ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବିଲୁପ୍ତିର ୨୦ ବର୍ଷ ପରେ ମିଳିଲା ‘ହ୍ୟାଣ୍ଡଫିଶ୍‌, ଚାଲିବା ପାଇଁ ବ୍ୟବହାର କରେ ନିଜ ହାତ

ନୂଆଦିଲ୍ଲୀ ୧୭/୦୯: ଅଷ୍ଟ୍ରେଲିଆର ତାସ୍‌ମାନିୟାରେ ଏକ ବିଚିତ୍ର ମାଛ ଠାବ କରାଯାଇଛି । ଏହା ଏକ ହ୍ୟାଣ୍ଡଫିଶ୍‌ । ଚାଲିବା ପାଇଁ ଏହା ନିଜ ହାତ ବ୍ୟବହାର କରେ । କୁହାଯାଏ, ଏହି ପ୍ରଜାତି ଲୋପ ପାଇସାରିଛି । ପ୍ରାୟ ୨୦ ବର୍ଷ ତଳେ ଏହାକୁ ଦେଖାଯାଇଥଲା । କମନ୍‌ୱେଲ୍‌ଥ ସାଇଣ୍ଟିଫିକ୍‌ ଓ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ସିଏସ୍‌ଆଇଆର୍‌ଓ) ଏହି ଲୁପ୍ତପ୍ରାୟ ମାଛର ଏକ ଭିଡିଓ ଟ୍ୱିଟ୍‌ କରିଛି, ଯାହାକୁ ଦେଖି ୟୁଜର୍‌ ଅଦ୍ଭୁତ ବୋଲି କହୁଛନ୍ତି । 




କେରି ୟାରେ ନାମ୍ନୀ ଜଣେ ମହିଳା ଏହି ମାଛ ଚିହ୍ନଟ କରିଛନ୍ତି । ପ୍ରିମ୍‌ରୋଜ ସ୍ୟାଣ୍ଡ୍‌ସ ଟାଉନ୍‌ ସ୍ଥିତ ସମୁଦ୍ର ତଟରେ ବାଲିର ଗୋଟିଏ ପରସ୍ତ ତଳେ ଛୋଟ ଛୋଟ ହାତ ସାହାଯ୍ୟରେ ଏହା ଚାଲୁଥିବା ନଜର ଆସିଥିଲା । ପଙ୍ଖ ବଦଳରେ ହାତରେ ଚାଲୁଥିବା ଏହି ମାଛକୁ ଦେଖି ସେ ଚକିତ ହୋଇଥିଲେ । ବିଶ୍ୱରେ ମାତ୍ର ୨ ହଜାର ହ୍ୟାଣ୍ଡ୍‌ଫିଶ୍‌ ପ୍ରଜାତି ବଞ୍ଚିଥିଲେ ବୋଲି ସିଏସ୍‌ଆଇଆର୍‌ଓର କାର୍ଲି ଡିଭାଇନ୍‌ କହିଛନ୍ତି । ପ୍ରାଇମ୍‌ରୋଜ୍‌ ସ୍ୟାଣ୍ଡ୍‌ସରେ ଏହି ଚିହ୍ନଯୁକ୍ତ ହ୍ୟାଣ୍ଡ୍‌ଫିଶ୍‌ ଲୋପ ପାଇଯାଇଛନ୍ତି ବୋଲି ସେମାନେ ଅନୁମାନ କରୁଥିଲେ । କିଛି ବର୍ଷ ତଳେ ସେମାନେ ଏହାକୁ ଖୋଜିବାକୁ ଖୁବ୍‌ ଚେଷ୍ଟା କରିଥିଲେ । କିନ୍ତୁ ସଦ୍ୟ ଆବିଷ୍କାର ପରେ ଏହି ପ୍ରଜାତିର ଅନ୍ୱେଷଣର ପୁଣି ମାର୍ଗ ଖୋଲିଛି ବୋଲି କାର୍ଲି କହିଛନ୍ତି।

australia
handfish

Copyright © 2022 - Summa Real Media Private Limited. All Rights Reserved.