ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେଟିଏମ୍‌ର ବଢ଼ିଲା ଅଡ଼ୁଆ: ଯାଞ୍ଚ ଘେରରେ ପେଟିଏମ୍‌ରେ ଚୀନ ନିବେଶ

ନୂଆଦିଲ୍ଲୀ,୧୨/୦୨: ପେଟିଏମ୍‌  ପେମେଣ୍ଟସ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ  କାର୍ଯ୍ୟାନୁଷ୍ଠାନ ପରେ ଏବେ ଏହାର ଫିନ୍‌ଟେକ  ସଂସ୍ଥା ପେଟିଏମ୍‌ ପେମେଣ୍ଟସ ସର୍ଭିସେସ  ଲିମିଟେଡ (ପିପିଏସ୍‌ଏଲ୍‌)ଉପରେ ସରକାରଙ୍କ  କଡ଼ା ନିଜର ।  

ଏହି କମ୍ପାନିରେ ଚୀନ କରିଥିବା ଏଫ୍‌ଡିଆଇ  ନିବେଶର ବିଭିନ୍ନ ଦିଗକୁ ଏବେ ସରକାର ଯାଞ୍ଚ  କରୁଛନ୍ତି । ଏଫ୍‌ଡିଆଇ ନିୟମ ଅନୁପାଳନ ଠିକ୍‌  ଭାବେ ହୋଇଛି କି ନାହିଁ ସେ ସମ୍ପର୍କିତ ବିଭିନ୍ନ  ଦିଗକୁ ତର୍ଜମା କରାଯାଉଥିବା ପ୍ରକ୍ରିୟା ସହ ଜଡିତ  ଜଣେ ଅଧିକାରୀ କହିଛନ୍ତି ।

ପେମେଣ୍ଟ ଆଗ୍ରିଗେଟର ସେବା ଯୋଗାଣ  ଲାଗି ଆର୍‌ବିଆଇ ନିକଟରେ ଲାଇସେନ୍ସ ପାଇଁ  ଆବେଦନ କରିଥିଲା ପେଟିଏମ୍‌ ପେମେଣ୍ଟସ ସର୍ଭିସେସ ଲିମିଟେଡ (ପିପିଏସ୍‌ଏଲ୍‌) ।  ପେମେଣ୍ଟ ଆଗ୍ରିଗେଟର ଏବଂ ପେମେଣ୍ଟ ଗେଟୱେ  ସେବା ଲାଗି ପିପିଏସ୍‌ଏଲ୍‌ ୨୦୨୦ରେ ଆବେଦନ  କରିଥିଲା । ପେଟିଏମ୍‌ର ମୂଳ କମ୍ପାନି ୱାନ ୯୭  କମ୍ୟୁନିକେସନ ଲିମିଟେଡ(ଓସିଏଲ୍‌)ର ଏକ  ସହଯୋଗୀ କମ୍ପାନି ହେଉଛି ପିପିଏସ୍‌ଏଲ୍‌ । 

ଓସିଏଲ୍‌ରେ ଚୀନର ଆଣ୍ଟ ଗ୍ରୁପ ନିବେଶ  ରହିଛି । ତେବେ ୨୦୨୨ ନଭେମ୍ବରରେ ଆର୍‌ବିଆଇ  ଏହି ଆବେଦନକୁ ଖାରଜ କରିବା ସହ ପୁଣି  ଥରେ ଆବେଦନ କରିବାକୁ କମ୍ପାନିକୁ ନିର୍ଦ୍ଦେଶ  ଦେଇଥିଲା । ଏଫ୍‌ଡିଆଇ ନିୟମର ପ୍ରେସ ନୋଟ ୩  ଅଧିନରେ ବିଭିନ୍ନ ଦିଗକୁ ବିଚାର କରୁଛି କେନ୍ଦ୍ରୀୟ  ବ୍ୟାଙ୍କ । ବିଭିନ୍ନ ଦିଗକୁ ତର୍ଜମା କରୁଛି ଆନ୍ତଃ  ମନ୍ତ୍ରୀ ଗୋଷ୍ଠୀ । 

କୋଭିଡ ୧୯ର ଫାଇଦା ନେଇ ଯେଭଳି  କୌଣସି ପଡୋଶୀ ଦେଶ ଭାରତୀୟ  କମ୍ପାନିଗୁଡିକର ମାଲିକାନା ନ ହାତାଏ ସେ ଦିଗକୁ ସରକାର ଦେଖୁଛନ୍ତି ।  

ଫେବ୍ରୁଆରି ୨୬ ପରେ ପେଟିଏମ୍‌ ପେମେଣ୍ଟସ  ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଜମା, ଟପ୍‌ ଅପ୍‌,  ପ୍ରିପେଡ ଇନଷ୍ଟ୍ରୁମେଣ୍ଟ, ୱାଲେଟ, ଫାଷ୍ଟାଗ ପାଇଁ  ଅର୍ଥ ସଂଗ୍ରହ କରିପାରିବନି ବୋଲି କେନ୍ଦ୍ରୀୟ  ବ୍ୟାଙ୍କ କଟକଣା ଲଗାଇଥିଲା । ବାହ୍ୟ ଅଡିଟ  ପରେ ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ  କାର୍ଯ୍ୟାନୁଷ୍ଠାନ ଦୃଢ଼ କରିଛି ଆରବିଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.