ନୂଆଦିଲ୍ଲୀ ୧୩/୦୨: ଆଇଆଇଟି ମଣ୍ଡିର ଅନୁସନ୍ଧାନକାରୀ ଟିମ୍ ଏକ ଅଭିନବ ଉପକରଣ ପ୍ରସ୍ତୁତ କରିଛନ୍ତି। ଯାହା ଶରୀର ଉତ୍ତାପକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତର କରିବାରେ ସକ୍ଷମ । ପୁନଃନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ର ନିମନ୍ତେ ଏହି ଅଧ୍ୟୟନ ସୁଦୂରପ୍ରସାରୀ ପ୍ରମାଣିତ ହୋଇପାରିବ । କାରଣ ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯାଇ ପାରିବ । ବୈଜ୍ଞାନିକଙ୍କ ଥର୍ମୋନ୍ୟୁକ୍ଲିୟର ଉପକରଣ ବିଷୟରେ ଜର୍ମାନୀର ବୈଜ୍ଞାନିକ ପତ୍ରିକା ଆଞ୍ଜେୱାଣ୍ଟେ କେମିରେ ପ୍ରକାଶ ପାଇଛି ।
ଆଇଆଇଟି ମଣ୍ଡିର ସ୍କୁଲ ଅଫ୍ ଫିଜିକାଲ ସାଇନ୍ସେସ୍ର ଆସୋସିଏଟ୍ ପ୍ରଫେସର ଡ. ଅଜୟ ସୋନି ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ ।ଥର୍ମୋଇଲେକ୍ଟ୍ରିକ୍ ଜେନେରେଟର୍ର କାମ ବିଷୟରେ ସେ କହିଛନ୍ତି, ଏହି ଉପକରଣ କେବଳ ମାନବ ସ୍ପର୍ଶ ଜରିଆରେ ଚାର୍ଜ ହେବ । ଏହା ପ୍ରାୟତଃ ସମସ୍ତ ବୈଦ୍ୟୁତିକ ଗ୍ୟାଜେଟ୍କୁ ଚାର୍ଜ କରିପାରିବ ।
Here is the final version of our recent work on flexible thermoelectric generator and human touch sensor with thermoelectric effects, published in @angew_chem. Interesting nanomaterials and outcome.@iit__mandi , @serbonline ,@IndiaDST https://t.co/m7xWDrNeyH pic.twitter.com/FVqNO4QQmH
— Ajay Soni (@ajaysoni30) February 8, 2024
ଅନୁସନ୍ଧାନକାରୀ ଟିମ୍ ସିଲଭର ଟେଲୁରାଇଡ୍ ନାନୋୱେୟାର୍ରୁ ଥର୍ମୋଇଲେକ୍ଟ୍ରିକ୍ ମଡ୍ୟୁଲ ପ୍ରସ୍ତୁତ କରିଥିଲେ । ମଣିଷର ସ୍ପର୍ଶ ଆଧାରରେ ଏହି ଉପକରଣ କିଭଳି ବିଦ୍ୟୁତ୍ ଶକ୍ତି ପ୍ରଦାନ କରୁଛି, ତାହା ସେମାନେ ଦେଖାଇଲେ । କମ୍ ବିଜୁଳି ଶକ୍ତିରେ ଚାର୍ଜ ହୋଇପାରୁଥିବା ଉପକରଣ ପାଇଁ କୌଣସି ସମସ୍ୟା ନାହିଁ । ଏଗୁଡ଼ିକ ମାନବ ଶରୀରର ଉତ୍ତାପ ଦ୍ୱାରା ଚାର୍ଜ ହୋଇପାରିବ । ବୈଜ୍ଞାନିକଙ୍କ ଅନୁସାରେ, ଥର୍ମୋଇଲେକ୍ଟ୍ରିସିଟି ହେଉଛି ଦୁଇଟି ସମ୍ବନ୍ଧିତ ତନ୍ତ୍ର ଜରିଆରେ ଉତ୍ତାପରୁ ବିଦ୍ୟୁତ୍ ଶକ୍ତି କିମ୍ବା ବିଦ୍ୟୁତ୍ ଶକ୍ତିରୁ ଉତ୍ତାପର ପ୍ରତ୍ୟକ୍ଷ ରୂପାନ୍ତରଣ ।