ପ୍ରମୁଖ ଖବର
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି

ମୁମ୍ବାଇ,୦୯/୧୨: ଶନିବାର ଭାରତ ଓ  ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍‌ ପରାଜିତ ହୋଇଥିବା ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌ ‘କର  ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜ ଆଶା ଉଜ୍ଜୀବିତ ରଖିବା ପାଇଁ  ଶନିବାର ସବୁ ଶକ୍ତି ଖଟାଇବାକୁ ଭାରତ ପ୍ରସ୍ତୁତି ଚଳାଇଛି । ସେହିପରି  ଇଂଲଣ୍ଡ ଦଳ ସିରିଜ ବିଜୟ ପାଇଁ ଯୋଜନା କରିଛି ।  

ଭାରତୀୟ ପିଚ୍‌ ଓ ଜଳବାୟୁରେ ଟସ୍‌ ନିଣ୍ଣାୟକ ଭୂମିକା ଗ୍ରହଣ  କରୁଥିଲେ ହେଁ ଭାରତକୁ ପ୍ରଥମେ ଶକ୍ତି ପ୍ରଦର୍ଶନ କରିବାକୁ ହେବ । ପ୍ରଥମ ମ୍ୟାଚ୍‌ରେ ନିରାଶ କରିଥିବା ଷ୍ଟାର୍‌ ବ୍ୟାଟର ସ୍ମୃତି ମନ୍ଧନା, ହର୍ମନପ୍ରୀତ  କୌର ଓ ଜେମିମା ରୋଡ୍ରିଗ୍ସଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ । ଶେଫାଳି ବର୍ମା ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ  କରିଥିଲେ । ହେଲେ ଅନ୍ୟ କେହି ତାଙ୍କୁ ସହାୟତା କରିନଥିଲେ ।  

ବୋଲିଂ ବିଭାଗର ପ୍ରଦର୍ଶନ  ପ୍ରଭାବଶାଳୀ ରହିଥିଲା । ରେଣୁକା ସିଂହ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ । ମାତ୍ର ଡାନି ୱାଟ୍‌ ଓ ନାଟ୍‌ ସ୍କିଭର-ବ୍ରଣ୍ଟଙ୍କ ଶତକୀୟ ଭାଗିଦାରୀ ସବୁ ଆଶା  ମଉଳାଇ ଦେଇଥିଲା ।ଶନିବାର ଦଳ ବୋଲିଂରେ ବିଭିନ୍ନତା ଆଣିବାକୁ  ପ୍ରୟାସ କରିବ । ଅତି କମ୍‌ରେ ୮ଜଣ  ବୋଲରଙ୍କୁ ନିୟୋଜିତ କରିବାକୁ ଟିମ ମ୍ୟାନେଜମେଣ୍ଟ ଯୋଜନା କରିଛି ।  ହର୍ମନପ୍ରୀତ ଓ ରୋଡ୍ରିଗ୍ସ ଶୁକ୍ରବାର ନେଟ୍ସରେ ଜୋରଦାର ବୋଲିଂ ଅଭ୍ୟାସ କରିଛନ୍ତି ।  

ୱାଙ୍ଖଡ଼େ ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ । ମାତ୍ର ପ୍ରାରମ୍ଭିକ କିଛି ଓଭରରେ ପେସ୍‌ ବୋଲରମାନେ ପିଚ୍‌ର ଫାଇଦା ଉଠାଇ ପାରିବେ । ଅପରାହ୍ଣରେ ନୂଆ ବଲ୍‌ ସୁଇଂ କରିବ । ପ୍ରଥମ ମ୍ୟାଚ୍‌ରେ ମଧ୍ୟ ରେଣୁକାଙ୍କ ସୁଇଂ ବୋଲିଂକୁ ପରଖିନପାରି ଇଂଲଣ୍ଡ ୨ରନ୍‌ରେ ୨ଟି ୱିକେଟ୍‌ ହରାଇଥିଲା ।  ମଧ୍ୟ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ କରିବା ଜରୁରି । ତେଣୁ ଦୁଇ ନବାଗତ ସ୍ପିନର ସାଇକା ଇଶାକ ଓ ଶ୍ରେୟଙ୍କା ପାଟିଲଙ୍କ ସମେତ ଅଭିଜ୍ଞ ଦୀପ୍ତି ଶର୍ମାଙ୍କ  ବୋଲିଂ ଉପରେ ଦଳ ନିର୍ଭର କରିବା  ସ୍ୱାଭାବିକ ।

ସମ୍ଭାବ୍ୟ ଦଳ

ଭାରତ: ସ୍ମୃତି ମନ୍ଧନା, ଶେଫାଳି  ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ  କୌର(ଅଧିନାୟିକା), ରିଚା ଘୋଷ,  କନିକା ଆହୁଜା, ପୂଜା ବସ୍ତ୍ରାକର, ଦୀପ୍ତି  ଶର୍ମା, ଶ୍ରେୟଙ୍କା ପାଟିଲ, ରେଣୁକା  ସିଂହ, ସାଇକା ଇଶାକ । 

ଇଂଲଣ୍ଡ: ଶୋଫିଆ ଡଙ୍କଲି,  ଡାନି ୱାଟ, ଆଲିସ କ୍ୟାପ୍‌ସି,  ନାଟ୍‌ ସ୍କିଭର-ବ୍ରଣ୍ଟ, ହିଥର  ନାଇଟ୍‌(ଅଧିନାୟିକା), ଆମି ଜୋନ୍ସ,  ଫ୍ରେୟା କେମ୍ପ, ଶୋଫି ଏକ୍ଲେଷ୍ଟୋନ,  ସାରା ଗ୍ଲେନ, ଲାଉରେନ ବେଲ୍‌,  ମାହିକା ଗୌର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.