ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଇଡି କାର୍ଯ୍ୟାଳୟରୁ ବାହାରିଲେ ତେଜସ୍ବୀ ଯାଦବ, ବାପାଙ୍କ ପରେ ପୁଅଙ୍କୁ ୮ ଘଣ୍ଟା ଜେରା କଲା ତଦନ୍ତକାରୀ ସଂସ୍ଥା

Published By : Tapas Panda | January 30, 2024 9:43 PM

ପାଟନା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିଲେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ । ଚାକିରି ପାଇଁ ଜମି ମାମଲାରେ ତାଙ୍କୁ ତଦନ୍ତ ଏଜେନ୍ସି ଦୀର୍ଘ ୮ ଘଣ୍ଟା ଜେରା କରିଛି । ଗତକାଲି ତାଙ୍କ ବାପା ଲାଲୁ ଯାଦବଙ୍କୁ ଇଡି ଜେରା କରିଥିଲା । ଆଉ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ ତେଜସ୍ବୀ । ଲାଲୁ ପ୍ରସାଦ ଯାଦବଙ୍କୁ ଚାକିରି ପାଇଁ ଜମି ମାମଲାରେ ଇଡି ୧୦ ଘଣ୍ଟା ଜେରା କରିଥିଲା

ସେପଟେ ଇଡି କାର୍ଯ୍ୟାଳୟରୁ ବାହାରିବା ବେଳକୁ ତେଜସ୍ବୀଙ୍କ ଲାଗି ଶତାଧିକ ଆରଜେଡି ନେତା ଛିଡ଼ା ହୋଇଥିଲେ ।  ତେଜସ୍ବୀ ଯାଦବ ହାତ ହଲାଇ ବାହାରକୁ ଆସିବା ସହ ବିଜୟର ଚିହ୍ନ ଦେଖାଇଥିଲେ ।  ଆଜି ଦିନ ୧୧ଟା ୩୫ରେ ତେଜସ୍ବୀ ଯାଦବ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ଆରଜେଡି ସମର୍ଥକମାନେ ତେଜସ୍ବୀଙ୍କ ସମର୍ଥନରେ ନାରାବାଜି କରିଥିଲେ । 

ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ଅନେକ ଲୋକ ଜମି ଦେଇ ରେଳବାଇରେ ଗ୍ରୁପ୍‌ ଡି ଚାକିରି କରିଥିଲେ । ଚାକିରି କରାଇଦେବାକୁ ଯାଦବ ପରିବାରକୁ ଲୋକେ ଜମି ଦେଇଥିଲେ । ଲାଲୁଙ୍କ ସମେତ ତାଙ୍କ ସହ ସଂପର୍କିତ ଏକ କମ୍ପାନି ଏକେ ଇନଫୋସିଷ୍ଟମ ଲିମିଟେଡ୍‌କୁ ଏହି ଜମି ଲାଞ୍ଚ ଆକାରରେ ଦିଆଯାଇଥିଲା । 

ସିବିଆଇ ଦ୍ବାରା ପଞ୍ଜିକୃତ ମାମଲା ଆଧାରରେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ଯାଦବ ଏବଂ ପରିବା ସଦସ୍ୟଙ୍କ ସଂପୃକ୍ତି ଥିବା ବିଶ୍ବାସ କରୁଛି । ଏହା ପୂର୍ବରୁ ସର୍ଚ୍ଚ ଅପରେସନ୍‌ କରି କୋଟିଏ ଟଙ୍କା ଜବତ କରିବା ସହ ଏକ କୋଟି ୨୫ ଲକ୍ଷ ଟଙ୍କାର ଜିନିଷପତ୍ର ଜବତ କରିଥିଲା ଇଡି । ଏହା ସହ ୬ କୋଟି ଟଙ୍କାର ସ୍ଥାବର ସଂପତ୍ତିକୁ ଆଟାଚ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.