ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆସ ଦେଖିଯିବ ଆମ ଦୁର୍ଦ୍ଦଶା’: ଇସ୍ରାଏଲ ଗସ୍ତ କରିବା ପରେ ଗାଜାକୁ ଯିବାକୁ ଏଲନ ମସ୍କଙ୍କୁ ଆମନ୍ତ୍ରଣ କଲା ହମାସ

Image Courtesy: businesstoday

 ନୂଆଦିଲ୍ଲୀ: ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଗସ୍ତ କରିଥିବା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ହମାସ ମଧ୍ୟ ନିମନ୍ତ୍ରଣ ପଠାଇଛି । ହମାସର ଜଣେ ବରିଷ୍ଠ ନେତା ଏଲନ ମସ୍କଙ୍କୁ ଗାଜା ଆସିବାକୁ ଆମନ୍ତ୍ରଣ କରିଥିବା ଜଣାପଡ଼ିଛି । ଇସ୍ରାଏଲ ଆକ୍ରମଣରେ ଗାଜା ପଟ୍ଟିର ଅବସ୍ଥା କିଭଳି ହୋଇଛି ତାହା ଦେଖାଇବାକୁ ମସ୍କଙ୍କୁ ଡାକିଛନ୍ତି ବୋଲି କହିଛନ୍ତି ହମାସ ନେତା ଓସାମା ହମଦାନ । ଗାଜାରେ ଇସ୍ରାଏଲ କିଭଳି ନରସଂହାର କରିଛି ଏବଂ ଧ୍ବଂସର ତାଣ୍ଡବ ରଚିଛି ତାହା ଆସି ଦେଖିଯିବାକୁ ଏଲନ ମସ୍କଙ୍କୁ ନିମନ୍ତ୍ରଣ କରିଛୁ ବୋଲି ସେ କହିଛନ୍ତି । 

ସୋମବାର ଦିନ ଇହୁଦୀ ବିରୋଧୀ ପୋଷ୍ଟକୁ ସମର୍ଥନ କରି ସମାଲୋଚନାର ଶିକାର ହୋଇଥିବା ମିଡିଆ ମୋଗଲ ଏଲନ ମସ୍କ ହମାସ ଆକ୍ରମଣ କରିଥିବା ସ୍ଥାନକୁ ଗସ୍ତ କରିଛନ୍ତି । ଏହା ସହ ପ୍ରସାର ହେଉଥିବା ଘୃଣାକୁ କମ୍‌ କରିବା ଲାଗି ଯାହା ଦରକାର ସେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଉ ୨ ଦିନ ଅସ୍ତ୍ରବିରତି ବଢ଼ିବା ପରେ ହମଦାନଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି ।

ଏହା ସହ ସେ ଆହୁରି କହିଛନ୍ତି ଯେ, ୫୦ ଦିନ ଭିତରେ ଗାଜା ଉପରେ ୪୦ ହଜାର ଟନରୁ ଅଧିକ ବିସ୍ଫୋଟକ ପକାଇସାରିଲାଣି ଇସ୍ରାଏଲ । ତେଣୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇସ୍ରାଏଲ ସହ ଥିବା ସଂପର୍କର ସମୀକ୍ଷା କରିବାକୁ କହିବା ସହ ଯୁଦ୍ଧାସ୍ତ୍ର ଯୋଗାଣ ବନ୍ଦ କରିବାକୁ ଅପିଲ କରିଛି ବୋଲି ହମଦାନ କହିଛନ୍ତି । 

ଅନ୍ୟପଟେ ଗାଜାରେ ଧ୍ବଂସାବଶେଷ ତଳେ ଏବେ ବି ଚାପି ରହିଥିବା ଲୋକମାନଙ୍କୁ ବାହାର କରିବା ଲାଗି ସ୍ବତନ୍ତ୍ର ସୈନିକଙ୍କୁ ପଠାଇବା ଲାଗି ସେ ବିଶ୍ବ ସମୂହଙ୍କୁ ଅନୁରୋଧ କରିଛନ୍ତି । ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ଏବେ ଭଗ୍ନାବଶେଷ ତଳେ ହଜାର ହଜାର ଲୋକ ଚାପି ହୋଇ ରହିଛନ୍ତି ।

୭ ସପ୍ତାହ ପରେ ପ୍ରଥମ ଥର ପାଇଁ ୪ ଦିନ ଲାଗି ଅସ୍ତବିରତି ନେଇ ସହମତି ହୋଇଥିଲା । ଏବଂ ପରେ ଏହି ଡିଲକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି। ଅକ୍ଟୋବର ୭ରେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରି ଏହାର ୧୨୦୦ ଲୋକଙ୍କୁ ମାରିବା ସହ ୨୪୦ ଜଣଙ୍କୁ ବନ୍ଧକ ବନାଇଥିଲେ । ସେପଟେ ପ୍ରତିଆକ୍ରମଣ କରି ପ୍ରାୟ ୧୬ ହଜାର ପାଲେଷ୍ଟାଇନ୍‌ ଲୋକଙ୍କୁ ମାରିସାରିଛି ଇସ୍ରାଏଲ । ଏନେଇ ପାଲେଷ୍ଟାଇନ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ତେବେ ୬ ଦିନର ଏହି ଅସ୍ତ୍ରବିରତିରେ ଉଭୟ ଇସ୍ରାଏଲ ଏବଂ ହମାସ ବନ୍ଦୀମାନଙ୍କୁ ମୁକ୍ତ କରିଛନ୍ତି । ଏହା ସହ ଗାଜାକୁ ମାନବୀୟ ସହାୟତା ପଠାଯାଉଛି । 

  • Elon Musk
  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.