ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ବର୍ଷା ବିଗାଡ଼ିଲା ଖେଳ, ଭାରତ-ପାକିସ୍ତାନ ମ୍ୟାଚ୍‌ ବାଧାପ୍ରାପ୍ତ

Image Courtesy: Social Media

କଲମ୍ବୋ, ୧୦/୦୯: କଲମ୍ବୋରେ ଭୀଷଣ ବର୍ଷା । ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରୁଥିଲା ଭାରତୀୟ ଟିମ୍ । ୨୪.୧ ଓଭର ବେଳକୁ ଭୀଷଣ ବର୍ଷା ଖେଳରେ ବାଧକ ସାଜିଛି । ପୂର୍ବରୁ ବର୍ଷା ହେବା ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା ତାହା ସଠିକ୍‌ ସାବ୍ୟସ୍ତ ହୋଇଛି । ରୋମାଞ୍ଚକର ମୋଡରେ ସୁପର-୪ର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ ଖେଳପ୍ରେମୀଙ୍କ ଗହଣରେ ଅସ୍ତନ୍ତୋଷ ପ୍ରକାଶ ପାଇଛି। 

‘India ନାଁ ପରିବର୍ତ୍ତନ କରି ଭାରତ ରଖାଯିବ, ବିରୋଧ କରୁଥିବା ଲୋକେ ଦେଶ ଛାଡ଼’

ବର୍ଷା ଯୋଗୁଁ ଖେଳ ବନ୍ଦ ହେବା ବେଳକୁ ଭାରତୀୟ ଟିମ୍‌ ୧୪୭ ରନ୍‌ ସଂଗ୍ରହ କରିସାରିଥିଲେ । ପଡ଼ିଆରେ ବ୍ୟାଟିଂ କରୁଥିଲେ ବିରାଟ କୋହଲି ଏବଂ କେଏଲ ରାହୁଲ  । ଦୁଇଟି ମୂଲ୍ୟବାନ ଓ୍ବିକେଟ ହରାଇସାରିଥିଲା ଭାରତୀୟ ଟିମ୍‌ । ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିସାରିଥିଲେ । ତାଙ୍କ ପରେ କୋହଲି ଏବଂ ରାହୁଲ ଯଥାକ୍ରମେ ୧୭ ରନ୍‌ ଏବଂ ୮ ରନ୍‌ କରିସାରିଥିଲେ । ଦୁଇ ବ୍ୟାଟ୍ସମ୍ୟାନଙ୍କ ମିଳିତ ସ୍କୋର ୩୮ ବଲ୍‌ରେ ୨୪ ରନ୍‌ ହୋଇଥିଲା । ଯଦି ବର୍ଷା ଯୋଗୁଁ ଆଜି ମ୍ୟାଚ୍‌ ହୋଇନପାରେ ତେବେ ଆସନ୍ତାକାଲି ପୁଣି ଥରେ ୨୪.୧ ଓଭରରୁ ହିଁ ଖେଳ ଆରମ୍ଭ ହେବ ।

 ଆଜି ଖେଳ ଆରମ୍ଭରୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଦୁଇ ବ୍ୟାଟ୍ସମ୍ୟାନ୍‌ ମିଳିତଭାବେ ୧୨୧ ରନ୍‌ କରିଥିଲେ ।ଏହି ଯୋଡିକୁ ଭାଙ୍ଗିଥିଲେ ଶଦାବ ଖାନ । ସେ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ । ଅର୍ଦ୍ଧଶତକ ପୁରା କରି ପାଭିଲିୟନ ଫେରିଥିଲେ ରୋହିତ । ସେହିଭଳି ଶୁଭମନ ଗିଲ୍‌ ୫୮ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ପ୍ରେମଦାସା ଷ୍ଟାଡିୟମ୍‌ରେ କେତେବେଳେ ଖେଳ ଆରମ୍ଭ ହେବ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

You can also read: ରାସ୍ତାରୁ ଉଠାଇ ନେଇ ମହିଳାଙ୍କୁ ଗଣଦୁଷ୍କର୍ମ, ଜୀବନ ବଞ୍ଚାଇବାକୁ ନିର୍ବସ୍ତ୍ର ହୋଇ ଦୌଡ଼ିଲେ ପୀଡ଼ିତା

Asia Cup super fours

Copyright © 2022 - Summa Real Media Private Limited. All Rights Reserved.