ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିସେମ୍ବରରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ, ହେବ ଧନ ବର୍ଷା

ନୂଆଦିଲ୍ଲୀ ୦୧/୧୨: ପ୍ରତ୍ୟେକ ଗ୍ରହ ନିଶ୍ଚିତ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଗ୍ରହର ରାଜକୁମାର ବୁଧଙ୍କ ରାଶି ପରିବର୍ତ୍ତନ ଧନ, ବାଣୀ, ବ୍ୟାପାର ଆଦି ଉପରେ ବଡ ପ୍ରଭାବ ପକାଏ। ନଭେମ୍ବର ୨୯ରେ ବୁଧ ରାଶି ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିଛନ୍ତି। ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା ମହାଧନ ଯୋଗ ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ଏହି ମହାଧନ ଯୋଗ କେଉଁ ରାଶିର ବ୍ୟକ୍ତିଙ୍କୁ ଲାଭବାନ କରିବ।

ମେଷ :  ଏହି ରାଶିର ବ୍ୟକ୍ତିଙ୍କୁ ଡିସେମ୍ବର ମାସରେ ବିଦେଶ ଯିବାର ସୁଯୋଗ ମିଳିବ। ଏମାନଙ୍କୁ ଲାଭ କମାଇବାର ଅନେକ ଉପାୟ ମିଳିବ। ନିଜର ବାଣୀ ବଳରେ କାମ ସମ୍ପୂର୍ଣ୍ଣ କରିବେ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ଅନେକ ଲାଭ ମିଳିବ। ସମ୍ପତ୍ତିରୁ ଲାଭ ମିଳିବ। କାରବାର ଭଲ ଚାଲିବ। ଜୀବନସାଥି ସହ ସମୟ ବିତାଇବେ। ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ମଜବୁତ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଅଟକି ରହିଥିବା ଟଙ୍କା ମିଳିବ।

ମକର : ମକର ରାଶି ବ୍ୟକ୍ତିଙ୍କର ଏହି ସମୟରେ ଭାଗ୍ୟଦୋୟ ହେବ। ବିବାହ ଯୋଗ ରହିଛି। ଚାକିରିର ନୂତନ ସୁଯୋଗ ମିଳିବ। ହଠାତ୍‌ ଧନ ଲାଭ ହେବ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.