ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

'ଅଫିସ୍‌ ପରିବେଶ ଭଲ ରହିଲେ ଯୁବା ରହିବ ହୃତ୍‌ପିଣ୍ଡ'...କର୍ମଜୀବୀଙ୍କ ହୃଦ୍‌ରୋଗ ସମସ୍ୟାର ସମାଧାନ ବାହାର କଲେ ବୈଜ୍ଞାନିକ

ନୂଆଦିଲ୍ଲୀ ୦୭/୧୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ଭାରତରେ ୨୫ ଲକ୍ଷରୁ ଅଧିକ ମୃତ୍ୟୁ ହୃଦ୍‌ରୋଗ ଯୋଗୁ ହୋଇଛି । ବିବାହ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜିମ୍‌ ଆଦିରେ ଲୋକେ ହୃଦ୍‌ଘାତର ଶିକାର ହେଉଥିବା ମାମଲା ଆଜିକାଲି ପ୍ରତିଦିନ ସାମ୍ନାକୁ ଆସୁଛି । ଚିନ୍ତାର ବିଷୟ ହେଉଛି, ଆଜିକାଲି ପିଲାଙ୍କଠୁ ଆରମ୍ଭ କରି ୧୮ ବର୍ଷୀୟ ଯୁବା ମଧ୍ୟ ହୃଦ୍‌ଘାତରେ ପ୍ରାଣ ହରାଉଛନ୍ତି । ଏକ ଆମେରିକୀୟ ଅଧ୍ୟୟନ ଅନୁସାରେ, ଭାରତରେ ୪୦ ପ୍ରତିଶତ ହୃଦ୍‌ଘାତ ରୋଗୀଙ୍କ ବୟସ ୪୦ ବର୍ଷରୁ କମ୍‌ ।

ଯେକୌଣସି ବୟସ, ଲିଙ୍ଗ ଓ ବର୍ଗର ଲୋକ ଏବେ ହୃଦ୍‌ରୋଗର ଶିକାର ହେଉଛନ୍ତି । ବେପରୁଆ ଜୀବନଶୈଳୀ, ନିଶା ଅଭ୍ୟାସ, ହୃତ୍‌ପିଣ୍ଡ ଓ ମସ୍ତିଷ୍କ ଉପରେ ବଢୁଥିବା ଚାପ ଏହାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞଙ୍କ ମତ । ଏବେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି । ଖାସ୍‌କରି କର୍ମଜୀବୀଙ୍କ ପାଇଁ । ଅଧ୍ୟୟନ ଅନୁସାରେ, ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଥିବା ଲୋକଙ୍କ ହୃତ୍‌ପିଣ୍ଡ ସେମାନଙ୍କ ବୟସ ତୁଳନାରେ ୧୦ ବର୍ଷ ପର୍ଯ୍ୟନ୍ତ ଯୁବା ରହିପାରେ ।

