ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ହୀରାଲାଲ ସମରିୟା ନୂଆ ସିଆଇସି, ରାଷ୍ଟ୍ରପତି ଭବନରେ ନେଲେ ଶପଥ

ନୂଆଦିଲ୍ଲୀ,୦୭/୧୧: ସୂଚନା କମିଶନର ହୀରାଲାଲ ସମରିୟା ସୋମବାର ଦେଶର ନୂଆ ମୁଖ୍ୟ ସୂଚନା କମିଶନର(ସିଆଇସି) ଭାବେ ନିଯୁକ୍ତ ହୋଇଛନ୍ତି । ଦେଶର ପ୍ରଥମ ଦଳିତ ସିଆଇସି ହେବାର ଗୌରବ ତାଙ୍କୁ ପ୍ରାପ୍ତ ହୋଇଛି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍‌ ସମରିୟାଙ୍କ ଶପଥଗ୍ରହଣରେ ଉପସ୍ଥିତ ଥିଲେ । ଅକ୍ଟୋବର ୩ରେ ୱାଇ.କେ.ସିହ୍ନାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦ ଖାଲି ପଡିଥିଲା । 

ସିଆଇସି ଭାବେ ସମରିୟା ଶପଥ ନେବାପରେ କେନ୍ଦ୍ରୀୟ ସୂଚନା ଆୟୋଗରେ ଆହୁରି ୮ଟି ସୂଚନା କମିଶନରଙ୍କ ପଦ ଖାଲି ପଡ଼ିଛି । ବର୍ତ୍ତମାନ ଆୟୋଗରେ ମାତ୍ର ଦୁଇ ଜଣ ସୂଚନା କମିଶନର ଅଛନ୍ତି । କେନ୍ଦ୍ରୀୟ ସୂଚନା ଆୟୋଗରେ ଜଣେ ମୁଖ୍ୟ ସୂଚନା କମିଶନର ଏବଂ  ଅତି ବେଶୀରେ ୧୦ ଜଣ ସୂଚନା କମିଶନର ରହିପାରିବେ । ଅକ୍ଟୋବର ୩୦ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଏବଂ ରାଜ୍ୟ ସୂଚନା ଆୟୋଗ(ଏସଆଇସି)ରେ ଖାଲି ପଡିଥିବା ପଦବିର ପୂରଣ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡି଼କୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ନହେଲେ ସୂଚନା ଅଧିକାର ଆଇନ ପ୍ରଭାବହୀନ ହୋଇପଡିବ ବୋଲି କହିଥିଲେ । ତା’ ପରେ ସମାରିୟାଙ୍କ ଏହି ନିଯୁକ୍ତି ହୋଇଛି । ରାଜସ୍ଥାନରେ ଜନ୍ମିତ ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ସମରିୟା ନିଜର କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ଶ୍ରମ ଏବଂ ରୋଜଗାର ସଚିବ ଭାବେ ମଧ୍ୟ କାମ କରିଛନ୍ତି । ଏହା ପୂର୍ବରୁ ୨୦୨୦ ନଭେମ୍ବର ୭ରେ ସେ କେନ୍ଦ୍ରୀୟ ସୂଚନା ଆୟୋଗରେ ସୂଚନା କମିଶନର ଭାବେ ଶପଥ ନେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.