କବିସୂର୍ଯ୍ୟନଗର,୪/୯ : ଗଞ୍ଜାମ କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଂକଳବାଡ଼ିଠାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାରିବାରିକ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପଙ୍କଳ ବାଡ଼ିର ମିଥୁନ ଭୁଆଁ ଓ ତାର ମାଉସୀ ପୁଅ ଭାଇ ହିଞ୍ଜିଳି କାଟୁ ନୂଆଗଡର ଲିପୁନ ସ୍ୱାଇଁ l
ଘଟଣାରୁ ପ୍ରକାଶ ଯେ, ଗୋଟିଏ ବଂଶୀକା ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ l ଜାନକୀ ଭୂୟାଁ ଓ ତାଙ୍କ ପୁଅ କିଛିଦିନ ତଳେ ଜେଲରୁ ଫେରିଥିଲେ l ପୂର୍ବରୁ ମିଥୁନ ଉପରେ ଉକ୍ତ କେଶ ବାବଦରେ ପ୍ରତିହିଂସା ଘନୀଭୂତ ହୋଇ ଉଗ୍ରରୂପ ନେଇଥିଲା l ମିଥୁନ କବିସୂର୍ଯ୍ୟନଗରରୁ ବାଇକ ଯୋଗେ ପଂକଳବାଡି ଗାଁ ଫେରୁଥିଲା l ଏହି ସମୟରେ ଜାନକୀ ଭୂୟାଁ ଓ ତାର କିଛି ସହଯୋଗୀ ମିଥୁନ ଓ ଲିପୁନ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ l
ଦୁଇ ଗୁରୁତରଙ୍କୁ ପ୍ରଥମେ ପୋଲିସ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆମ୍ବୁଲାନ୍ସ ଯୋଗେ ଏମକେସିଜି ପଠାଇଥିଲେ l ତେବେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ l ପୋଲିସ ଆହତ ଦୁଇଜଣଙ୍କୁ ହେଫlଜତରେ ରଖିଥିବାବେଳେ ଆକ୍ରମଣକାରୀ ଖସି ପଳାଇଥିଲେ l ଗାଁ ପୁରୁଷ ଶୂନ୍ୟ ହେବା ସହ ପୋଲିସ ଛାଉଣୀ ହୋଇଥିବା ଦେଖିବାକୁ ମିଳିଛି l ଘଟଣା ସମ୍ପର୍କରେ ଗ୍ରାମବାସୀ ଓ ପୋଲିସଠାରୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ l