କୁଚିଣ୍ଡା, ୦୧/୧୨: ନୂଆ ଘର ନିର୍ମାଣ ଲାଗି ପୁରୁଣା ଘରର କାନ୍ଥ ଭାଙ୍ଗିବା ବେଳେ ଅଘଟଣ ଘଟିଛି । କାନ୍ଥ ମାଡ଼ି ବସିବାରୁ ୨ ଶ୍ରମିକ ଆଖି ବୁଜିଛନ୍ତି । ଏ ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଗାଁରେ । ଘରର ପୁରୁଣା କାନ୍ଥ ଭାଙ୍ଗିବା ବେଳେ ମାଡ଼ି ବସିବାରେ ଜଣେ ପୁରୁଷ ଶ୍ରମିକ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
୩ରୁ ବର୍ଷା... ୫ରୁ ଅଧିକ ବର୍ଷିବ, ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷିପାରେ
ମୃତ ମହିଳା ଜଣଙ୍କ ଘର ମାଲିକ ହୋଇଥିବା ବେଳେ ପୁରୁଷ ଜଣଙ୍କ ଶ୍ରମିକ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ନମିତ ପଟେଲ । ସେହିଭଳି ମୃତ ଶ୍ରମିକ ଜଣଙ୍କ ନିକଟସ୍ଥ କିଣ୍ଡିରା ଗାଁର ଲଳିତ ଦେହୁରୀ ବୋଲି ଜଣାପଡ଼ିଛି । ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।