ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଂକେତ, ୧୬ରୁ ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର, ୧୬/୧୧: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆହୁରି ଘନୀଭୂତ ହେବ । ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ନଭେମ୍ବ ୧୮ ସକାଳେ ଦୁର୍ବଳ ହୋଇ ବାଂଲାଦେଶର ମୋଙ୍ଗଲା ଏବଂ ଖେପୁପାରା ମଧ୍ୟରେ ଅତିକ୍ରମ କରିବ । ସେହି ସମୟରେ ପବନର ଘଣ୍ଟାପ୍ରତି ବେଗ ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନର ଘଣ୍ଟାପ୍ରତି ବେଗ ୭୫ କିଲୋମିଟର ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ଗଭୀର ଅବପାତଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣମରୁ ଦକ୍ଷିଣ ପୂର୍ବରୁ ୩୮୦ କିଲୋମିଟର ଦୂରରେ ରହିଥିବା ବାଳେ ପାରାଦୀପ ଠାରୁ ଦକ୍ଷିଣରେ ୩୮୦ କିଲୋମିଟର, ପଶ୍ଚିମବଙ୍ଗର ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୫୩୦ କିଲୋମିଟର, ବାଂଲାଦେଶର ଖେପୁପାରା ଠାରୁ ଦକ୍ଷିଣପଶ୍ଚିମରେ ୬୭୦ କିଲୋମିଟର ଦୂରରେ ରହିଛି ।

ପାରାଦୀପରୁ ୩୮୦ କିମି ଦୂରରେ ଗଭୀର ଅବପାତ, ବାତ୍ୟା ରୂପରେ କରିପାରେ ଉପକୂଳ ଅତିକ୍ରମ

ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ, ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବେଶୀ ବର୍ଷା ହେବ ନାହିଁ । ଅଧିକ ପବନ ବହିବ । ଆସନ୍ତକାଲି ସକାଳ ୮ଟା ୩୦ ଯାଏ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ରୁ ୨୧ ତାରିଖ ଯାଏଁ ବର୍ଷା ନେଇ କୌଣସି ୱାର୍ଣ୍ଣିଂ ଜାରି କରିନି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ବର୍ଷାକୁ ଦୃଷ୍ଟିରେ ରଖି ଉପକୂଳ ଓଡ଼ିଶାର ଚାଷୀ ଅମଳ ହୋଇଥିବା ଧାନ ଓ ଅନ୍ୟ ଫସଲକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ଗଭୀର ଅବପାତ ପ୍ରଭାବରେ ୧୬ ସନ୍ଧ୍ୟାରୁ ୧୭ ସନ୍ଧ୍ୟା ଯାଏଁ ଓଡ଼ିଶା ଉପକୂଳରେ ପବନର ବେଗ ଅଧିକ ରହିବ । ତା ପରେ ଧିରେ ଧିରେ କମିବ । ୧୬ରୁ ୧୮ ତାରିଖ ଯାଏ ଅଶାନ୍ତ ରହିବ ସମୁଦ୍ର । ଏହି ସମୟରେ ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ ପରେ ଏହା ଘଣ୍ଟାପ୍ରତି ୫୦ରୁ ୬୦କୁ ବୃଦ୍ଧି ପାଇବ । ସେହି ସମୟରେ ଘଣ୍ଟାପ୍ରତି ପବନର ବେଗ ୭୦ କିଲୋମିଟର ରହିପାରେ ।

ଘନେଇଲା ଲଘୁଚାପ,୧୭ରେ ଗଭୀର ଅବପାତ ରୂପ:୧୮ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ତିନି ଦିନ ବର୍ଷିବ

ଓଡ଼ିଶାର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ୧୬ ଓ ୧୭ ତାରିଖରେ ମତ୍ସ୍ୟଜୀବୀଙ୍କୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପ୍ରବେଶ ବାରଣ କରାଯାଇଛି । ସେହିଭଳି ୧୬ରୁ ୧୮ ତାରିଖ ଯାଏଁ ଓଡ଼ିଶା ଉପକୂଳ ସମୁଦ୍ରକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ୧୬ରୁ ୧୮ ଯାଏଁ ମତ୍ସ୍ୟଜୀବୀଙ୍କୁ ଉତ୍ତରପଶ୍ଚିମ ବଙ୍ଗୋପସାଗରକୁ ବାରଣ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଜଗତସିଂହପୁରର ପାରାଦୀପରେ ସର୍ବାଧିକ ୬.୯ ମିଲିମଟର ବର୍ଷା ହୋଇଛି । ସେହିଭଳି କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ୫ ମିଲିମିଟର, କେନ୍ଦ୍ରାପଡ଼ାର ଗରଦପୁର ଓ ପୁରୀର ଅସ୍ତରଙ୍ଗରେ ୪ ମିଲିମଟର ବର୍ଷା ହୋଇଛି । ଜଗତସିଂହପୁରର ତିର୍ତ୍ତୋଲ ଓ ପୁରୀର କାକଟପୁରରେ ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଜୋ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ, କହିଲେ ‘ଧରିତ୍ରୀରେ ରହି ପାରିବେ ୨ ମହାଶକ୍ତି’

Copyright © 2022 - Summa Real Media Private Limited. All Rights Reserved.