ପ୍ରମୁଖ ଖବର
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଜ୍ଞାନବ୍ୟାପୀ ମାମଲା : ସର୍ଭେର ରିପୋର୍ଟ ପ୍ରଦାନ କରିବା ପୂର୍ବରୁ କୋର୍ଟରେ ପହଞ୍ଚିଲା ଏଏସଆଇ

ବାରାଣାସୀ : ଜ୍ଞାନବ୍ୟାପୀ ପରିସରରେ ସର୍ଭେ କରୁଥିବା ଏଏସଆଇ ଶନିବାର କୋର୍ଟରେ ପହଞ୍ଚିଛି। ସର୍ଭେ ରିପୋର୍ଟ ପ୍ରଦାନକୁ ନେଇ ଏଏସଆଇ କୋର୍ଟରୁ ଆଉ ୮ ସପ୍ତାହର ସମୟ ମାଗିଛନ୍ତି, ଆଉ ସେପର୍ଯ୍ୟନ୍ତ ସର୍ଭେ ଜାରି ରଖିବା କଥା କହିଛି। ଏଏସଆଇର ଅଧିବକ୍ତାଙ୍କ ପକ୍ଷରୁ ଶନିବାର ଜିଲ୍ଲା ଜଜ୍‌ ଡା. ଅଜୟ କୃଷ୍ଣ ବିଶ୍ୱେଶଙ୍କର କୋର୍ଟରେ ଏହି ସମ୍ୱନ୍ଧରେ ଏକ ପ୍ରାର୍ଥନା ପତ୍ର ଦିଆଯାଇଛି। କୋର୍ଟ ଖାଲି ହେବା ଯୋଗୁଁ ମାମଲାର ଶୁଣାଣି ଏଡିଜେ ପ୍ରଥମଙ୍କ କୋର୍ଟରେ ହୋଇଛି। କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଆଦେଶକୁ ସୁରକ୍ଷିତ ରଖି ଥିଲେ। ଏହି ସମୟରେ କୋର୍ଟ ଆଦେଶ ଦେଇଛନ୍ତି କି, ଜିଲ୍ଲା ଜଜ୍‌ ଯେଉଁ ଦିନ ବସୁଛି , ସେହିଦିନ ତାଙ୍କ ସମ୍ମୁଖରେ ପତ୍ରାବଳୀ ଉପସ୍ଥାପିତ କରାଯାଉ। ଏଏସଆଇର ପ୍ରାର୍ଥନା ପତ୍ରରେ ୮ ସେପ୍ଟେମ୍ୱରରେ କୋର୍ଟ ପୁଣି ଥରେ ଶୁଣାଣି କରିବ। ସେପର୍ଯ୍ୟନ୍ତ ଏଏସଆଇ ପକ୍ଷରୁ ସର୍ଭେକ୍ଷଣ ଜାରି ରହିବ ।

ଜ୍ଞାନବ୍ୟାପୀର ଏଏସଆଇ ସର୍ଭେର ମିଡ଼ିଆ କଭରେଜ ଉପରେ ରୋକ୍‌ , ବାରଣାସୀ କୋର୍ଟଙ୍କ ଆସିଲା ଆଦେଶ

 

ଆଜି ଏଏସଆଇକୁ ଦେବାର ଥିଲା ସର୍ଭେ ରିପୋର୍ଟ – 

ଜ୍ଞାନବ୍ୟାପୀ କେସ୍‌ରେ ଏଏସଆଇକୁ ଶନିବାର ସର୍ଭେର ରିପୋର୍ଟ କୋର୍ଟରେ ପ୍ରଦାନ କରିବାର ଥିଲା , କିନ୍ତୁ ଏମିତି ହୋଇ ପାରିନାହିଁ । କୋର୍ଟ ଗତ ୪ଅଗଷ୍ଟରେ ସର୍ଭେର ଆଦେଶ ଦେଇଥିଲେ। ଏଏସଆଇ ଠାରୁ ୨ ସେପ୍ଟେମ୍ୱର ସୁଦ୍ଧା ସର୍ଭେ ରିପୋର୍ଟ ମାଗିଥିଲେ। ପ୍ରଥମେ ହିଁ ସମ୍ଭାବନା କରାଯାଉଥିଲା କି ଶୁଣାଣି ବେଳେ ଏଏସଆଇ ପକ୍ଷରୁ ସର୍ଭେର ସମୟ ବଢାଇବାକୁ ଏକ ପ୍ରାର୍ଥନାପତ୍ରର ଦାଖଲ କରାଯାଇ ପାରେ ଏବଂ ଏମିତି ବି ହେଲା । 

