, ଚେକ୍‌ ହୋଇଥିବା ଜିନିଷ, କାର୍ଗୋ,  ଜାହାଜରେ ଖାଦ୍ୟପେୟ, ପାଣି  ଟାଙ୍କି ଓ ଗ୍ରାହକଙ୍କ ଓଜନ ସାମିଲ ।  ସୁରକ୍ଷିତ ଯାତ୍ରା ନିମନ୍ତେ ଏହା ଜରୁରୀ ବୋଲି ସେ ସ୍ପଷ୍ଟ କହିଛନ୍ତି ।  ଫିନଏୟର୍‌ର ପ୍ରମୁଖ କହିଛନ୍ତି,  ଯାତ୍ରୀଙ୍କ ଓଜନ କେବଳ ସ୍କେଲ୍‌  ଚଳାଉଥିବା ବ୍ୟକ୍ତିଙ୍କୁ ହିଁ ଦିଶିବ । ଅନ୍ୟମାନେ ଦେଖିପାରିବେ ନାହିଁ ।  ବିମାନର ସୁରକ୍ଷିତ ସଂଚାଳନା ଲାଗି  କିଛି ଗଣନା କରିବାକୁ ପଡ଼େ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.