ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ ଟାଟା ଗ୍ରୁପର ବ୍ୟାପକ ସମ୍ପ୍ରସାରଣ ଯୋଜନା, ଉତ୍ପାଦନ କ୍ଷମତା ୨୨ ନିୟୁତ ଟନ୍‌କୁ ବଢ଼ିବ

ଭୁବନେଶ୍ୱର,୧୦/୧୨: ରାଜ୍ୟରେ କଳିଙ୍ଗ ନଗର ଅଞ୍ଚଳ ସହ ଭୂଷଣ ଓ ନୀଳାଚଳ ୟୁନିଟର ସମ୍ପ୍ରସାରଣ କରିବ ଟାଟା ଷ୍ଟିଲ । କେବଳ କଳିଙ୍ଗ ନଗର ୟୁନିଟ ପାଇଁ କମ୍ପାନି ୩୦ ହଜାର କୋଟି ଟଙ୍କା ନିବେଶ ଳକ୍ଷ୍ୟ ରହିଛି । ଏହି ୟୁନିଟର ୩ ନିୟୁତ ଟନ୍‌ ଉତ୍ପାଦନ ଲାଗି ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଲାଗି ଏବେ ଅଧିକ ନିବେଶ ହେଉଛି । ଆଗାମୀ ୩ରୁ ୪ ବର୍ଷରେ କମ୍ପାନି ଓଡ଼ିଶାରେ ଏହାର ମୋଟ ଉତ୍ପାଦନ କ୍ଷମତାକୁ ୨୧ରୁ ୨୨ ନିୟୁତ ଟନ୍‌କୁ ବୃଦ୍ଧି କରିବ ବୋଲି ଟାଟା ଷ୍ଟିଲର ଏମ୍‌ଡି ତଥା ସିଇଓ ଟି.ଭି. ନରେନ୍ଦ୍ରନ୍‌ କହିଛନ୍ତି । 

ଶନିବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) କ୍ୟାମ୍ପସରେ  ଅନୁଷ୍ଠିତ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ନରେନ୍ଦ୍ରନ୍‌ କହିଛନ୍ତି, ଭୂଷଣ ପ୍ଲାଣ୍ଟକୁ ଅଧିଗ୍ରହଣ କରିବା ଲାଗି ଗ୍ରୁପ ୩୦ ହଜାର କୋଟି ଏବଂ ନୀଳାଚଳ ଇସ୍ପାତ ଲାଗି ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ଏହାକୁ ମିଶାଇଲେ ଗତ କିଛି ବର୍ଷରେ ଗ୍ରୁପ ୧ ଲକ୍ଷ କୋଟି ଟଙ୍କା ଓଡ଼ିଶାରେ ନିବେଶ କରିଛି ।

ଅର୍ଥନୀତିରେ ଇସ୍ପାତ କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ସହ ଆମ ସମ୍ପର୍କ ୧୦୦ରୁ ବର୍ଷରୁ ଅଧିକ ପୁରୁଣା । ରାଜ୍ୟ ଗଠନ ହେବା ପୂର୍ବରୁ ଗ୍ରୁପ ଏଠାରେ ଉପସ୍ଥିତି ବଢ଼ାଇଛି । ଗତ କିଛିବର୍ଷ ତଳେ କଳିଙ୍ଗ ନଗର ୟୁନିଟକୁ କାର୍ଯ୍ୟକ୍ଷମ କରାଯାଇଥିଲା । ଏହା ପରେ ଭୂଷଣ ଓ ନୀଳାଚଳ ୟୁନିଟ ଆମ ପୋର୍ଟଫୋଲିଓରେ ଯୋଡ଼ି ହେଲା । ଏବେ ଓଡ଼ିଶାରେ ଉତ୍ପାଦନ କ୍ଷମତା ୯ ନିୟୁତ ଟନ୍‌ରେ ପହଞ୍ଚିଛି ।

ସେ ପୁଣି କହିଛନ୍ତି, ଜାମସେଦପୁରରେ କମ୍ପାନି ୧୧ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ କରୁଛି । ଆଗକୁ କଳିଙ୍ଗ ନଗର ୟୁନିଟ କ୍ଷମତା ୩ରୁ ୮ ନିୟୁତ ଟନକୁ ବଢ଼ିବ । ଅର୍ଥାତ ଓଡ଼ିଶାରେ ଗ୍ରୁପର ମୋଟ ଉତ୍ପାଦନ କ୍ଷମତା ୯ରୁ ବଢ଼ି ୧୪ ନିୟୁତ ଟନ୍‌ ଛୁଇଁବ । ସେହିଭଳି ନୀଳାଚଳ ଇସ୍ପାତ କ୍ଷମତା ୫ ନିୟୁତ ଏବଂ ଭୂଷଣ ଷ୍ଟିଲ କ୍ଷମତା ୬.୫ ନିୟୁତ ଟନ୍‌କୁ ବଢ଼ାଯିବା ନେଇ ଲକ୍ଷ୍ୟ ରହିଛି ।

ଏହବାଦ ଗ୍ରୁପ ସୁବର୍ଣ୍ଣରେଖା ବନ୍ଦରରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି । ଏହାସହ  ଓଡ଼ିଶାରେ ବିଭିନ୍ନ ଖଣି କାର୍ଯ୍ୟ ମଧ୍ୟ କରୁଛି । ଟାଟା ଗ୍ରୁପ ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ଫଳରେ ଏଠାରେ ନିବେଶ ଜାରି ରହିଛି । ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ନିବେଶ ଓ ସମ୍ପ୍ରସାରଣରେ ଏହା ସହାୟକ ହେଉଛି ।

କମ୍ପାନିଗୁଡିକ ଏଠାରେ ନିବେଶ ଜାରି ରଖିଥିବାରୁ ଏବେ ରାଜ୍ୟ ଖଣି ରାଜସ୍ୱ ବାବଦକୁ ଆଖିଦୃଶିଆ ରାଜସ୍ୱ ହାସଲ କରୁଛି । ଗତ ୫ ବର୍ଷରେ ଏହା ପ୍ରାୟ ୧୦ ହଜାର କୋଟିରୁ ବଢ଼ି ପ୍ରାୟ ୫୦ ହଜାର କୋଟି ଟଙ୍କା ଛୁଇଁଛି । ଓଡ଼ିଶା ସରକାର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେବା ସହ ନିବେଶ କରୁଛନ୍ତି । ଏହା ନିବେଶକଙ୍କ ଉପରେ ସକାରାତ୍ମକ ପରିବର୍ତ୍ତନ ଆଣିଛି । ଏଠାରେ ନିବେଶ ଲାଗି ନିବେଶକ ଆଗଭର ହେଉଥିବାରୁ ରାଜ୍ୟ ଏ କ୍ଷେତ୍ରରେ ଏବେ ପସନ୍ଦ ଯୋଗ୍ୟ ସ୍ଥଳ ଭାବେ ଉଭା ହୋଇଛି ।

ଟାଟା ଗ୍ରୁପର ଅନ୍ୟ ନିବେଶ ସମ୍ପର୍କରେ ସେ କହିଛନ୍ତି, ଆମେ ଟାଟା ପାୱାର, ତାଜ ଗ୍ରୁପ, ଗୋପାଳପୁର ଏସ୍‌ଇଜେଡରେ ଟାଟା କଞ୍ଜ୍ୟୁମରର ଟି ପ୍ୟାଜେଜିଂ ୟୁନିଟ ସ୍ଥାପନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.