ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ପୁରସ୍କୃତ ହେଲା ଫିରିଙ୍ଗିଆ ନେଡିପଦାର ସରକାରୀ ବାଳିକା ବିଦ୍ୟାଳୟ …

ଫିରିଙ୍ଗିଆ ୦୯/୦୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ମୁଖ୍ୟାଳୟ ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାକିକା ଉଚ୍ଚବିଦ୍ୟାଳୟକୁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ କରାଯାଇଛି I ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଜନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ଆଦିବାସୀ ଭଷା ଓ ସଂସ୍କୃତି ଏକାଡେମୀ ଦ୍ୱାରା ଏହି ନେଡିପଦର ବିଦ୍ୟାଳୟକୁ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳାର ଉଦଯାପନୀ ଉତ୍ସବରେ ରାଜ୍ୟ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ ଙ୍କୁ ଏହି ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରିଛନ୍ତି I ତେବେ ୨୦୨୩ରେ ହୋଇଥିବା ଦଶମ ପରୀକ୍ଷାରେ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ୫୦ଟି ବିଦ୍ୟାଳୟ ର ୧୦୪ ଜଣ ଛାତ୍ରଛାତ୍ରୀ ଭଲ ମାର୍କ ରଖି କୃତିତ୍ୱ ଅର୍ଜନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଏହି ନେଡିପଦର ବାଳିକା ବିଦ୍ୟାଳୟର ମଧ୍ୟ୍ୟ ଆଠ ଜଣ ଛାତ୍ରୀ ଭଲ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ I ଯାହା ପାଇଁ  ଏହି ବିଦ୍ୟାଳୟକୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି । ଅନ୍ୟପଟେ ଏହି ପୁରସ୍କାର ପାଇବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପାଢ଼ୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଭଲ ମାର୍କ ରଖିଥିବା ଛାତ୍ରୀ ରୀତିକା କହଁର, ଶ୍ରଦ୍ଧାଞଲି କହଁର,ସୁଷମା କହଁର କୀର୍ତି ମାଝୀ, ରୁନିତା କହଁର, ଝିଲିମତି କହଁର,ସଂଗୀତା କହଁର ଓ ରଞ୍ଜିତା କହଁର ଙ୍କୁ ଧନ୍ୟବାଦ ଜଣେଇବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ପୁରସ୍କାର ପାଇବା ପରେ ବିଦ୍ୟାଳୟ ରେ ଅଧ୍ୟାୟନରତ ଛାତ୍ରୀ ମାନଙ୍କ ଭିତରେ ମଧ୍ୟ୍ୟ ଉତ୍ସାହ ଦେଖିବାକୁ ମିଲିଥିବା ବେଳେ ଚଳିତ ବର୍ଷ ମଧ୍ୟ ଛାତ୍ରୀ ମାନେ ଦଶମ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ I

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.