ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବାପା ଆରପାରିରେ, ମା’ ଛାଡି ଚାଲିଗଲା : ୨ ଅନାଥ ଶିଶୁଙ୍କ ଭବିଷ୍ୟତ ନେଇ ଚିନ୍ତାରେ ଜେଜେମା’

କାଶୀପୁର ୬।୧୧ ବାପା ଆରପାରିକି ଚାଲିଗଲା। ଏହାର କିଛି ଦିନ ପରେ ମା’ ପିଲାମାନଙ୍କୁ ଛାଡି ଚାଲିଗଲା। ବାପା, ମା’ ଯିବା ପରେ ବେସାହାରା ହୋଇଗଲେ ୨ ଶିଶୁ। ଜେଜେମା’ ନିକଟରେ ସେମାନେ ରହୁଛନ୍ତି। ତେବେ ଜେଜେମା’ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ହୋଇଥିବାରୁ ୨ ଶିଶୁଙ୍କ ଭବିଷ୍ୟତ ଚିନ୍ତା ତାଙ୍କୁ ଘାରିଛି। କାଶୀପୁର ବ୍ଲକଦୁଡୁକା ବାହାଲ ପଞ୍ଚାୟତ କୁନ୍ଦୁ ପୁଟ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

 କାଶୀପୁର ବ୍ଲକଦୁଡୁକା ବାହାଲ ପଞ୍ଚାୟତ କୁନ୍ଦୁ ପୁଟ ଗ୍ରାମର ଗୁର ମାଝୀ।ସ୍ୱାମୀ ନର୍ସିଙ୍ଗ ମାଝୀଙ୍କ ଅନ୍ତେ ଦୁଇ ପୁଅଏବଂ ଝିଅ କୁ ବହୁ କଷ୍ଟ ରେ ପାଳି ପୋଷି ବଡ଼ କରିଥିଲେ  ।ରୋଜଗାରିଆ   ବଡ ପୁଅ ସୁଧୀର ମାଝୀ ଆଜକୁ ପ୍ରାୟ ତିନି ବର୍ଷ ତଳେ ବାରହା ଶିକାର ପାଇଁ ରାସ୍ତାରେ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ପ୍ରାଣ ହରାଇଥିଲେ । ରାତିରେ ନିକଟସ୍ଥ ପାନ ବନ୍ଧ ଗ୍ରାମରୁ ଘରକୁଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ପୁଅ ମରିଯିବାର ଦୁଇ ବର୍ଷ ପରେ ବୋହୂ ସାଲାଇ ମାଝୀ ଶିଶୁ ଅବସ୍ଥାରେ ଥିବା ଦୁଇ ପୁଅଏବଂ ଝିଅକୁ ଛାଡ଼ି ଅନ୍ୟର ହାତ ଧରିଚାଲି ଗଲା । ଏବେ ଚାରିବର୍ଷର ନାତି କିଶନ ମାଝୀକୁ ସାଙ୍ଗରେ ନେଇ ଘରେ ପଡ଼ି ରହିଛି  ।ଗତ ବର୍ଷ ନାତୁଣୀ ମନିତା ମାଝୀକୁ  ଏକ ଆଶ୍ରମ ବିଦ୍ୟାଳୟ ରେ ପାଠ ପଢିବାକୁ ନାମ ଲେଖାଇ ଦେଇଥିବାର କହିଛନ୍ତି ଗୁର ମାଝୀ । ସେହିପରିପ୍ରତି ମାସରେ ମିଳୁଥିବା ପାଞ୍ଚ ଶହ ଟଙ୍କା ଭତ୍ତା ଏବଂପଞ୍ଚାୟତ ରୁ ମିଳୁଥିବା ଟଙ୍କାକିଆ ପିଡ଼ିଏସ ଚାଉଳରେ କୌଣସି ପ୍ରକାରେ ଚଳି ଯାଉଥିବାର କୋହ ଭରା କଣ୍ଠରେ କହିଛନ୍ତିବୃଦ୍ଧା ଜଣକ।  ପଶୁ ଶିକାର ପାଇଁ ବେଆଇନ ଭାବେ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ପୁଅର ମୃତ୍ୟୁ ହୋଇ ଥିଲା ।ଏହିବେଆଇନ ଘଟଣା ରେ ନିକଟସ୍ଥ ଡେଙ୍ଗା ଗୁଡ଼ା ଗ୍ରାମର ଦୁଇଜଣକୁ ଟିକିରି ପୁଲିସ ଗିରଫ କରି ଜେଲ ପଠାଇଥିଲା । ଅଭିଯୁକ୍ତମାନେ ଦୁଇ ମାସ ପରେ ଜେଲରୁ ମୁକୁଳି ଗଲେ ।କିନ୍ତୁ ସରକାର ଙ୍କ ପକ୍ଷରୁ ଆମ୍ଭ କୁ କୌଣସି ସାହାଯ୍ୟ ମିଳିପାରି ନ ଥିବାରୁ ବହୁ କଷ୍ଟରେ ଚଳିବାକୁ ପଡୁଥିବାର କହିଛନ୍ତି ଗୁର ମାଝୀ ।

Copyright © 2022 - Summa Real Media Private Limited. All Rights Reserved.