ବଲାଙ୍ଗିର, ୦୯/୦୯ : ବଲାଙ୍ଗିର-ସୋନପୁର ରାସ୍ତା ଗିରି ଗୋବର୍ଦ୍ଧନ ମନ୍ଦିର ଛକରୁ ଏକ ପିକଅପ୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ଏଥିସହ ୩ ଜଣଙ୍କୁ ଗିରଫ କରିଛି ପୁଇଁତଳା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ତରଭା ଅଞ୍ଚଳର ଖୁସିରାମ ସାହୁ, ଚିତ୍ତ ସାହୁ ଓ ଗାଡି ଚାଳକ ତଥା ଦୁବୁଲାର କ୍ରିଷ୍ଣାକାନ୍ତ ଡାଙ୍ଗ।
ସୂଚନାନୁଯାୟୀ, ମୋଟ ୨ କୁଇଣ୍ଟାଲ ୧୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଓଡି ୦୩ ଜେଡ ୪୫୩୧ ନମ୍ବର ବିଶିଷ୍ଟ ଏକ ପିକଅପ୍ରେ ଏହି ଗଞ୍ଜେଇ ଭର୍ତ୍ତି କରାଯାଇ ତରଭା ପଟୁ ଆସୁଥିବା ବେଳେ ପୁଇଁତଳା ପୁଲିସ ଖବର ପାଇ ଚଢଉ କରିଥିଲା। ଖବର ପାଇ ପୁଇଁତଳା ଥାନା ଅଧିକାରିଣୀ ଓ ମାଜିଷ୍ଟ୍ରେଟ ଘଟଣାସ୍ଥଳରେ ଗଞ୍ଜେଇ ଓଜନ କରିଥିଲେ।