ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ରାଜଘାଟରେ ପିଏମ୍ ମୋଦୀଙ୍କ ସହ G20 ଦେଶର ରାଷ୍ଟ୍ରାଧ୍ୟକ୍ଷ, ବାପୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୦/୦୯: ଜି୨୦ ସମ୍ମିଳନୀର ଦ୍ୱିତୀୟ ଦିନରେ ସମସ୍ତ ନେତା ରାଜଘାଟରେ ଏକାଠି ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲ୍ବନିସ୍, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୋ, ଚୀନ୍ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ, ଋଷ ବିଦେଶ ମନ୍ତ୍ରୀ ସର୍ଗଈ ଲାବରୋବ ଓ ଅନ୍ୟ ରାଷ୍ଟ୍ରମୁଖ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ମୁଖପାତ୍ର ସାମ୍ନାରେ G20କୁ ମନୋରଞ୍ଜନ କାର୍ଯ୍ୟକ୍ରମ କହିଲା ଶିବସେନା

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ସକାଳ ରାଜଘାଟ ପହଞ୍ଚି ଜି୨୦ ଦେଶର ନେତାଙ୍କୁ ସ୍ୱାଗତ କରିଥିଲେ । ପିଏମ୍ ସ୍ୱାଗତ ପାଇଁ ଛିଡ଼ା ହୋଇଥିବା ସ୍ଥାନରେ ବାପୁଜୀଙ୍କୁ କୁଟୀର ଚିତ୍ର ରହିଥିଲା । ମହାରାଷ୍ଟ୍ରର ବର୍ଦ୍ଧା ନିକଟରେ ସେବାଗ୍ରାମ ଆଶ୍ରମସ୍ଥିତ ବାପୁ କୁଟି ୧୯୩୬ରୁ ୧୯୪୮ ଯାଏ ମହାତ୍ମା ଗାନ୍ଧୀଙ୍କ ଦେହାନ୍ତ ଯାଏ ତାଙ୍କ ବାସ ସ୍ଥାନ ଥିଲା ।

ସକାଳୁ ସକାଳୁ କିଭ୍ ଉପରେ ଆକ୍ରମଣ କଲା ଋଷ୍, ୨ ଘଣ୍ଟା ପର୍ଯ୍ୟନ୍ତ ବିସ୍ଫୋରଣ...

ବାପୁ କୁଟିର ମହତ୍ୱ ବାବଦରେ ପିଏମ୍ ମୋଦୀ ସବୁ ନେତାଙ୍କୁ ଅବଗତ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଜି୨୦ ନେତା ଲିଡର୍ସ ଲାଉଞ୍ଜରେ ଶାନ୍ତି କାନ୍ଥରେ ହସ୍ତାକ୍ଷର କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, ରାଜଘାଟରେ ଜି୨୦ ପରିବାର ଶାନ୍ତି, ସେବା, କରୁଣା ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  

  • G20 Summit
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.