ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଭାରତୀୟ କ୍ରିକେଟ୍ ଦଳକୁ ମିଳିବନି ଆରାମ, ଲଗାତାର ୩ ଦିନ ଖେଳିବ ମ୍ୟାଚ୍

କଲମ୍ବୋ, ୧୧/୦୯: ଏସିଆ କପର ସୁପର୍-୪ ମୁକାବିଲା ଖେଳା ଯାଉଛି । ରବିବାର କଲମ୍ବୋରେ ପାକିସ୍ତାନ ବିପକ୍ଷ ଭାରତ ମ୍ୟାଚରେ ବର୍ଷା ଭାଦକ ସୃଷ୍ଟି କରିଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୪ ଓଭର ଗୋଟିଏ ବଲରେ ୨ ୱିକେଟ୍ ହରାଇ ୧୪୭ ରନ୍ କରିଥିବା ବେଳେ ଖେଳ ବନ୍ଦ ରହିଥିଲା । ଆଜି ସୋମବାର ରିଜର୍ଭ ଡେରେ ଅପରାହ୍ଣ ୩ଟାରୁ ପୁଣି ମ୍ୟାଚ୍ ଖେଳାଯିବ ।

ଆଜିର ମ୍ୟାଚ୍ ପରେ ଭାରତୀୟ ଦଳ ଆଉ ଏକ ମ୍ୟାଚ୍ ଖେଳିବ । ଫଳରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଲଗାତାର ୩ ଦିନ ଧରି ଖେଳିବା ସହ ଆରାମ ନେଇ ପାରିବେ ନାହିଁ । ଫଳରେ ଦଳ ଉପରେ ଚାପ ବଢ଼ିପାରେ । ଏହା ପୂର୍ବରୁ ଭାରତ ୨୦୧୯ ବିଶ୍ୱକପ୍ ବେଳେ ରିଜର୍ଭ ଡେରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ବେଳେ ହାରିଥିଲା । 

ନିରାଶ କଲା ବର୍ଷା, ରିଜର୍ଭ ଡେ’ରେ ପୁଣି ଭାରତ-ପାକିସ୍ତାନ ମୁକାବିଲା

ଏବେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ରବିବାର ଅଧୁରା ରହିଥିବା ବେଳେ ଆଜି ରିଜର୍ଭ ଡେରେ ମ୍ୟାଚ୍ ଖେଳାଯିବ । ଆଜି ପାକିସ୍ତାନ ସହ ଭାରତ ଖେଳିବାକୁ ଥିବାବେଳେ ଆସନ୍ତାକାଲି ମଙ୍ଗଳବାର ଶ୍ରୀଲଙ୍କା ସହ ମୁହାଁମୁହିଁ ହେବ । ଭାରତ-ଶ୍ରୀଲଙ୍କା ମ୍ୟାଚ୍ ମଧ୍ୟ କଲମ୍ବୋରେ ଖେଳାଯିବ । ଭାରତୀୟ ୩ ଦିନ ଲଗାତାର ମ୍ୟାଚ୍ ଖେଳୁଥିବାରୁ ଚାପ ବଢ଼ିପାରେ ।

ମ୍ୟାଚ୍ ପରେ ଖେଳାଳି ଯଥେଷ୍ଟ ଆରାମ ପାଇବେ ନାହିଁ । ଏଥିପାଇଁ ଆହତ ହେବାର ଆଶଙ୍କା ରହିଛି । ଯେତେବେଳେ ଖେଳାଳି ସମ୍ପୂର୍ଣ୍ଣ ଆରାମ ନେଇ ପାରନ୍ତି ନାହିଁ ତ ଆହତ ଆଶଙ୍କା ବଢ଼ି ଯାଇଥାଏ । ଯଦି ଖେଳାଳି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ନ ରହିବେ ତ ଦଳ ଉପରେ ଚାପ ପଡ଼ିବ । ଏସିଆ କପରେ ଦଳ ବିଶ୍ୱକପ୍ ଖେଳିବ । ଏହା ପୂର୍ବରୁ କୌଣସି ଖେଳାଳି ଆହତ ହେଲେ ଦଳ ପାଇଁ ସମସ୍ୟା ବଢ଼ିଯିବ ।

ବର୍ଷା ବିଗାଡ଼ିଲା ଖେଳ, ଭାରତ-ପାକିସ୍ତାନ ମ୍ୟାଚ୍‌ ବାଧାପ୍ରାପ୍ତ

ଗତକାଲି ସୁପର୍-୪ ମୁକାବିଲାରେ ପ୍ରଥମେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ୨୪.୧ ଓଭରରେ ଭାରତୀୟ ଦଳ ୨ ୱିକେଟ୍ ହରାଇ ୧୪୭ ରନ୍ କରିଛି । ଆଜି ପୁଣି ଥରେ ମ୍ୟାଚ୍ ଖେଳାଯିବ । ରୋହିତ ଶର୍ମା ୫୬ ରନ୍ ଓ ଶୁଭମନ ଗିଲ୍ ୫୮ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ କୋହଲି ଓ କେଏଲ୍ ରାହୁଲ୍ ବ୍ୟାଟିଂ କରିବେ । 

ind vs pak
cricket
ASIA CUP

Copyright © 2022 - Summa Real Media Private Limited. All Rights Reserved.