ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ବାସଭବନରେ ନାହାନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ୩୧ରେ ଇଡିରେ ହାଜରେ ହେବା ସୂଚନା

ନୂଆଦିଲ୍ଲୀ, ୨୯/୦୧: ସୋମବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲା ଇଡି । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଜେରା କରିଥାନ୍ତା । ତେବେ ଦିଲ୍ଲୀ ବାସଭବନରେ ସୋରେନ ନଥିବା ଜଣାପଡ଼ିଛି । କୁହାଯାଉଛି, ବିଳମ୍ବିତ ରାତିରେ ଦିଲ୍ଲୀ ଛାଡ଼ି ପଳାଇଛନ୍ତି ହେମନ୍ତ ସୋରେନ । ତେବେ ସୋରେନ ଏବେ କେଉଁଠି ଅଛନ୍ତି ସେ ନେଇ ଇଡି ପାଖରେ ବର୍ତ୍ତମାନ କୌଣସି ସୂଚନା ନାହିଁ ।

ସକାଳ ପ୍ରାୟ ୭ଟା ସମୟରେ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ୍ । ସୋରେନଙ୍କ ବାସଭବନକୁ ବି ଦିଲ୍ଲୀ ପୋଲିସ ଘେରି ଯାଇଥିଲା । ଚର୍ଚ୍ଚା ହେଉଥିଲା ପୂର୍ବରୁ ୯ ଥର ସମନ ସତ୍ତ୍ୱେ ଇଡିରେ ହାଜର ହୋଇ ନଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ୍ର ସୋରେନ ଗିରଫ ହୋଇ ପାରନ୍ତି ।

ତେବେ ଦିଲ୍ଲୀ ବାସଭବନରେ ସୋରେନ ନଥିବା ଇଡି ପକ୍ଷରୁ ସୂଚନା ଦିଆ ଯାଇଛି । ବିଳମ୍ବିତ ରାତିରେ ହେମନ୍ତ୍ର ସୋରେନ ଦିଲ୍ଲୀ ଛାଡ଼ି ପଳାଇ ଯାଇଛନ୍ତି । ସେ ଏବେ କେଉଁଠି ଅଛନ୍ତି ଲୋକେସନ୍ ଟ୍ରେସ୍ କରୁଛି ଇଡି । ଜାନୁଆରୀ ୨୭ରେ ଇଡି ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ୧୦ମ ସମନ ଜାରି କରିଥିଲା । ଯେଉଁଥିରେ ଜାନୁଆରୀ ୨୯ କିମ୍ବା ୩୧ରେ ପଚରାଉଚରା ପାଇଁ ଉପସ୍ଥିତ ରହିବା ନେଇ ନିଶ୍ଚିତ କରିବାକୁ କୁହା ଯାଇଥିଲା ।

ତେବେ ସୋରନ ଇଡିକୁ ଉପସ୍ଥିତ ରହିବା ନେଇ ନିଶ୍ଚିତ କରି ନଥିଲେ । ଝାଡ଼ଖଣ୍ଡ ସିଏମଓ ଅଫିସର ସୂତ୍ର ମୁତାବକ, ଜାନୁଆରୀ ୩୧ରେ ପଚରାଉଚରା ଲାଗି ସୋରେନ ଇଡକୁ ସମୟ ଦେବେ । ଏନେଇ ଇଡିକୁ ଇମେଲ୍ ମାଧ୍ୟମରେ ଅବଗତ କରାଇଥିବା କୁହା ଯାଉଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.