ନୂଆଦିଲ୍ଲୀ ୨୬/୦୧: ୯୬ ତମ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଜାନୁଆରୀ ୨୩ ରେ ଓସ୍କାର ପାଇଁ ନାମାଙ୍କନ ତାଲିକା ମଧ୍ୟ ପ୍ରକାଶ ପାଇଛି। ମାର୍ଚ୍ଚ ୧୦ ରେ ଅନୁଷ୍ଠିତ ହେବାକୁ ଥିବା ଏହି ଏକାଡେମୀ ପୁରସ୍କାରକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। ପ୍ରଶଂସକଙ୍କ ଆଶା ସେମାନଙ୍କର ପ୍ରିୟ ଫିଲ୍ମ ଓ ଅଭିନେତା-ଅଭିନେତ୍ରୀ ଜିତିବେ । କିନ୍ତୁ ଆପଣ ଜାଣନ୍ତି କି ଓସ୍କାର ଟ୍ରଫି ବିଜେତା କେବଳ ଟ୍ରଫି ପାଆନ୍ତି ନାହିଁ। ଏହା ସହିତ ଅନେକ କିଛି ମିଳେ। ଆସନ୍ତୁ ଜାଣିବା ଓସ୍କାର ବିଜେତା ଟ୍ରଫି ସହିତ କ’ଣ କ’ଣ ପାଆନ୍ତି ।
ଓସ୍କାର ପାଇଁ ମନୋନୀତ ହେବା ଏକ ବଡ଼ କଥା । ଏହା ପରେ, ଯଦି ଆୱାର୍ଡ ଜିତନ୍ତି ତେବେ ଏହା ସବୁଠୁ ବଡ ସଫଳତା। ଓସ୍କାରର ଗୋଲ୍ଡେନ୍ ଟ୍ରଫି ସହିତ ବିଜେତାଙ୍କୁ ଏକ ଗୁଡି ବ୍ୟାଗ୍ ମିଳେ। ଗୁଡି ବ୍ୟାଗରେ ଥିବା ସାମଗ୍ରୀ ବହୁତ ମହଙ୍ଗା ହୋଇଥାଏ। କିନ୍ତୁ ଜିଜେତା ଏହି ଜିନିଷଗୁଡିକ ବିକ୍ରୟ କରିପାରିବେ ନାହିଁ ।
ଓସ୍କାର ଜିତିବା ପରେ ବିଜେତାଙ୍କୁ ପୁରସ୍କାର ରାଶି ମିଳେ ନାହିଁ, କିନ୍ତୁ ତାଙ୍କୁ ଅନ୍ୟାନ୍ୟ ଜିନିଷରେ ଅନେକ ଲାଭ ମିଳିଥାଏ। ସେମାନଙ୍କର ବ୍ରାଣ୍ଡ ଭାଲ୍ୟୁ ଅଧିକ ବଢିଥାଏ। ଏଥିସହ ସେମାନେ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଅଧିକ ଟଙ୍କା ଡିମାଣ୍ଡ କରିପାରିବେ।