ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ଅଲଆଉଟ୍, ସଟ୍ ମାରୁ ମାରୁ ଖସିଗଲା କ୍ୟାମରନ୍ ଗ୍ରୀନଙ୍କ ବ୍ୟାଟ୍

ଅହମଦାବାଦ, ୦୪/୧୧: ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ କ୍ରିଜରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଶଟ୍ ମାରୁ ମାରୁ କ୍ୟାମରନ୍ ଗ୍ରୀନଙ୍କ ହାତରୁ ବ୍ୟାଟ୍ ଖସି ଯାଇଥିଲା । ତେବେ ଇଂଲଣ୍ଡ ଖେଳାଳି ଉକ୍ତ ସମୟରେ କ୍ୟାଚକୁ ମିସ୍ କରିଥିଲେ । ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି ।

ପ୍ରଥମେ ଟସ୍ ଜିତିଥିବା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ସମସ୍ତ ୱିକେଟ ହରାଇ କଙ୍ଗାରୁ ଟିମ୍ ୪୯.୩ ଓଭରରେ ୨୮୬ ରନ୍ କରିଥିଲା । ୧.୪ ଓଭରରେ ଦଳୀୟ ସ୍କୋର୍ ମାତ୍ର ୧୧ ରନ୍ ହୋଇଥିବା ବେଳେ ଖସିଥିଲା ଅଷ୍ଟ୍ରେଲିଆର ପ୍ରଥମ ୱିକେଟ୍ । ମାତ୍ର ୧୧ ରନରେ ଆଉଟ୍ ହୋଇ ଯାଇଥିଲେ ଓପନର ହେଡ୍ । ଏହାପରେ ୫.୪ ଓଭରରେ ଦଳର ସ୍କୋର ୩୮ ଥିବା ବେଳେ ୱାର୍ଣ୍ଣର ଆଉଟ୍ ହୋଇଥିଲେ ।

ବର୍ଷା ପାଇଁ ବ୍ୟାଟିଂରେ ବ୍ରେକ୍, ମ୍ୟାଚ୍ ଧୋଇଗଲେ ବିଶ୍ୱକପରୁ ବାହାରିଯିବ କି ପାକିସ୍ତାନ ?

ଇଂଲଣ୍ଡ ପକ୍ଷରୁ କ୍ରିସ୍ ୱକ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମାର୍କ ୱୁଡ୍ ୨ଟି, ଆଦିଲ୍ ରସିଦ୍ ୨ଟି, ୱିଲି ଓ ଲିଭିଂଷ୍ଟୋନ୍ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସ୍କେଗ୍ ସର୍ବାଧିକ ୭୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ କରି ପାରି ନାହାଁନ୍ତି । 

ବିଶ୍ୱକପ୍ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଛି ଇଂଲଣ୍ଡ ଟିମ୍ । ଦଳ ୬ଟି ମ୍ୟାଚ୍ ଖେଳି ଗୋଟିଏ ଜିତିଥିବା ବେଳେ ୫ଟିରେ ହାରି ବିଶ୍ୱକପରୁ ବିଦା ହୋଇ ସାରିଛି । ଏବେ ସମ୍ମାନ ରକ୍ଷା ଲାଗି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ସହ ଲଢ଼ୁଛି ।

ଯୁଦ୍ଧ ଭୂଇଁରୁ ଛାତିଥରା ଖବର; ଆମ୍ବୁଲାନ୍ସ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୧୫ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.