 

କୋର୍ଟ ଦେଇଥିଲେ ଏଏସଆଇକୁ ସର୍ଭେ ଆଦେଶ – 

ଜିଲ୍ଲା ଜଜ୍‌ ୪ ହିନ୍ଦୁ ମହିଳାଙ୍କ ଆବେଦନର ୨୧ ଜୁଲାଇରେ ଜ୍ଞାନବ୍ୟାପୀ ପରିସରର ବୈଜ୍ଞାନିକ ସର୍ବେକ୍ଷଣର ଆଦେଶ ଏଏସଆଇକୁ ଦେଇଥିଲେ । ଏଏସଆଇ ଠାରୁ ୪ ଅଗଷ୍ଟ ସୁଦ୍ଧା ରିପୋର୍ଟ ଦେବାକୁ କହିଥିଲେ । ଏଏସଆଇ ୨୪ ଜୁଲାଇରେ ସାଢେ ଚାରି ଘଣ୍ଟାରୁ ଅଧିକ ସମୟ ଯାଏ ସର୍ବେକ୍ଷଣ କରିଥିଲେ । ସେହି ଦିନ ଅଞ୍ଜୁମନ ଇନ୍ତେଜାମିଆ ମସାଜିଦ କମିଟିର ଜରୁରୀ ଆବେଦନରେ ସୁପ୍ରିମକୋର୍ଟ ୨୬ ଜୁଲାଇ ସୁଦ୍ଧା ସର୍ଭେକ୍ଷଣ ଉପରେ ରୋକ୍‌ ଲଗେଇ ଥିଲେ। କମିଟିକୁ ଆଲ୍ଲାହବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଥିଲେ । କମିଟି ୨୫ ଜୁଲାଇରେ ହାଇକୋର୍ଟ ଶରଣ ନେଇଥିଲା । ହାଇକୋର୍ଟ ଶୁଣାଣି ଆରମ୍ଭ କରି ସର୍ଭେକ୍ଷଣ ଉପରେ ରୋକ୍‌ ଲଗେଇ ଦେଇଥିଲେ । ୩ଦିନର ଶୁଣାଣି ପରେ ହାଇକୋର୍ଟ ୩ ଅଗଷ୍ଟରେ ନିଜର ନିଷ୍ପତ୍ତିରେ ସର୍ଭେ ଜାରି ରଖିବାକୁ ଆଦେଶ ଦେଇଥିଲେ । ଅଞ୍ଜୁମନ ସମିତି ସୁପ୍ରିମକୋର୍ଟରେ ନିଷ୍ପତ୍ତିକୁ ପୁଣି ଚ୍ୟାଲେଞ୍ଜ ଦେଇଥିଲେ , ହେଲେ ଉଚ୍ଚ ଅଦାଲତ ସର୍ଭେକ୍ଷଣ ଉପରେ ରୋକ୍‌ ଲଗେଇବାକୁ ମନା କରିଦେଇ ଥିଲେ । 

ଜ୍ଞାନବାପି ମସଜିଦ ମାମଲା:ମୁସଲିମ୍ ପକ୍ଷକୁ ଝଟକା,ଏଏସ୍ଆଇ ସର୍ଭେକୁ ହାଇକୋର୍ଟଙ୍କ ସବୁଜ ସଙ୍କେତ

Copyright © 2022 - Summa Real Media Private Limited. All Rights Reserved.