ଇସଲାମାବାଦ, ୧୦/୦୨: ପାକିସ୍ତାନରେ ଭୋଟ୍ ଗଣତି ଜାରି ରହିଥିବା ବେଳେ ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥିତ ପ୍ରାର୍ଥୀ ପାଖାପାଖି ୧୦୦ଟି ଆସନରେ ବିଜୟୀ ହୋଇଛି । ବିଜୟ ଖୁସି ବେଳେ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି ମିଳିଛି ।
ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ସମ୍ବନ୍ଧିତ ୧୨ଟି ମାମଲାରେ ପାକିସ୍ତାନର ଏକ ଆତଙ୍କ ନିରୋଧୀ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଇମ୍ରାନ ଖାନଙ୍କ ସହ ପୂର୍ବତନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶିଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ । ଗତବର୍ଷ ମେ ମାସରେ ପାକିସ୍ତାନର ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଥିଲା ।
ପାକିସ୍ତାନ ନିର୍ବାଚନ ଫଳାଫଳରେ ପିଟିଆଇ ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ ସର୍ବାଧିକ ଆସନ ଜିତିଛନ୍ତି । ତେବେ ନୱାଜ ଶରିଫଙ୍କ ପିଏମ୍ଏଲ୍-ଏନ୍ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ଅନୁସାରେ, ୧୫ଟି ଆସନର ଫଳାଫଳ ଏବେ ପର୍ଯ୍ୟନ୍ତ ଆସି ନାହିଁ । ସୂଚନାଯୋଗ୍ୟ, ଫେବ୍ରୁଆରୀ ୮ରେ ପାକିସ୍ତାନର ୨୬୫ଟି ଆସନ ଲାଗି ମତଦାନ ହୋଇଥିଲା ।
ଏବେ ସୁଦ୍ଧା ୨୫୦ଟି ଆସନର ଫଳାଫଳ ଆସିଛି । ୯୯ଟି ଆସନରେ ପିଟିଆଇ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ପିଏମ୍ଏଲ୍-ଏନ୍ ୭୧, ପିପିପି ୫୩, ଏମକ୍ୟୁଏମ୍ ୧୭ଟି ଆସନରେ ବିଜୟୀ ହୋଇଛି । ଅନ୍ୟପଟେ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣାରେ ବିଳମ୍ବକୁ ନେଇ ପେଶାୱର ଓ କ୍ୱେଟାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।