ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଲୋକସଭା ନିର୍ବାଚନରେ ଭୋଟ ନଦେବା ପଡ଼ିବ ମହଙ୍ଗା , ବ୍ୟାଙ୍କ ଆକାଉଣ୍ଟରୁ କଟିବ ୩୫୦ ଟଙ୍କା ! ଜାଣନ୍ତୁ ଏଥିରେ କଣ ରହିଛି ସତ

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି, ଯାହାକୁ ନେଇ ଅନେକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କୋଟି କୋଟି ଲୋକ ସାଧାରଣ ନିର୍ବାଚନ ବେଳେ ଭୋଟିଂ କରିଥାନ୍ତି। ନିର୍ବାଚନର ଠିକ୍‌ ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଖବରର କଟିଂ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି କି, ଯଦି ଲୋକସଭା ନିର୍ବାଚନରେ ଭୋଟ ନଦିଅନ୍ତି ତ ବ୍ୟାଙ୍କ ଆକାଉଣ୍ଟରୁ ୩୫୦ ଟଙ୍କା କଟି ଯିବ। ଏହା ଉପରେ କେନ୍ଦ୍ର ସରକାରଙ୍କର ଫ୍ୟାକ୍ଟ ଚେକିଂ ୟୁନିଟ୍‌ ପିଆଇବି ଫ୍ୟାକ୍ଟ ଚେକ୍‌ କହିଛି କି ଏହି ଖବର ଫେକ୍‌। ବାସ୍ତବରେ , ଏହା ଏକ ପୁରୁଣା ଖବର କାଗଜ କଟିଂ, ଯାହାକି ମଜାଳିଆ ଅନ୍ଦାଜରେ ପବ୍ଲିସ୍‌ କରାଯାଇଥିଲା। ପରେ ଲୋକେ ଏହାକୁ ସତ ମାନି ସେୟାର କରିବାକୁ ଲାଗିଲେ , କିନ୍ତୁ ଏହି ଖବର ଫେକ୍। ଏମିତି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। 

ଏହି ଖବର କାଗଜ କଟିଂରେ ଦର୍ଶାଯାଇଛି କି, ଏହିଥର ଲୋକସଭା ନିର୍ବାଚନରେ ଭୋଟ ନଦେବା ମହଙ୍ଗା ପଡ଼ିବ। ନିର୍ବାଚନ ଆୟୋଗ ମତଦାନରୁ ବିରତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ନୂଆ ଆଦେଶ ଜାରି କରିଛି। ଭୋଟ ଦେଇ ନଥିବା ବ୍ୟକ୍ତିଙ୍କ ପରିଚୟ ଆଧାରକାର୍ଡରେ ହେବ ଏବଂ ଏହି କାର୍ଡରେ ଲିଙ୍କ ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୩୫୦ ଟଙ୍କା କଟି ଯିବ। ଯଦି ଆକାଉଣ୍ଟ ନାହିଁ ତ ପୁଣି ମୋବାଇଲ ରିଚାର୍ଜ କରିବାରେ ଟଙ୍କା କଟିଯିବ। ଦାବି କରାଯାଉଛି କି ଆୟୋଗ ପ୍ରଥମେ ହିଁ କୋର୍ଟରୁ ମଞ୍ଜୁରୀ ନେଇ ସାରିଛି। ଏଥିରେ ଏବେ ଏହା ବିରୁଦ୍ଧରେ କୌଣସି ବି ପିଟିସନ କୋର୍ଟରେ ଦାଏର କରାଯାଇ ପାରିବ ନାହିଁ।

ଏବେ କଥା ହେଉଛି , ଏହି ଦାବି କଣ ସତ କି ଭୋଟ ନଦେଲେ ୩୫୦ ଟଙ୍କା କଟିଯିବ ? ଏହାର ଜବାବ ହେଉଛି ନା। ଏହା ଭୁଲ। ଏହି ଖବର କାଗଜର କଟିଂ ୪ବର୍ଷ ପୂର୍ବର। ଏକ ଖବରକାଗଜ ହୋଲି ଅବସରରେ ମଜାଳିଆ ଅନ୍ଦାଜରେ ପ୍ରକାଶିତ ଖବର ହିସାବରେ ଏହାକୁ ପ୍ରକାଶିତ କରି ଥିଲା। ପରେ ଏହାର ସଫେଇ ମଧ୍ୟ ଦେଇଥିଲା କି, ହୋଲିରେ ଖରାପ ଭାବନାହିଁ। ଏବେ ଯେତେବେଳେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଆସୁଛି , ତ ଏହା ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ ହେଇଛି। 

Copyright © 2022 - Summa Real Media Private Limited. All Rights Reserved.