ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ କବ୍‌ଜାରେ ମ୍ୟାଚ୍; ୧୭୫ ରନ୍‌ରେ ଅଗ୍ରଣୀ, ୮୨ ରନ୍‌ରେ ଅପରାଜିତ ଜାଡ଼େଜା

Image source: Cricbuzz

ନୂଆଦିଲ୍ଲୀ,୨୬/୦୧: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ର ପ୍ରାରମ୍ଭିକ ଦୁଇ ଦିନ ଭାରତ ନାଁରେ ରହିଛି। ପ୍ରଥମ ଦିନ ଭାରତର ବୋଲର ଇଂଲଣ୍ଡକୁ ୨୪୬ ରନ୍‌ରେ ଅଟକାଇଥିବା ବେଳେ ମ୍ୟାଚ୍‌ର ଦ୍ବିତୀୟ ଦିନ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୭ ଓ୍ବିକେଟ ହରାଇ ୪୨୧ ରନ୍‌ରେ ପହଞ୍ଚିଛି। ଭାରତ ୧୭୫ ରନ୍‌ରେ ଅଗ୍ରଣୀ ରହିଛି। ଦ୍ବିତୀୟ ଦିନର ଖେଳ ଶେଷ ହେବା ସୁଦ୍ଧା ରବିନ୍ଦ୍ର ଜାଡ଼େଜା ଅପରାଜିତ ୮୧ ଏବଂ ଅଟକ୍ଷର ପଟେଲ ଅପରାଜିତ ୩୫ ରନ୍‌ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ଟମ୍‌ ହର୍ଟଲି ଏବଂ ରଟ୍‌ ଦୁଇଟି ଲେଖାଏଁ ଓ୍ବିକେଟ କରିଥିଲେ। 

ଗୋଟିଏ ଓ୍ବିକେଟ ହରାଇ ୧୧୯ ରନ୍‌ରେ ସକାଳେ ମଇଦାନକୁ ଓହ୍ଲାଇଥିବା ଭାରତ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଇନିଂସରେ ଦୁଇଟି ଲେଖାଏଁ ଓ୍ବିକେଟ ହରାଇଥିଲା। ଦିନର ଆରମ୍ଭ ଭାରତ ପାଇଁ ଶୁଭଙ୍କର ନଥିଲା। ଦିନର ପ୍ର‌ଥମ ଓଭରରୁ ହିଁ ବିସ୍ଫୋରକ ବ୍ୟାଟର ଯଶସ୍ବୀ ଜୟସଓ୍ବାଲ ୮୦ ରନ୍‌ରେ ପାଭିଲିୟନ ହରାଇଥିବା ବେଳେ ଶୁବମନ ଗିଲ୍‌ ୨୩ରେ ଆଉଟ୍‌ ହୋଇଥିଲେ। ୬୩ ବଲ୍‌ରେ ଶ୍ରେୟସ୍‌ ଆୟର ୩୫ ରନ୍‌, କେ.ଏଲ୍‌ ରାହୁଲ୍‌ ୮୬ ଏବଂ ତୃତୀୟ ଇନିଂସରେ କେଏସ୍‌ ଭରତ ୪୧ ଓ ଅଶ୍ବିନୀ ୧ ରନ୍‌ କରି ପାଭିଲିୟନ ଫେରିଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.