ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଷା ସାଜିଲା ହାଇଦ୍ରାବାଦ ପାଇଁ ବରଦାନ , ପ୍ଲେଅଫ୍‌ରେ ପ୍ରବେଶ କଲା SRH

ହାଇଦ୍ରାବାଦ : ଆଇପିଏଲ ୨୦୨୪ ସଂସ୍କରଣରେ ପୁଣି ଥରେ ବର୍ଷା ସାଜିଲା ବାଧକ। ଗୁରୁବାର ( ୧୬ ମେ )ରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଓ ଗୁଜରାଟ ଟାଇଟନ୍ସ (ଜିଟି) ମଧ୍ୟରେ ମୁକାବିଲା ହେବାର ଥିଲା, ଯାହା ବର୍ଷା କାରଣରୁ ବିନା ଟସ୍‌ରେ ରଦ୍ଦ ହୋଇ ଯାଇଛି। ଏଥିପାଇଁ ଦୁଇ ଟିମ୍‌କୁ ୧-୧ ଅଙ୍କ ମିଳିଛି।

ଆଇପିଏଲ୍ -୨୦୨୪ : ହାଇଦ୍ରାବାଦରେ ପ୍ରବଳ ବର୍ଷା ... ମ୍ୟାଚ୍‌ ଟସ୍‌ରେ ହେଉଛି ବିଳମ୍ୱ

ଏହିପରି ଏହି ବର୍ଷା ପ୍ୟାଟ୍‌ କମିନ୍ସଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ଟିମ୍‌ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ମ୍ୟାଚ୍‌ ଧୋଇ ଯିବା କ୍ଷଣି ଏସଆରଏଚ ଟିମ୍‌ର ପ୍ଲେଅଫ୍‌ରେ ଏଣ୍ଟ୍ରି ହୋଇ ଯାଇଛି। ଯାହାକି ଫଳାଫଳ ଆସିବା ପରେ ଖରାପ ନେଟ୍‌ ରନରେଟ୍‌ କାରଣରୁ ଦିଲ୍ଲୀ କ୍ୟାପିଟଲ୍ସ (ଡିସି) ପ୍ଲେଅଫ୍‌ର ରେସ୍‌ରୁ ବାହାର ହୋଇ ଯାଇଛି।

ଲକ୍ଷ୍ନୌ ସୁପର ଜଏଣ୍ଟସ (ଏଲଏସଜି)ର ଏବେ ଶେଷ ମୁକାବିଲା ବାକି ଅଛି। ତାକୁ ପ୍ଲେଅଫ୍‌ର ରେସ୍‌ରେ ରହିବାର ଅଛି, ତ ନିଜର ଶେଷ ମ୍ୟାଚ୍‌ ମୁମ୍ୱାଇ  ଇଣ୍ଡିଆନ୍ସ (ଏମଆଇ) ବିରୋଧରେ ଖୁବ୍‌ ବଡ଼ ମାର୍ଜିନ୍‌ରେ ଜିତିବାକୁ ହେବ। ହେଲେ ଏହା ସମ୍ଭବ ନୁହେଁ । ଏହି କ୍ରମରେ ଲକ୍ଷ୍ନୌକୁ ମଧ୍ୟ ବାହାର ହୋଇପାରେ । ଏବେ ୪ର୍ଥ ଟିମ୍‌ର ଦାବିଦାରରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ହିଁ ଦୃଢ ଦାବିଦାର। 

ଶୁଭମନ ଗିଲଙ୍କ ଅଧିନାୟକତ୍ୱର ଗୁଜରାଟ ଟିମ୍‌ ପ୍ଲେଅଫ୍‌ରୁ ବାହାର ହୋଇ ସାରିଛି। ଗୁଜରାଟ ଟିମ୍‌ର ଏହା ଲଗାତାର ୨ୟ ମୁକାବିଲା ବର୍ଷାରେ ଧୋଇ ଯାଇଛି। ଏହି ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହେବାର ଥିଲା। କିନ୍ତୁ ପ୍ରବଳ ବର୍ଷା କାରଣରୁ ବିନା ଟସ୍‌ରେ ରଦ୍ଦ ହୋଇ ଯାଇଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.