ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଫାୟାର ସାଇଡ୍ ଚାଟ୍ କନକ୍ଲେଭ : ଷ୍ଟାର୍ଟଅପ ଏବଂ ଓଡ଼ିଶାର ଯୁବପିଢିଙ୍କୁ ଇନୋଭେସନ ସହ ଯୋଡିବା ଉପରେ ମତ ରଖିଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya | February 10, 2024 11:08 PM

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୦ ।୨– ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପର ଶୁଭାରମ୍ଭ ହେବ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫାୟାର ସାଇଡ୍ ଚାଟ୍ କନକ୍ଲେଭରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।  

 ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ଉପରେ ବିସ୍ତୁତ ସୂଚନା ଦେବା ସହ ଓଡ଼ିଶା ଏବଂ ପୂର୍ବ ଭାରତକୁ ମିଳିବାକୁ ଥିବା ଲାଭ ଉପରେ ବର୍ଣ୍ଣନା କରିଥିଲେ । ଓଡ଼ିଶାର ଯୁବପିଢିଙ୍କୁ ଇନୋଭେସନ ସହ ଯୋଡିବା ଓ ୧୦୦ କ୍ୟୁବ୍ ଷ୍ଟାର୍ଟଅପରେ ଆଇଆଇଟି ଭୁବନେଶ୍ୱରର ଭୂମିକା ଉପରେ ମତ କରିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଯେ ୨୦୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ସାମ୍ପ୍ରତିକ ସମୟରେ ଓଡ଼ିଶାରେ ଆଇଆଇଟି ଭୁବନେଶ୍ୱର ସମେତ ଅନେକ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଅନେକ ଉଚ୍ଚତମ ଶିକ୍ଷାନୁଷ୍ଠାନ ସ୍ଥାପନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ଼୍ୱରେ ଷ୍ଟାର୍ଟଅପକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଏଠାରେ ଦକ୍ଷ ମାନବ ସମ୍ବଳ ସହ ଖଣିଜ ସମ୍ବଳ ସହ ସବୁ ସୁବିଧା ଅଛି । ଏକବିଂଶ ଶତାବ୍ଦୀରେ ନୂଆପିଢି ସହ ଜ୍ଞାନ ସେତୁ ତିଆରି କରିବାକୁ ପଡିବ । ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଅର୍ଥାତ୍ ବିକଶିତ ଭାରତରେ ‘ପୂର୍ବୋଦୟ’ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଥିବା ବେଳେ ଓଡ଼ିଶା ଶହେ ବର୍ଷ ପୂରିବା ବେଳେ ଶହେ ପିଲା ୧୦୦ଙ୍କୁ କୋଟି ଟଙ୍କା ଲେଖାଁଏ ବ୍ୟବସାୟ କରାଇବାର ଲକ୍ଷ୍ୟ ରହିଛି । ଏହା ଲୋକ, ଯୁବ ଓ ଭବିଷ୍ୟତର ଆକାଂକ୍ଷା । ଏଥିପାଇଁ ଜନସଚେତନତା ଓ ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାରେ ଷ୍ଟାର୍ଟଅପ କଲଚର ଆରମ୍ଭ ହୋଇଗଲାଣି । ୨୦୩୬ ସୁଦ୍ଧା ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । 

 ୧୦୦ କ୍ୟୁବ୍ ଷ୍ଟାର୍ଟଅପ ଏବଂ ଓଡ଼ିଶାର ଯୁବପିଢିଙ୍କୁ ଇନୋଭେସନ ସହ ଯୋଡିବା ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପ୍ରତି ମୋର ଅହେତୁକ ଦୁର୍ବଳତା ରହିଛି । ଓଡ଼ିଶାର ପିଲାମାନଙ୍କ ମଧ୍ୟରେ ଉଦ୍ଭାବନ କରିବା ପାଇଁ ଆଗ୍ରହ ରହିଛି । ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରର ନିର୍ମାଣ ଶୈଳୀ ଓ ତାହାର ବୈଜ୍ଞାନିକ ପୃଷ୍ଠଭୂମି ଏବଂ ନିଖୁଣ ଟେକ୍ସଟାଇଲ, ଚାଉଳ ଉତ୍ପାଦନ ପରିସଂସ୍ଥାନକୁ ଦେଖିଲେ ମନେହୁଏ ଓଡ଼ିଆ ପିଲାଙ୍କ ଡିଏନଏରେ ଇନୋଭେସନ ଅଛି । ବୁର୍ଲା ଇଞ୍ଜିନିୟରିଂରେ ପାଠ ପଢୁଥିବା ଗରିବ ଘରର ପିଲାମାନେ ହୀରାକୁଦର ଜଳରାଶି ମାପିବା ପାଇଁ ଡ୍ରୋନ ମାପକ ଯନ୍ତ୍ର ପରି ରକେଟ୍ ଓ ସାଟେଲାଇଟ୍ ତିଆରି କରିପାରିବାର କ୍ଷମତା ରଖୁଛନ୍ତି । ଓଡ଼ିଆ ପିଲାଙ୍କୁ ଇନେଭେସନ ସହ ଯୋଡିହେଲେ ହିଁ ଓଡ଼ିଶା ଆଗକୁ ବଢିବ ଏବଂ ଭୁବନେଶ୍ୱର ଏହାର ପେଣ୍ଠସ୍ଥଳୀ ରହିବ । 

 ଆଗାମୀ ଦିନରେ ଦୁନିଆର ସମସ୍ୟାର ସମାଧାନର ସୂତ୍ର ପୂର୍ବ ଭାରତରୁ ହିଁ ଆସିବ । ପୂର୍ବ ଭାରତ ବିନା ଓଡ଼ିଶା ବିକଶିତ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋର ଓଡ଼ିଆ ପିଲାଙ୍କ ଉପରେ ଭରସା ଅଛି । ଦେଶର ପ୍ରତିଭାବାନ ଯୁବଶକ୍ତି ଏହି ଅଞ୍ଚଳର । ଜ୍ଞାନର ଭଣ୍ଡାର ଏହି ଅଞ୍ଚଳରେ ଅଛି, ଯାହା ମନରେ ଭୋକ ଅଛି ବା ରୋଜଗାର ଦେବାର ଇଚ୍ଛା ଶକ୍ତି ଅଛି ସେମାନେ ନିଶ୍ଚିତ ଅନ୍ୱେଷଣ କରିବ । 

 ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ନେଇ ଆଇଆଇଟି ଭୁବନେଶ୍ୱର ସହଯୋଗୀତା ଉପରେ ଶ୍ରୀ ପ୍ରଧାନ କହିଥିଲେ ଯେ  ଗୋଟିଏ ସମୟରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଲୋକମାନେ ଅଜ୍ଞ ଥିଲେ । କିନ୍ତୁ ଆଗାମୀ ଦିନରେ ଏଆଇର ଉପଯୋଗିତା ଏନର୍ଜି, ଇଣ୍ଟରନେଟ୍ ସହ ବିଭିନ୍ନ କ୍ଷେତ୍ରରେ ବଢିବ । ସେ ଦୃଷ୍ଟିକୁ ଦେଖିଲେ ଆଇଆଇଟି ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ । ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଦକ୍ଷ ପ୍ରାଧ୍ୟାପକମାନେ ଅଛନ୍ତି । ଖଣିଜ ଓ ସାମଗ୍ରୀ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜଳବାୟୁ ବିଜ୍ଞାନ, ସ୍ମାର୍ଟ ଭିତ୍ତିଭୂମି, ଅକ୍ଷୟ ଉର୍ଜା,  ସେମିକଣ୍ଡକ୍ଟର ଡିଭାଇସ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଆଦି ବିଭିନ୍ନ କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱର ବିଶେଷ ଦକ୍ଷତା ରହିଛି । ସେ ଦୃଷ୍ଟିରୁ ବିଗତ ବର୍ଷ ଗୁଡ଼ିକରେ ଆଇଆଇଟି ଗୁଡ଼ିକ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ସହ ଗବେଷଣା ଓ ଉଦ୍ୟମିତା ପାର୍କ ପ୍ରତିଷ୍ଠା ମାଧ୍ୟମରେ ଷ୍ଟାର୍ଟଅପ୍ ଇନକ୍ୟୁବେସନକୁ ପ୍ରୋତ୍ସାହନ ଦେବ । 

 ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଉର୍ଜା, ହାଇଡ୍ରୋଜେନ ଇନ୍ଧନ ନେଇ ମୋଦି ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।  ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂଙ୍କ ଉଦାହରଣ ଦେଇଥିଲେ । ଲୋକଙ୍କ ଜୀବନଶୈଳୀକୁ ସୁଗମ କରିବା ତଥା ପରିବେଶକୁ ସ୍ୱଚ୍ଛ ରଖିବା ସହ ଅଙ୍ଗାରକାମ୍ଳକୁ ହ୍ରାସ କରିବା ଦିଗରେ ଦୁଇ ଭଉଣୀ ଆରମ୍ଭ କରିଥିବା ଷ୍ଟାର୍ଟଅପ୍ ଆମ ଓଡ଼ିଶାର ଉଦ୍ୟୋଗୀ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି । ଓଡ଼ିଆ ପିଲାଙ୍କୁ ସୁଯୋଗ ଦେଲେ ଦୁନିଆର ସବୁ କାମ କରିଦେବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । 

 ଗୁଜୁରାଟ, କର୍ଣ୍ଣାଟକ, ରାଜସ୍ଥାନ, କେରଳ ରାଜ୍ୟ ସହ ଓଡ଼ିଶାର ଭୌଗଳିକ ସ୍ଥିତି ଓ ସମ୍ଭାବନା ଉପରେ ତୁଳନା କରିବା ସହ ବନ୍ଦର ଆଧାରିତ ଅର୍ଥନୀତି ଉପରେ ଓଡ଼ିଶାର ଅତୀତର ସମୃଦ୍ଧମୟ ଇତିହାସ କଥା କହିଥିଲେ । ଏହା ସହ ପଠାଣୀ ସାମନ୍ତଙ୍କ ବୁଦ୍ଧିମତା ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶିଳ୍ପ ପ୍ରତିଷ୍ଠା ଉପରେ ଉଦାହରଣ ଦେଇଥିଲେ । ସେ କହିଥିଲେ ଭାରତ ବିକଶିତ ହେବାର ରାସ୍ତା ଓଡ଼ିଶା ଓ ପୂର୍ବ ଭାରତ ମାଧ୍ୟମରେ ହିଁ ଅଛି । ଓଡ଼ିଶା ଆଗାମୀ ଦିନରେ ବଢିବ, ଏ ବିଶ୍ୱାସ ମୋର ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆହୁରି ପଢନ୍ତୁ : ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ନିଜର ଚମକ ହରାଇନାହିଁ : ଧର୍ମେନ୍ଦ୍ର ପ୍ରଧାନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.