ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୩ଟି ବଡ଼ ପରିବର୍ତ୍ତନ କରିବ ଭାରତୀୟ ଟିମ୍‌ ?

Image Courtesy: aajtak

ନୂଆଦିଲ୍ଲୀ, ୦୯/୦୯: ଏସିଆ କପ୍‌ ୨୦୨୩ରେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁବ ଖାସ । କାରଣ ଆସନ୍ତାକାଲି କଲମ୍ବୋରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । କାଲି ମ୍ୟାଚ୍‌ ହେବାକୁ ଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ଟିମ୍ ଘୋଷଣା କରିସାରିଛି । ହେଲେ ଟିମ୍ ଇଣ୍ଡିଆରେ କଣ ପରିବର୍ତ୍ତନ ହେବ ସେନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗିରହିଛି । ତେବେ ଅଧିନାୟକ ରୋହିତ ଶର୍ମା ଟିମରେ ୩ଟି ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି କୁହାଯାଉଛି । 

ଦିନିକିଆ ବିଶ୍ୱକପ୍‌ ପାଇଁ ମ୍ୟାଚ୍‌ ଅଫିସିଆଲ୍‌ ଘୋଷଣା:୧୬ ଅମ୍ପାୟାର ଓ ୪ ମ୍ୟାଚ୍‌ ରେଫରୀ ସାମିଲ


ଦ୍ରୁତ ବୋଲର ଜସପ୍ରୀତ ବୁମରା ଟିମ୍‌ରେ ସାମିଲ ହୋଇସାରିଛନ୍ତି । ପାରିବାରିକ କାରଣ ଯୋଗୁଁ ସେ ନେପାଳ ବିପକ୍ଷ ମ୍ୟାଚରେ ସାମିଲ ହୋଇପାରିନଥିଲେ । ବୁମରାଙ୍କ ସ୍ଥାନରେ ମହମ୍ମଦ ଶାମୀ ଖେଳିଥିଲେ।   ଏବେ ବୁମରା ଫେରିଆସିଥିବା ବେଳେ ଶାମୀ କିମ୍ବା ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣେ ଟିମ୍‌ରୁ ବାଦ ପଡ଼ିପାରନ୍ତି । ବାମହାତି ବ୍ୟାଟ୍ସମ୍ୟାନ୍‌ ଇଶାନ କିଶନ୍‌ ପାକିସ୍ତାନ ବିପକ୍ଷରେ ଗ୍ରୁପ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଅର୍ଦ୍ଧଶତକ କରିଥିଲେ । ଏମିତିରେ ୪ ନମ୍ବରରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟରଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । 

ପାକିସ୍ତାନ ବିପକ୍ଷରେ ଶ୍ରେୟସ ଆୟାର ଖାସ ପ୍ରଦର୍ଶନ କରିପାରିନଥିଲେ । ଏହା ବ୍ୟତୀତ ଟିମ୍ ମ୍ୟାନେଜମେଣ୍ଟ ଏହି ବ୍ୟାଟ୍ସମ୍ୟାନଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ଚାହିଁବ । ଯଦି ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳେ ତେବେ କେଏଲ ରାହୁଲ ଟିମ୍‌ରୁ ବାଦ ପଡ଼ିପାରନ୍ତି ।  ଭାରତୀୟ ଟିମ୍‌ ପ୍ରଥମ ଦୁଇଟି ମ୍ୟାଚରେ ଶାର୍ଦ୍ଦୁଲ ଠାକୁରଙ୍କୁ ଖେଳାଇଥିଲା । ହେଲେ ସେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରିନଥିଲେ।  ଏହାକୁ ନଜରରେ ରଖି ତାଙ୍କ ସ୍ଥାନରେ ସ୍ପିନ୍‌ ବୋଲର ଅଲରାଉଣ୍ଡର ଅକ୍ଷର ପଟ୍ଟେଲଙ୍କୁ ସୁଯୋଗ ମିଳିପାରେ । 

ଯଦି ଏମିତି ହେଲା, ତେବେ ଟିମ୍‌ରେ ବୁମରାଙ୍କ ସହିତ ସିରାଜ କିମ୍ବା ଶାମୀ ଫ୍ରଣ୍ଟଲାଇନ୍ ପେସର ରହିବେ । ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ନମ୍ବର ପେସର ଭୂମିକା ନିଭାଇବେ । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟ୍ଟେଲ ସ୍ପିନ୍‌ ବୋଲିଂ ସମ୍ଭାଳିବେ । 

ପାକିସ୍ତାନ ବିପକ୍ଷରେ ସମ୍ଭାବ୍ୟ ଭାରତୀୟ ଟିମ୍‌-

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ/ଇଶାନ କିଶନ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର/ଅକ୍ଷର ପଟ୍ଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମୀ/ ମହମ୍ମଦ ସିରାଜ୍‌ । 

 ବିଶ୍ୱକପ୍‌-2023: ସଚିନଙ୍କୁ ଗୋଲ୍ଡେନ ଟିକେଟ୍‌ ପ୍ରଦାନ କ‌ଲେ ବିସିସିଆଇ ସମ୍ପାଦକ ଜୟ ଶାହ


india vs pakistan
Team India

Copyright © 2022 - Summa Real Media Private Limited. All Rights Reserved.