ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଙ୍ଗଲରୁ ନେଇ ସଡ଼କ ଯାଏ ଭୟଙ୍କର ସାଜିଛି ନିଆଁ , ଚାଲି ଗଲାଣି ୧୧୨ ଲୋକଙ୍କ ଜୀବନ

ନୂଆଦିଲ୍ଲୀ : ଜଙ୍ଗଲ ନିଆଁରେ ଜଳୁଛି ଚିଲିର ଗୋଟିଏ ଭାଗ। ଦକ୍ଷିଣ ଆମେରିକୀୟ ମହାଦ୍ୱୀପର ଏହି ଦେଶରେ ଜଙ୍ଗଲର ନିଆଁରେ ଅନେକ ଘର , କାର , ଦୋକାନ ଜଳି ପାଉଁଶ ହୋଇ ଯାଇଛି। ନିଆଁରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଅଫିସିଆଲି ତଥ୍ୟ ଆଧାରରେ , ଚିଲିରେ ଏବେସୁଦ୍ଧା ୧୧୨ଜଣ ଲୋକଙ୍କ ଜଙ୍ଗଲ ନିଆଁରେ ମୃତ୍ୟୁ ହୋଇ ସାରିଛି। ନ୍ୟୁଜ୍‌ ଏଜେନ୍ସି ଏଏଫପି ଅନୁସାରେ, ନିଆଁ ମଧ୍ୟ ଚିଲିର ପାହାଡିଆ ଜଙ୍ଗଲରେ ଲାଗିଛି। 

ଚିଲିର ରାଷ୍ଟ୍ରପତି ଗେବ୍ରିୟଲ ବୋରିକ୍‌ ଚିନ୍ତା ବ୍ୟକ୍ତ କରିଛନ୍ତି କି , ମୃତକଙ୍କ ସଂଖ୍ୟା ଆହୁରି ବଢି ପାରେ। ସେ ଶନିବାର ଦ୍ୱିପ୍ରହରରେ ହେଲିକପ୍ଟର ଯୋଗେ ପ୍ରଭାବିତ ଅଞ୍ଚଳକୁ ନିରୀକ୍ଷଣ କରିବାକୁ ବାହାରି ଥିଲେ। ୨୦୧୦ରେ ଚିଲିରେ ଆସିଥିବା ଭୂକମ୍ପ ଓ ସୁନାମୀରେ ୫୦୦ ଲୋକଙ୍କ ମୃତ୍ୟୁ ହୋଇ ଥିଲା। ଏହାପରେ ଜଙ୍ଗଲ ନିଆଁରେ ବ୍ୟାପି ଥିବା ନିଆଁ ଏହି ଦେଶର ସବୁଠୁ ବଡ଼ ଦୁର୍ଘଟଣା। କୌଣସି ବି ବର୍ଷର ଶେଷରେ ପୂର୍ବୀୟ ପ୍ରଶାନ୍ତ ମହାସାଗରରେ ଚିଲି, ପେରୁ , ଉକ୍ୱାଡୋର ସହ ଦକ୍ଷିଣ ଆମେରିକୀୟ ମହାଦ୍ୱୀପର ପଶ୍ଚମୀ ତଟରେ ଏକ ପ୍ରକାରରର ଉଷ୍ଣତା ଦକ୍ଷିଣବର୍ତ୍ତୀ ଧାରା ସାଜିଥାଏ। ଏହାକୁ ଅଲ୍‌ ନିନୋ କହନ୍ତି। 

ବିଶେଷଜ୍ଞଙ୍କ ଅନୁସାରେ, ଏହି ନିଆଁ ଟ୍ରପିକଲ ହଟ୍‌ର ଲହରି କାରଣରୁ ଲାଗିଛି। ଏହି ବର୍ଷ ଅନ୍ୟ ଲାଟିନ୍‌ ଆମେରିକୀୟ ଦେଶ ଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଚିଲିର ଆଭ୍ୟନ୍ତରୀଣ ମନ୍ତ୍ରୀ କେରୋଲିନା ତୋହାଙ୍କ ଅନୁସାରେ ,  ନିଆଁ ଚିଲିର ଇତିହାସର ସବୁଠୁ ଭୟଙ୍କର ନିଆଁ। ରବିବାର ସୁଦ୍ଧା , ମଧ୍ୟ ଓ ଦକ୍ଷିଣ ଚିଲିର ପାଖାପାଖି ୬୪,୦୦୦ ଏକର ଜମିରେ ଥିବା ବସ୍ତି ଗୁଡ଼ିକ ଜଳି ଯାଇଥିଲା। ଚିଲିରେ ଜଙ୍ଗଲ ନିଆଁରେ ତଟୀୟ ସହର ବିନା ଡେଲ୍‌ ମାର୍‌ ଓ ଏହାର ଆଖପାଖର ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ୧୯୩୧ରେ ନିର୍ମିତ ସହରର ପ୍ରସିଦ୍ଧ ବନସ୍ପତି ଉଦ୍ୟାନ ଜଳି ପାଉଁଶ ହୋଇ ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.