ନୂଆଦିଲ୍ଲୀ,୨୬/୦୨: କେନ୍ଦ୍ରୀୟ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ମହଙ୍ଗା ଭତ୍ତା (ଡିଏ) ମାର୍ଚ୍ଚରେ ବଢ଼ିପାରେ । ଡିଏ ୪% ବୃଦ୍ଧି ହୋଇପାରେ ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଏହା ପୂର୍ବରୁ ସରକାର ଅକ୍ଟୋବର ୨୦୨୩ରେ ଡିଏ ୪% ବୃଦ୍ଧି କରିବା ଫଳରେ ଏହା ୪୬% ସ୍ତର ଛୁଇଁଥିଲା ।
ଯଦି ମାର୍ଚ୍ଚରେ ଡିଏ ୪% ବୃଦ୍ଧି ହୁଏ ତେବେ କେନ୍ଦ୍ର କର୍ମଚାରୀଙ୍କୁ ମିଳୁଥିବା ମହଙ୍ଗା ଭତ୍ତା ୪୬%ରୁ ୫୦%କୁ ବୃଦ୍ଧି ହେବ । ଏହାର ଲାଭ ୪୮.୬୭ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୭.୯୫ ଲକ୍ଷ ପେନସନଭୋଗୀଙ୍କୁ ମିଳିବ । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୩ ଜୁଲାଇ ପହିଲାରୁ ମିଳିବ । ବର୍ଷକୁ ୨ଥର ଜାନୁଆରି ଏବଂ ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ଦରଦାମ ବୃଦ୍ଧିକୁ ନଜରରେ ରଖି ସରକାର କେନ୍ଦ୍ରୀୟ କର୍ମଚାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏଭଳି ଭତ୍ତା ପ୍ରଦାନ କରିଥାନ୍ତି ।