ହାର୍ଭାର୍ଡ ଓ ପେନ୍‌ ବିଶ୍ୱବିଦ୍ୟାଳୟ ବ୍ରିଟେନର ୧୦୦୦ କର୍ମଜୀବୀଙ୍କ ଉପରେ ମିଳିତ ଅଧ୍ୟୟନ କରିଥିଲେ । କର୍ମଜୀବୀଙ୍କ କର୍ମସଂସ୍ଥାନର ପରିବେଶ ଓ ସେମାନଙ୍କ ହୃତ୍‌ପିଣ୍ଡ ସ୍ୱାସ୍ଥ୍ୟ ଉପରେ ଅଧ୍ୟୟନଟି ଫୋକସ୍‌ କରିଥିଲା । ଯେଉଁ କର୍ମଚାରୀଙ୍କ ଅଫିସ୍‌ ପରିବେଶ ଆନନ୍ଦମୟ ଓ ସକାରାତ୍ମକ ଥିଲା, ସେମାନଙ୍କ ହୃତ୍‌ପିଣ୍ଡ ସୁସ୍ଥ ଥିଲା । ଉତ୍ତମ କର୍ମସଂସ୍ଥାନରେ କାମ କରୁଥିବା ଲୋକଙ୍କ ହୃତ୍‌ପିଣ୍ଡ ସେମାନଙ୍କ ବୟସ ତୁଳନାରେ ୫.୩ଠୁ ୧୦ ବର୍ଷ ପର୍ଯ୍ୟନ୍ତ ଯୁବା ରହୁଥିବା ଜଣାପଡ଼ିଲା । ସେତିକି ନୁହେଁ, ହୃଦ୍‌ରୋଗୀଙ୍କୁ ଅଫିସ୍‌ରେ ଉତ୍ତମ ପରିବେଶ ପ୍ରଦାନ କରାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଦେଖିବାକୁ ମିଳିଲା । ୪୫ରୁ ଅଧିକ ବୟସ୍କ କର୍ମଚାରୀଙ୍କ ହୃତ୍‌ପିଣ୍ଡ ସ୍ୱାସ୍ଥ୍ୟ ସେମାନଙ୍କ କାମ ପରିବେଶ ସହିତ ଉଚ୍ଚ-ନୀଚ୍ଚ ହେଉଥିବା ଦେଖାଗଲା । ହାର୍ଭାର୍ଡ ଅନୁସନ୍ଧାନକାରୀ ଲିସା ବର୍କମ୍ୟାନ୍‌ କହନ୍ତି, କାମର ପରିବେଶ ଓ ପରିବାର ସହ ତା’ର ସାମଞ୍ଜସ୍ୟ ଉତ୍ତମ ରହିଲେ ଲୋକଙ୍କ ହୃଦ୍‌ ସମସ୍ୟାର ଆଶଙ୍କା ଖୁବ୍‌ କମିଯାଏ । ସୁସ୍ଥ ହୃତ୍‌ପିଣ୍ଡ ପାଇଁ ଉତ୍ତମ ଜୀବନଶୈଳୀ ଓ ବ୍ୟାୟାମ ସହିତ ସ୍ୱାସ୍ଥ୍ୟକର କର୍ମସ୍ଥଳୀର ସମ୍ପର୍କ ମଧ୍ୟ ଜରୁରୀ ।

ଅନୁସନ୍ଧାନକାରୀଙ୍କ ଅନୁସାରେ, ଯଦି ଅଫିସ୍‌ ଯୋଗୁ ପରିବାର ଓ ପରିବାର ଯୋଗୁ ଅଫିସ୍‌ରେ ବାଧା ଉପୁଜେ ନାହିଁ ଏବଂ କାମରୁ ଛୁଟି ନେବା ସହଜ ହୁଏ, ତାକୁ ଆନନ୍ଦମୟ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କର୍ମସ୍ଥଳୀ କୁହାଯାଏ । ଅଧ୍ୟୟନରେ ଅଫିସ୍‌ ଓ ଉତ୍ପାଦକତା ଉପରେ କର୍ମସ୍ଥଳୀ ସଂସ୍କୃତିର ପ୍ରଭାବ ମଧ୍ୟ ଯାଞ୍ଚ୍‌ କରାଯାଇଥିଲା । ସାଧାରଣତଃ ଧାରଣା ଥାଏ ଯେ ଅଫିସ୍‌ ପରିବେଶ ଯଦି ଆନନ୍ଦପୂର୍ଣ୍ଣ ଓ ସକାରାତ୍ମକ ଥାଏ, ତେବେ ଅନୁଶାସନର ଅଭାବ ଯୋଗୁ ଉତ୍ପାଦକତା ହ୍ରାସ ପାଇବାକୁ ଲାଗେ । କିନ୍ତୁ ସଦ୍ୟ ଅଧ୍ୟୟନ ଏହାକୁ ଭୁଲ ପ୍ରମାଣିତ କରିଛି । ଆନନ୍ଦପୂର୍ଣ୍ଣ ପରିବେଶ ଥିବା କର୍ମସ୍ଥଳୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମେତ କମ୍ପାନିର ଉତ୍ପାଦକତା ବଢ଼ାଇବାରେ ସହାୟକ ଅଟେ ବୋଲି ସ୍ପଷ୍ଟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.