ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦ ବର୍ଷରେ ପ୍ରତି ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ଅଢ଼େଇ ଗୁଣା ବୃଦ୍ଧି, ଟିଭି-ଫ୍ରିଜ୍ କିଣାରେ ଖର୍ଚ୍ଚ କରୁଛନ୍ତି ଅଧିକ

ନୂଆଦିଲ୍ଲୀ, ୨୬/୦୨ : ଗତ ୧୧ ବର୍ଷରେ ପ୍ରତି ବ୍ୟକ୍ତି ପିଛା ମାସିକ ଖର୍ଚ୍ଚ ଅଢ଼େଇ ଗୁଣ ବୃଦ୍ଧି ହୋଇଛି । ବିଭିନ୍ନ ସାମଗ୍ରୀ ଓ ସେବାରେ ଲୋକଙ୍କ ଖର୍ଚ୍ଚରେ ଢ଼େର ପରିମାଣର ବୃଦ୍ଧି ଦେଖାଯାଇଛି । ମୋଟ ଖର୍ଚ୍ଚରେ ଖାଦ୍ୟ ପାନୀୟ ଖର୍ଚ୍ଚ ଅଂଶ ପୂର୍ବାପେକ୍ଷା କମିଥିବା ବେଳେ ଯାତ୍ରା ଓ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହୋଇଛି । ଲୋକେ ଖାଇବା ପିଇବା ସାମଗ୍ରୀ ଉପରେ କମ୍‌ ଖର୍ଚ୍ଚ କରୁଥିବା ପୋଷାକ, ଟିଭି, ଫ୍ରିଜ, ମନୋରଞ୍ଜନ ଭଳି କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ପରିବାରଗୁଡିକର ଖର୍ଚ୍ଚ ସମ୍ପର୍କିତ ସର୍ଭେରୁ ଜଣାପଡିଛି । ଲୋକେ ଗହମ, ଚାଉଳ, ଡାଲିରେ କମ୍‌ ଖର୍ଚ୍ଚ କରୁଥିବା ବେଳେ ମୃଦୁପାନୀୟ, ରିଫ୍ରେସମେଣ୍ଟ ଏବଂ ପ୍ୟାକେଟ ଖାଦ୍ୟରେ ଅଧିକ ଖର୍ଚ୍ଚ କରୁଛନ୍ତି । 

ସେହିଭଳି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଖର୍ଚ୍ଚର ତାରତମ୍ୟ କମିଛି । ୨୦୧୨-୧୨ରେ ଗ୍ରାମାଞ୍ଚଳରେ ଖାଦ୍ୟରେ ୫୩% ଖର୍ଚ୍ଚ ହେଉଥିବା ବେଳେ ଏହା ଏବେ ୪୬.୬%କୁ ଖସିଛି । ସେହିଭଳି ଅନ୍ୟାନ୍ୟ ଖର୍ଚ୍ଚ ପୂର୍ବରୁ ୪୭% ଥିବା ବେଳେ ଏହା ଏବେ ୫୩.୬%କୁ ବୃଦ୍ଧି ହୋଇଛି । ସହରାଞ୍ଚଳରେ ପୂର୍ବରୁ ଲୋକମାନେ ଖାଦ୍ୟ ବାବଦକୁ ସେମାନଙ୍କ ମାସିକ ଖର୍ଚ୍ଚର ୪୨.୬% ଖର୍ଚ୍ଚ କରୁଥିବା ବେଳେ ଏହା ଏବେ ୩୯.୨%କୁ ଖସିଛି। ଅନ୍ୟ ସାମଗ୍ରୀ ଖର୍ଚ୍ଚ ୫୭.୪%ରୁ ୬୦.୮%କୁ ବୃଦ୍ଧି ହୋଇଛି । ୨୦୧୧-୧୨ରେ ଗ୍ରାମାଞ୍ଚଳରେ ବ୍ୟକ୍ତିପିଛା ଖର୍ଚ୍ଚ ମାସିକ ୧୪୩୦ ଟଙ୍କା ଥିବା ବେଳେ ଏବେ ଏହା ୩୩୭୩ ଟଙ୍କାକୁ ବଢ଼ିଛି । ସମାନ ଅବଧିରେ ସହରାଞ୍ଚଳରେ ଏହି ଖର୍ଚ୍ଚ ଯଥାକ୍ରମେ ୨୬୩୦ ଟଙ୍କା ଓ ୬୪୫୯ ଟଙ୍କା ରହିଛି । ମୂଲ୍ୟବୃଦ୍ଧି କାରଣରୁ ଏଫ୍‌ଏମ୍‌ସିଜି ଉତ୍ପାଦ ଉପରେ ଅଧିକ ଚାପ ପଡିଛି । 

୨୦୨୩ରେ ଭାରତୀୟ ପରିବାରଗୁଡିକ ବିସ୍କୁଟ, ସାବୁନ, ସାମ୍ପୋ, ଜାମ ଏବଂ ଫର୍ସ କ୍ଲିନର ଭଳି ସାମଗ୍ରୀଗୁଡିକରେ ୫.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯ ପରେ ଏହି ଖର୍ଚ୍ଚରେ ୪୫% ବୃଦ୍ଧି ହୋଇଛି । ରାଜ୍ୟଗୁଡିକ କଥା ବିଚାରକୁ ନେଲେ ସିକିମର ଉଭୟ ସହର ଏବଂ ଗ୍ରାମାଞ୍ଚଳ ଲୋକମାନେ ସବୁଠାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏଠାରେ ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ମାସିକ ୭୭୩୧ ଟଙ୍କା ଏବଂ ସହରାଞ୍ଚଳରେ ୧୨,୧୦୫ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିଭଳି ଛତିଶଗଡର ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ମାସିକ ୨୪୬୬ ଟଙ୍କା ଏବଂ ସହରାଞ୍ଚଳରେ ମାସିକ ୪୪୮୩ ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହା ସବୁଠାରୁ କମ୍‌ । ସେହିଭଳି ଏଠାରେ ଖାଦ୍ୟ ସାମଗ୍ରୀରେ ଗ୍ରାମାଞ୍ଚଳରେ ଖର୍ଚ୍ଚ ୧୭୫୦ ଥିବା ବେଳେ ସହରାଞ୍ଚଳରେ ୨୫୩୦ ଟଙ୍କା ରହିଛି । ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୁପାୟନ ମନ୍ତ୍ରଣାଳୟ ଅଧିନ ଜାତୀୟ ସାମ୍ପୁଲ ସର୍ଭେ କାର୍ଯ୍ୟାଳୟ ପକ୍ଷରୁ ୨୦୨୨ ଅଗଷ୍ଟରୁ ୨୦୨୩ ଜୁଲାଇ ମଧ୍ୟରେ ଏହି ସର୍ଭେ କରାଯାଇଛି । ପ୍ରତି ୫ ବର୍ଷରେ ଏଭଳି ସର୍ଭେ ହୋଇଥାଏ । ଖାଉଟି ମୂଲ୍ୟ ସୂଚକାଙ୍କର ନୂଆ ସିରିଜକୁ ଜାରି କରିବାରେ ଏହା ସହାୟକ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.