ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାସେ ପାଇଁ ଚିନି ଖାଇବା ଛାଡ଼ନ୍ତୁ, ଏପରି କଲେ କେଉଁ ସବୁ ଫାଇଦା ମିଳେ ଜାଣନ୍ତୁ....

ଭୁବନେଶ୍ୱର, ୯।୦୨: ମିଠା ଅଧିକ ଖାଇବାକୁ ସମସ୍ତେ ମନା କରନ୍ତି । ମିଠା ଅଧିକ ଖାଇବା ଦ୍ୱାରା ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ସେହିପରି ମିଠାଠାରୁ ଦୂରରେ ରହିଲେ ଆମର ଅନେକ ପ୍ରକାର ଫାଇଦା ହୋଇଥାଏ । ଆସନ୍ତୁ, ଜାଣିବା ସେ ସବୁ ଫାଇଦା ବିଷୟରେ । 

ଓଜନ ହ୍ରାସ : 

ଅଧିକ ଚିନି ଖାଇଲେ ଏହାର ସିଧା ପ୍ରଭାବ ଆମ ଓଜନ ଉପରେ ପଡ଼ିଥାଏ । କମ୍ ଚିନି ଖାଇଲେ ଏହା ଓଜନ ହ୍ରାସ ହେବାରେ ସହାୟ ହୋଇଥାଏ । ତେଣୁ ଯଦି ଆପଣ ସୁଗାର ଫ୍ରି ଡାଏଟ୍ ଖାଉଛନ୍ତି, ତେବେ ଆପଣ ମେଦ ବହୁଳତାରୁ ବହୁତ ଦୂରରେ ରହିବେ । 

ହାଇ ଏନର୍ଜି ଲେବଲ :

ଅଧିକ ମିଠା ଖାଇଲେ ଏନର୍ଜି ଲେବଲ୍ ଅଧିକ ରହିଥାଏ ହେଲେ, ଏହା ଖୁବ୍ ଶ୍ରୀଘ୍ର ଆପଣଙ୍କୁ ଥକ୍କାପଣ ଅନୁଭବ କରାଏ । ତେଣୁ ଏକ ନିର୍ଦ୍ଧାରିତ ଏନର୍ଜି ଲେବଲ ପାଇଁ ସୁଗାର ଫ୍ରି ଡାଏଟ୍ ଫଲୋ କରନ୍ତୁ । ଏହା ଆପଣଙ୍କୁ ଦିନସାରା ଏନର୍ଜେଟିକ୍ ରଖିବ । 

ହେଲଦି ସ୍କିନ୍ :

ଯଦି ଆପଣଙ୍କ ସ୍କିନ୍‌ରେ ସବୁବେଳେ ବ୍ରଣ, ଦାଗ ଆଦି ସମସ୍ୟା ଦେଖିବାକୁ ମିଳୁଛି, ତେବେ ନିଜର ମିଠା ଖାଇବାର ପରିମାଣ କମାନ୍ତୁ । ଅଧିକ ମିଠା ଖାଇବା ଦ୍ୱାରା ସ୍କିନ୍ ଡଲ୍ ହେବା ସହ ବ୍ରଣ ହେବାର ସମ୍ଭାବନା ରହିଥାଏ । ତେଣୁ ସୁଗାର ଫ୍ରି ଡାଏଟ୍ ତ୍ୱଚାକୁ ସୁନ୍ଦର କରିବା ସହିତ ଉଜ୍ୱଳ ମଧ୍ୟ କରିଥାଏ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.