ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନ୍ୟୁଜିଲାଣ୍ଡକୁ ୨୧୪ ରନ୍‌ରେ ହରାଇଲା ଭାରତ, ଦ୍ୱିତୀୟ ଶତକ ସହ ୨ ୱିକେଟ୍

ବ୍ଲୋଏମ୍ଫଟନ, ୩୧/୦୧ : ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତର ଆଧିପତ୍ୟ ଜାରି ରହିଛି। ଲିଗ୍‌ ରାଉଣ୍ଡର ୩ଟି ଯାକ ମ୍ୟାଚ୍‌ ଜିତିବା ପରେ ଭାରତ ସୁପର ସିକ୍ସ ରାଉଣ୍ଡ୍‌ରେ ମଧ୍ୟ ଦମ୍‌ଦାର ବିଜୟ ହାସଲ କରିଛି । ମଙ୍ଗଳବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ୨୧୪ ରନ୍‌ରେ ବିଜୟ ହାସଲ କରିଥିଲା । ମଧ୍ୟକ୍ରମ ବ୍ୟାଟର ମୁସିର ଖାନ୍‌ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସାଙ୍ଗକୁ ସୌମ୍ୟ ପାଣ୍ଡେଙ୍କ ଯାଦୁକରୀ ସ୍ପିନ ବୋଲିଂ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୮ୱିକେଟ୍‌ ବିନିମୟରେ ୨୯୫ ରନ୍‌ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୨୮.୧ ଓଭରରେ ୮୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଶତକ ସମେତ ୨ଟି ୱିକେଟ୍‌ ନେଇଥିବା ମୁସିର ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଶିଖର ଧାୱନଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ମୁସିର ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଏକାଧିକ ଶତକ ଅର୍ଜନ କରିଛନ୍ତି । ୨୦୦୪ ଜୁନିୟର ବିଶ୍ୱକପ୍‌ରେ ଧାୱନ ୩ଟି ଶତକ ଅର୍ଜନ କରିଥିଲେ । ପୂର୍ବରୁ ଗତ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ରାଉଣ୍ଡ୍‌ର ଏକ ମ୍ୟାଚ୍‌ରେ ମୁସିର ଶତକୀୟ ପାଳି ଖେଳିଥିଲେ । 

ପୁଅକୁ ମନେପକାଇ ଭାବ ବିହ୍ୱୋଳ ହେଲେ ଶିଖର ଧୱନ 

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ନ୍ୟୁଜିଲାଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା । ଗତ ୟୁଏସ୍‌ଏ ବିପକ୍ଷରେ ଶତକ ଅର୍ଜନ କରିଥିବା ଆର୍ସିନ କୁଲକର୍ଣ୍ଣୀ ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ । ପ୍ରାରମ୍ଭିକ ୱିକେଟ୍‌ ସତ୍ତେ୍ୱ ଭାରତ ପ୍ରଭାବିତ ହୋଇ ନଥିଲା । ଅନ୍ୟ ଓପନର ଆଦର୍ଶ ସିଂହଙ୍କ ସହ ମୁସିର କ୍ରିଜ୍‌ରେ ଯୋଗ ଦେଇ ସ୍ଥିତି ସୁଧାରି ନେଇଥିଲେ । ଉଭୟ ଦର୍ଶନୀୟ ସଟ୍‌ମାନ ଖେଳି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୧୦୮ ବେଳେ ବ୍ୟକ୍ତିଗତ ୫୨ ରନ୍‌ କରି ଆଦର୍ଶ ଆଉଟ୍‌ ହୋଇଥିଲେ । ଏହାପରେ ମୁସିର ଓ ଅଧିନାୟକ ଉଦୟ ସହାରନ୍‌ ୮୭ ରନ୍‌ର ଆଉ ଏକ ଉପଯୋଗୀ ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୯୨ରେ ପହଞ୍ଚି ଯାଇଥିଲା । ସହାରନ୍‌ ୩୪ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ଦଳ ଗୋଟିଏ ପଟେ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲେ ହେଁ ମୁସିର ଦର୍ଶନୀୟ ସଟ୍‌ମାନ ଖେଳି ଶତକ ଅର୍ଜନ କରିଥିଲେ । ସେ ୧୩ଟି ଚୌକା ଓ ୩ଟି ଛକା ବଳରେ ୧୩୧ ରନ୍‌ କରି ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋରକୁ ୨୭୫ରେ ପହଞ୍ଚାଇ ସାରିଥିଲେ । 

ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ନିମ୍ନ ଭାଗରେ ସଚିନ ଧାସ୍‌ ଦ୍ରୁତ ୧୫ ରନ୍‌ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୨୯୫ରେରେ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ଆରାଭେଲି ଅଭନୀଶ ୧୭, ପ୍ରିୟାଂଶୁ ମୋଲିୟା ୧୦ ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାସନ କ୍ଲାର୍କ ୪ଟି ୱିକେଟ୍‌ ନେଇଥିଲେ । ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ବଲ୍‌ରେ ଓପନର ଟମ ଜୋନ୍ସଙ୍କ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିଲା । ପରବର୍ତ୍ତୀ ବ୍ୟାଟରମାନେ ମଧ୍ୟ ଭାରତୀୟ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ବିପର୍ଯ୍ୟୟରୁ ମୁକୁଳିବା କାଠିକର ପାଠ ହୋଇଥିଲା । ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଦଳ ଶେଷରେ ୮୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଓସ୍କାର ଜାକସନ ସର୍ବାଧିକ ୧୯ ରନ କରିଥିବାବେଳେ ଜାକ କମିଙ୍ଗ୍‌ ୧୬, ଆଲେକ୍ସ ଥମ୍ପସନ ୧୨ ଓ ଜେମ୍ସ ନେଲସନ ୧୦ ରନ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଭାରତ ପକ୍ଷରୁ ସୌମ୍ୟ ୪ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ମୁସିର ଓ ରାଜ ଲିମ୍ବାନି ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.