ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦ ଦିନ ଯାଏଁ ଯନ୍ତ୍ରଣା ଭୋଗିବା ପରେ ଜୀବନ ଯୁଦ୍ଧରେ ହାରିଗଲେ ଦୁଷ୍କର୍ମ ପୀଡ଼ିତା, ଶବ ସଂସ୍କାର କଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଳରାମପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ହସ୍ପିଟାଲରେ ୨୦ ଦିନ ଯାଏଁ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା । ତାଙ୍କର ବୟସ ଥିଲା ମାତ୍ର ୧୫ ବର୍ଷ । ସେ ବସ୍ତିରେ ରହୁଥିବା ବେଳେ ତାଙ୍କର ଦୁଇ ଜଣ ସାନ ଭାଇଭଉଣୀ ଅଛନ୍ତି । ଦୁଷ୍କର୍ମରେ ଶିକାର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ହେଲେ ମୃତ୍ୟୁ ପରେ ତାଙ୍କର ଶବ ସତ୍କାର ପାଇଁ କେହି ନଥିଲେ । 

ସାନ ଭାଇ ଭଉଣୀ ଦୁଇ ଜଣ ଭଉଣୀର ମୃତଦେହକୁ ଧରି ଦୁଆର ଦୁଆର ବୁଲିଥିଲେ । ଶେଷରେ ପୋଲିସ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିବାକୁ ବାହାରିଥିଲା । ଆଉ ପୋଲିସ ସହ ବାହାରିଥିଲେ ବସ୍ତି ବାସିନ୍ଦା । ବଜାରଖାଲା ଅଞ୍ଚଳରେ ଜଣେ ୧୫ ବର୍ଷର ଝିଅ ଭାଇ ଭଉଣୀଙ୍କ ସହ ବସ୍ତିରେ ରହୁଥିଲେ । ମା-ବାପାଙ୍କ ମୃତ୍ୟୁ ପରେ ତାଙ୍କର ସାନ ଭାଇ ଭଉଣୀ ସାହାରା ଥିଲେ । ସେ ଅନ୍ୟ ଘରେ କାମ କରି ଭାଇ ଭଉଣୀଙ୍କୁ ପଢ଼ାଉଥିଲେ । 

 ଏହି ଅସମୟରେ ମହମ୍ମଦ ଅମୀର ସାହାଯ୍ୟ କରିବାର ଆଳ ଦେଖାଇ ନାବାଳିକାଙ୍କ ନିକଟତର ହୋଇଥିଲା । ଛୋଟ ମୋଟ ସାହାଯ୍ୟ କରି ସେମାନଙ୍କ ନିକଟତର ହେବାରେ ଲାଗିଲା ଅମୀର । ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ସେ ଦୁଷ୍କର୍ମ କରିଥିଲା । ନାବଳିକା ଗର୍ଭବତୀ ହେବା ପରେ ଜୋର ଜବରଦସ୍ତି ତାଙ୍କର ଗର୍ଭପାତ କରାଇଥିଲା ଅଭିଯୁକ୍ତ । ଏହା ପରେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ମାମଲା କୋତବାଲି ପୋଲିସ ଷ୍ଟେସନ୍‌ରେ ପହଞ୍ଚିବା ପରେ ପୋଲିସ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଏହା ସହ ମାମଲା ରୁଜୁ କରି ଅଭିଯୁକ୍ତ ମହମ୍ମଦ ଅମୀରକୁ ଜେଲ୍‌ ପଠାଇଥିଲା । 

 ସେପଟେ ୨୦ ଦିନ ପର୍ଯ୍ୟନ୍ତ ଜୀବନ ମରଣ ସହ ଲଢ଼େଇ କରିବା ପରେ ଶେଷରେ ହାରିଗଲେ ପୀଡ଼ିତା । ନାବାଳିକାଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଇଥିଲା ପୋଲିସ । ହେଲେ ଶବ ସଂସ୍କାର ପାଇଁ ମୃତ ନାବାଳିକାଙ୍କ ଭାଇ ଭଉଣୀଙ୍କ ପାଖରେ ନା ଥିଲା ଶକ୍ତି ନା ସାମର୍ଥ୍ୟ । ଏହା ପରେ ପୋଲିସ ମଣିଷ ପଣିଆର ନିଦର୍ଶନ ଦେବା ସହ ଶବ ସଂସ୍କାର ପାଇଁ ବ୍ୟବସ୍ଥା କରିଥିଲା । ପ୍ରଥମେ ମନା କରୁଥିବା ବସ୍ତି ବାସିନ୍ଦା ପରେ ପୋଲିସକୁ ସହାୟତା କରିଥିଲେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.