ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ ; ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଗଲା

ଗୋଛାପଡା,୮/୧୨ : କନ୍ଧମାଳ ଜିଲ୍ଲାରେ ଜିଲ୍ଲା ପୋଲିସ ମୁଖିଆଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଦୀର୍ଘ ୧୫ରୁ ୨୦ଦିନ ହେଲା ଅପରେସନ ବା ବେଆଇନ ଗଞ୍ଜେଇ କଟା ଅଭିଯାନ ଜାରି ରହିଛି । ଫିରିଙ୍ଗିଆ ପୋଲିସ ପକ୍ଷରୁ ମଧ୍ୟ୍ୟ ଏହି ଅପରେସନ ଜାରି ରହିଛି I ଫିରିଙ୍ଗିଆ ପୋଲିସର ଏହି ଅଭିଯାନ ଶୁକ୍ରବାର ସପ୍ତମ ଦିନରେ ପହଂଚିଥିବାବେଳେ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ପ୍ରାୟ ୪୫ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ପ୍ରାୟ ୪କୋଟି ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନଷ୍ଟ କରିଦିଆଯାଇଥିଵା ଫିରିଙ୍ଗିଆ ପୋଲିସ ତରଫରୁ ସୂଚନା ଦିଆଯାଇଛି I 

ଶୁକ୍ରବାର ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ନେତୃତ୍ୱ ରେ ଅବକାରୀ ବିଭାଗ ଅଧିକାରୀ ସାଗର ଭୋଇ ଓ ତାଙ୍କ ଟିମର ସହାୟତାର ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଭିନାଶ ମିଶ୍ରଙ୍କ ଉପସ୍ଥିତିରେ ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡ଼ି ପଞ୍ଚାୟତର ମାଦାପଦର, ମହଲିଙ୍ଗିଆ ଓ ଵାସେରିମୁଣ୍ଡା ଅଂଚଳରେ ଚଢ଼ଉ କରି ଏହି ଗଞ୍ଜେଇ କଟାଯାଇ ନଷ୍ଟ କରିଦିଆଯାଇଛି  । ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏଏସଆଇ ଶ୍ରୀକାନ୍ତ ପାତ୍ର, ଏଏସଆଇ ପ୍ରମୋଦ ପ୍ରଧାନଙ୍କ ସହ ପ୍ରାୟ ୨୦ଜଣ ଶ୍ରମିକ ଥାନାରେ କାର୍ଯ୍ୟରତ ୧୦ଜଣ ହୋମଗାର୍ଡ଼ ସାମିଲ ହୋଇଥିଲେ I 

ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ କେଶ ନଂ୨୧୮/୨୩ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅବକାରୀ ବିଭାଗ ମଧ୍ୟ୍ୟ ଏହି ଗଞ୍ଜେଇ କଟାକୁ ନେଇ ଏକ କେସ ରୁଜୁ କରିଥିବା ଥାନା ଅଧିକାରୀ ରମେଶ ପ୍ରଧାନ ସୂଚନା ଦେଇଛନ୍ତି I

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.