ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇମ୍ରାନ୍‌ ଖାନ ଓ ବୁଶରା ବିବିଙ୍କ ବିବାହ ଇସ୍ଲାମ୍‌ ବିରୋଧୀ, ଉଭୟଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ

ଇସ୍ଲାମାବାଦ: ପାକିସ୍ତାନରେ ନିର୍ବାଚନ ଯେତିକି ପାଖେଇ ଆସୁଛି ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଲାଗି ଅଡ଼ୁଆ ସେତିକି ବଢ଼ିବାରେ ଲାଗିଛି । ଇମ୍ରାନ ଖାନ ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି । ଏପରିକି ତାଙ୍କୁ ବିଭିନ୍ନ କୋର୍ଟ ଜେଲ ଦଣ୍ଡାଦେଶ ଦେଉଛନ୍ତି । ଜେଲରେ ଥିବା ଇମ୍ରାନଙ୍କ ଜେଲ ଦଣ୍ଡ କେବେ ଶେଷ ହେବ ତାହା କହିବା କାଠିକର ପାଠ । ଆଉ ଏବେ ଇମ୍ରାନ୍‌ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ପାକିସ୍ତାନର ଏକ କୋର୍ଟ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଦୁଇ ଜଣ ବେଆଇନ୍‌ ଭାବେ ବିବାହ କରିଥିବା ମାମଲାରେ କୋର୍ଟ ସେମାନଙ୍କୁ ସଜା ଶୁଣାଇଛନ୍ତି ।

 ଇସଲାମ୍‌ ବିରୋଧୀ ବିବାହ ଲାଗି ପତି-ପତ୍ନୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବୁଶରା ବିବିଙ୍କ ପୂର୍ବତନ ସ୍ବାମୀ ଖାବର ମାନେକା ଏନେଇ ମାମଲା ଦାୟର କରିଥିଲେ । ଏପରିକି ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଇମ୍ରାନଙ୍କ ଉପରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଇମ୍ରାନ୍‌ ପରକୀୟା ପ୍ରୀତିରେ ଲିପ୍ତ ଥିଲେ ବୋଲି ତାଙ୍କ ପୂର୍ବତନ ପତ୍ନୀ ଅଭିଯୋଗ କରିଥିଲେ ।

 ଏହି ମାମଲାରେ କୋର୍ଟ ୧୪ ଘଣ୍ଟା ଶୁଣାଣି କରିବା ପରେ ଶୁକ୍ରବାର ରାୟ ପ୍ରକାଶ କରିଚନ୍ତି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ଶୁକ୍ରବାର ଦିନ ଇମ୍ରାନ୍‌ ଖାନଙ୍କ ପକ୍ଷରୁ ଅତିରିକ୍ତ ସାକ୍ଷି ପେଶ କରିବା ଅପିଲକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ । ଏହା ସହ ଅଗ୍ରୀମ ବେଲ୍‌ ଆବେଦନକୁ ଖାରଜ କରିଦେଇଥିଳେ କୋର୍ଟ । କୋର୍ଟ ରୁମ୍‌ରେ ଇମ୍ରାନ୍‌ ଖାନା ଏବଂ ମାନେକାଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଏମିତି ସମୟ ଆସିଥିଲା ଯେ, ଇମ୍ରାନ୍‌ କୁରାନ ଛୁଇଁ ଶପଥ ନେବାକୁ ପ୍ରସ୍ତୁତ ଥିଲେ । 

 ଇମ୍ରାନ୍‌ ଖାନ ତାଙ୍କ ପାରିବାରିକ ଜୀବନ ନଷ୍ଟ କରିଦେଇଛନ୍ତି ବୋଲି ମାନେକା କୋର୍ଟରେ କହିଥିଲେ । ସେପଟେ ବୁଶରା ବିବି କହିଥିଲେ ଯେ, ତାଙ୍କୁ ବଦନାକ କରିବାକୁ ଚେଷ୍ଟା କରାଯାଉଛି । ନିକଟରେ ଇମ୍ରାନ୍‌ ଖାନଙ୍କୁ ସାଇଫର ମାମଲାରେ ୧୦ ବର୍ଷ ଏବଂ ତୋଷାଖାନା ମାମଲାରେ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଥିଲା । ୨୦୨୩ ଅଗଷ୍ଟ ୫ରେ ତୋଷାଖାନା ମାମଲାରେ ଗିରଫ ହୋଇଥିଲେ ୭୧ ବର୍ଷୀୟ ଇମ୍ରାନ୍‌ ଖାନ୍‌ । ପ୍ରଥମେ ଆଟୋକ୍‌ ଜେଲ୍‌ ଏବଂ ପରେ ତାଙ୍କୁ ଆଡିଆଲା ଜେଲକୁ ସ୍ଥାନାନ୍ତର କରାଯାଇଛି ।

 

 

 

  • Imran Khan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.