ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନାବେଡ଼ା ଅଭୟାରଣ୍ୟରେ ସିଆରପିଏଫ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା, ୯।୨ : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ତଳି ବରକୋଟ ଘାଟି ନିକଟରେ ସିଆରପିଏଫ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ ଯବାନଙ୍କୁ ସାମ୍ନା କରିନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଏବେ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାନୁଯାୟୀ, ଗୁରୁବାର ରାତିରେ ସିଆରପିଏଫ-୨୧୬ ବାଟଲିୟନ ବରକୋଟ କ୍ୟାମ୍ପର ଯବାନମାନେ ସୁନାବେଡା ଅଭୟାରଣ୍ୟ ଭିତରକୁ କମ୍ବିଂ ଅପରେସନରେ ଯାଇଥିଲେ । ଶୁକ୍ରବାର ଭୋର ସକାଳୁ ସିଆରପିଏଫ ଯବାନମାନେ ଅପରେସନ ସାରି ବରକୋଟ କ୍ୟାମ୍ପକୁ ଫେରିବା ବେଳେ ବରକୋଟ ଓ ଚେରେଚୁଆଁ ମଧ୍ୟସ୍ଥ ଘାଟିର ଡାହାଣ ପାର୍ଶ୍ଵରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ମାଓବାଦୀମାନେ ୫ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଯବାନମାନେ ଏହାର ପାଲଟା ଜବାବ ଦେଇ ଗୁଳି ଚାଳନା କରିଥିଲେ। ଶେଷରେ ମାଓବାଦୀମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ବରକୋଟ ସିଆରପିଏଫ କ୍ୟାମ୍ପ ଠାରୁ ପ୍ରାୟ ଅଢେଇ କିମି ଦୂର ଓ ବରକୋଟ ଗାଁ ମୁଣ୍ଡରେ ମାଓବାଦୀମାନେ ସକ୍ରିୟ ରହିବା ସହ ଯବାନଙ୍କ ଉପରେ ଗୁଳି ଚାଳନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳରେ ମାଓ ଭୟ ଖେଳି ଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.