ପ୍ରମୂଖ ଖବର

ବାରବାଟୀକୁ ପୁଣି ଆଇପିଏଲ୍‌ ଝଟକା: ମ୍ୟାଚ ମିଳିବା ଚର୍ଚ୍ଚା ହେଲା, ହେଲେ ମିଳିଲାନି...

କଟକ,୨୩/୦୨:ବାରବାଟୀ ଷ୍ଟାଡିୟମ୍‌ ସମ୍ପୂର୍ଣ୍ଣ ଭଙ୍ଗାଯିବ ଏବଂ ନୂଆ ଷ୍ଟାଡିୟମ୍‌ ନିର୍ମାଣ ହେବା ଘୋଷଣାର କିଛି ଘଣ୍ଟା ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବାରବାଟୀ । ଏଠାରେ ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌)ର ଏକ ମ୍ୟାଚ ଖେଳାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡିଥିଲା । କିନ୍ତୁ ସୂଚୀ ଘୋଷଣା ପରେ କଟକ ଭେନ୍ୟୁ ତାଲିକାରେ ନଥିଲା । 

ଆଇପିଏଲ୍‌ର ଆଗାମୀ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ତା’ର ପ୍ରଥମ ୨ଟି ମ୍ୟାଚ ଲାଗି ପୁନେ ଓ କଟକ ବାରବାଟୀ ଷ୍ଟାଡିୟମକୁ ଘରୋଇ ଭେନ୍ୟୁ କରିପାରେ ବୋଲି ପୂର୍ବାନୁମାନ କରି ଏଏନ୍‌ଆଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଥିଲା । ଏହାର କିଛି ସମୟ ପରେ ବିସିସିଆଇ ସିଜନର ପ୍ରଥମ ୨୧ଟି ମ୍ୟାଚ୍‌ର ସୂଚୀ ଘୋଷଣା କରିଥିଲା । ଏଥିରେ ବାରବାଟୀ ଷ୍ଟାଡିୟମ୍‌ର ନାଁ ନଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମ୍ୟାଚ୍‌ ମିଳିବାର ସମ୍ଭାବନା ନାହିଁ । ତେଣୁ ବାରବାଟୀ ଷ୍ଟାଡିୟମ୍‌ ଏଥର ପୁଣି ଆଇପିଏଲ୍‌ ଭେନ୍ୟୁ ସୂଚୀରୁ ବାଦ୍‌ ପଡି ସାରିଛି । ଆଗାମୀ ଆଇପିଏଲ୍‌ ଋତୁରେ କଟକକୁ ମ୍ୟାଚ୍‌ ମିଳିବ କି ନାହିଁ ପ୍ରଶ୍ନର ଉତ୍ତରରେ  ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ତରଫରୁ ଏନେଇ କୌଣସି ସୂଚନା ନଥିବା କୁହାଯାଇଛି ।

ବାରବାଟୀ ଷ୍ଟାଡିୟମ୍‌ ଠାରେ ପୂର୍ବରୁ ୭ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳାଯାଇଛି । କିନ୍ତୁ ଗତ ୬ବର୍ଷ ହେଲାଣି ବାରବାଟୀ ଷ୍ଟାଡିୟମ୍‌କୁ କୌଣସି ଗୋଟିଏ ଆଇପିଏଲ୍‌ ମ୍ୟାଚ ମିଳିନାହିଁ । ପୂର୍ବରୁ ଡେକାନ୍‌ ଚାର୍ଜସ୍‌, କୋଲକାତା ନାଇଟ୍‌ ରାଇଡର୍ସ ଆଦି ବିଭିନ୍ନ ଫ୍ରାଞ୍ଚାଇଜ୍‌ ବାରବାଟୀକୁ ଭେନ୍ୟୁ କରିଥିବା ବେଳେ ଏବେ ବାରବାଟୀ ଠାରୁ ଉନ୍ନତ ଷ୍ଟାଡିୟମ୍‌କୁ ଫ୍ରାଞ୍ଚାଇଜ ମାନେ ଗୁରୁତ୍ୱ ଦେଉଛନ୍ତି । ତା’ଛଡ଼ା ଆଇପିଏଲ୍‌ରେ ଗୋଟିଏ ବି ଓଡ଼ିଆ ଖେଳାଳି ନରହିବା ମଧ୍ୟ ଅନ୍ୟତମ କାରଣ ହୋଇପାରେ । ଆଗକୁ ବାରବାଟୀ ଷ୍ଟାଡିୟମ୍‌ ଭଙ୍ଗାଯାଇ ନୂଆ ଷ୍ଟାଡିୟମ୍‌ ନିର୍ମାଣ କରାଯିବ । ତେଣୁ ୨୦୨୭ ଶେଷ ଯାଏ କୌଣସି ଅନ୍ତର୍ଜାତୀୟ ମ୍ୟାଚ ବାରବାଟୀକୁ ଆସିବନାହିଁ ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.