ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶଙ୍ଖ ଧରିବେ ସୁରେନ୍ଦ୍ର ସିଂଭୋଇ ! ହାତ ଛାଡ଼ିଦେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ବଲାଙ୍ଗିର,୦୧/୦୩: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂଭୋଇ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏଭଳି ଦଳବଦଳ ଚର୍ଚ୍ଚାକୁ ଶ୍ରୀ ସିଂଭୋଇ  ଅସ୍ୱୀକାର କରିଥିଲେ । କିନ୍ତୁ ଆଜି ସଇଁନ୍ତଳାରେ ସେ ଅନୁପସ୍ଥିତ ଥିବା ବେଳେ ଭୁବନେଶ୍ୱରରେ ଏନେଇ ପ୍ରସ୍ତୁତି ଚଳାଇଥିବା ବିଭିନ୍ନ ମହଲରେ  ଆଲୋଚନା ହେଉଛି । ଯଦି ସତରେ ସମୀକରଣ  ବଦଳେ ଓ ସୁରେନ୍ଦ୍ର ଶଙ୍ଖ ଧରନ୍ତି, ତାହେଲେ  ବିଜେଡି ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହେବ ।  

ଅପରପକ୍ଷେ, ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ  ଶରତ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପିସିସି ପାଇଁ  ଶକ୍ତ ଧକ୍କା ହେବ । କାରଣ ଶରତ ପଟ୍ଟନାୟକ  ପିସିସି ସଭାପତି ହେବା ପରେ ପୁରୁଣା କଂଗ୍ରେସକୁ  ସଂଗଠିତ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ଫେବୃଆରୀ ମାସରେ ବିଭିନ୍ନ ଜିଲ୍ଲା ପାଇଁ ନିଜର  ନୂଆ ଟିମ୍‌ ଗଢ଼ିଥିଲେ । ଉକ୍ତ ନୂଆ ଟିମରେ  ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଭାବରେ  ସୁରେନ୍ଦ୍ରସିଂ ଭୋଇଙ୍କୁ ଦାୟିତ୍ୱ ଦେଇଥିଲେ । ଦାୟିତ୍ୱ  ନେବାର ମାସେ ନପୁରୁଣୁ ଶ୍ରୀ ସିଂଭୋଇ ଶରତଙ୍କ ହାତ ଛାଡ଼ିଦେବା ନେଇ ଚର୍ଚ୍ଚା ଉଠିଛି।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.