ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଅଲଗା ହେଲେ ଗୁଗୁଲ୍‌ର ସହ-ପ୍ରତିଷ୍ଠାତା ସର୍ଜି ବ୍ରିନ୍‌ ଓ ପତ୍ନୀ ନିକୋଲ୍‌ ଶାନାହନ୍‌, ଏଲନ୍‌ ମସ୍କ ହେଲେ କାରଣ

ନୂଆଦିଲ୍ଲୀ ୧୭/୦୯: ଅଲଗା ହୋଇଯାଇଛନ୍ତି ଗୁଗୁଲ୍‌ର ସହ-ପ୍ରତିଷ୍ଠାତା ସର୍ଜି ବ୍ରିନ୍‌ ଏବଂ ପତ୍ନୀ ନିକୋଲ୍‌ ଶାନାହନ୍‌ । ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କ ସହ ନିକୋଲ୍‌ଙ୍କ ସମ୍ପର୍କ ଯୋଗୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି । ଚଳିତବର୍ଷ ମେ’ ୨୬ରେ ଉଭୟଙ୍କ ଛାଡ଼ପତ୍ରରେ ବିଚାରପତି ମୋହର ଲଗାଇଛନ୍ତି । ସୂଚନାଯୋଗ୍ୟ, ସର୍ଜି ବ୍ରିନ୍‌ ଗତ ବର୍ଷ ଜାନୁଆରୀରେ ଛାଡ଼ପତ୍ର ଆବେଦନ କରିଥିଲେ । ରିପୋର୍ଟ ଅନୁସାରେ, ୩ ବର୍ଷର ବିବାହ ସମ୍ପର୍କରେ ଫାଟ ଆସିବାର ପ୍ରମୁଖ କାରଣ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ । ମସ୍କଙ୍କ ସହ ପତ୍ନୀ ନିକୋଲ୍‌ଙ୍କ ସମ୍ପର୍କ ଯୋଗୁ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ, ମସ୍କଙ୍କ ସହ ଗୁଗୁଲ ପ୍ରତିଷ୍ଠାତା ସର୍ଜି ବ୍ରିନ୍‌ଙ୍କର ବର୍ଷ ବର୍ଷ ଧରି ବନ୍ଧୁତା ରହିଥିଲା । ଯେତେବେଳେ ମସ୍କଙ୍କ କମ୍ପାନି ଟେସ୍‌ଲା ସଂକଟରେ ଥିଲା ଉକ୍ତ ସମୟରେ ବ୍ରିନ୍‌ ଏବଂ ଗୁଗୁଲ୍‌ର ଅନ୍ୟତମ ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍‌ ତାଙ୍କ କମ୍ପାନିରେ ନିବେଶ କରିଥିଲେ । ୨୦୧୮ ନଭେମ୍ବର ୧୧ରେ ସର୍ଜି ବ୍ରିନ୍‌ ନିକୋଲ୍‌ଙ୍କୁ ବିବାହ କରିଥିଲେ । ବିବାହର ଦୁଇ ସପ୍ତାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଥିଲେ । ରିପୋର୍ଟ ଅନୁସାରେ, ୪ ବର୍ଷର କନ୍ୟା ସନ୍ତାନର କଷ୍ଟଡି ପାଇଁ ଏବେ ଉଭୟ ମାମଲା ଲଢ଼ିବେ ।

ନିକୋଲ୍‌ ପେସାରେ ଜଣେ ଓକିଲ । ସେ ନନ୍‌-ପ୍ରଫିଟ୍‌ ଅର୍ଗାନାଇଜେଶନ୍‌ ବାୟା-ଇକୋ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା । ୨୦୨୧ରୁ ମସ୍କଙ୍କ ସହ ନିକୋଲଙ୍କ ସମ୍ପର୍କ ରହିଥିବା କୁହାଯାଇଛି । ତେବେ ମସ୍କ ବ୍ରିନ୍‌ଙ୍କ ପୂର୍ବ ପତ୍ନୀ ନିକୋଲ୍‌ଙ୍କ ସହ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ରୂପେ ଗୁଜବ ବୋଲି ସେ ନିଜ ‘ଏକ୍ସ’(ଟୁଇଟର)ଆକାଉଣ୍ଟରେ ଲେଖିଛନ୍ତି । ମସ୍କ ଜୁଲାଇରେ ନିଜ ଟୁଇଟର ପୋଷ୍ଟରେ ଲେଖିଥିଲେ ଯେ, ଏହା ଏକ ଗୁଜବ । ଏଥିରେ କୌଣସି ସତ୍ୟତା ନାହିଁ । ସର୍ଜି ଏବଂ ମୁଁ ବନ୍ଧୁ ।

Copyright © 2022 - Summa Real Media Private Limited. All Rights Reserved.