ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପାଲେଷ୍ଟାଇନ୍‌ରେ ଇସ୍ରାଏଲର ବସ୍ତି ସ୍ଥାପନ ବିରୋଧରେ ଜାତିସଂଘର ପ୍ରସ୍ତାବକୁ ସମର୍ଥନ କଲା ଭାରତ

Image Courtesy: vox.com

ୱାଶିଂଟନ୍: ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ୍ ବସ୍ତି ନିର୍ମାଣ ବିରୋଧରେ ଭୋଟ୍ ଦେଇଛି ଭାରତ । ଇସ୍ରାଏଲର ପାଲେଷ୍ଟାଇନ ଅଞ୍ଚଳ ଦଖଲ କରିବାକୁ ନିନ୍ଦା କରି ଏକ ସଂକଳ୍ପ ଉପସ୍ଥାପନ କରିଥିଲା ମିଳିତ ଜାତିସଂଘ । ଯାହାକୁ ସମର୍ଥନ କରିଛି ଭାରତ । ପୂର୍ବ ଜେରୁସାଲେମ୍ ଏବଂ ସିରିଆ ଗୋଲାନ୍ ସମେତ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲ୍ ବସତିକୁ ନିନ୍ଦା କରୁଥିବା ଏହି ସଂକଳ୍ପକୁ ଭାରତ ସମେତ ୧୪୫ ଦେଶ ସମର୍ଥନ କରିଛନ୍ତି ।

ଯୁଦ୍ଧ ଆରମ୍ଭରୁ ଇସ୍ରାଏଲକୁ ସମର୍ଥନ ଜଣାଇଥିଲା ଭାରତ । ସେହିପରି ଜାତିସଂଘରେ ଆଗତ ହୋଇଥିବା ଅସ୍ତ୍ରବିରତି ପ୍ରସ୍ତାବରେ ଭୋଟ୍ ଦେବାରୁ ଦୂରେଇ ରହିଥିଲା ଭାରତ । ଆଉ ଏବେ ଇସ୍ରାଏଲ ବିରୋଧୀ ଏକ ପ୍ରସ୍ତାବକୁ ସମର୍ଥନ ଜଣାଇଛି ଭାରତ । ଇସ୍ରାଏଲ୍ ବ୍ୟତୀତ ମାତ୍ର ୬ଟି ଦେଶ କାନାଡା, ହଙ୍ଗେରୀ, ମାର୍ଶଲ ଆଇଲ୍ୟାଣ୍ଡ, ମାଇକ୍ରୋନେସିଆ ଏବଂ ନାଉରୁ ମିଳିତ ଜାତିସଂଘର ନିଷ୍ପତ୍ତିକୁ ସମର୍ଥନ କରିନଥିଲେ ଅର୍ଥାତ୍ ବିପକ୍ଷରେ ଭୋଟ୍ ଦେଇଥିଲେ । ଏହା ବ୍ୟତୀତ ୧୮ଟି ଦେଶ ଭୋଟ୍ ସମୟରେ ଅନୁପସ୍ଥିତ ରହିଥିଲେ ।

 ଅକ୍ଟୋବରରେ ଜୋର୍ଡାନ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଆଣିଥିଲା ଯେଉଁଥିରେ ଗାଜାରେ ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଥିଲା । ଏହି ସଂକଳ୍ପ ମଧ୍ୟ ବହୁ ସଂଖ୍ୟାରେ ପାରିତ ହୋଇଥିଲା କିନ୍ତୁ ଭାରତ ଏଥିରୁ ଦୂରେଇ ରହିଥିଲା । ଜାତିସଂଘରେ ଜୋର୍ଡାନ ଆଣିଥିବା ସଂକଳ୍ପକୁ ୧୨୦ ଦେଶ ସମର୍ଥନ କରି ଭୋଟ୍ ଦେଇଥିଲେ ଏବଂ ୧୪ଟି ଦେଶ ଏହାକୁ ବିରୋଧ କରିଥିଲେ । ୪୫ଟି ଦେଶ ମତଦାନରୁ ନିବୃତ୍ତ ରହିଥିଲେ । ଯେଉଁଥିରେ ଭାରତ ମଧ୍ୟ ସାମିଲ ଥିଲା ।

ଜୋର୍ଡାନର ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଥିବା ଭାରତର ଆଭିମୁଖ୍ୟ ସ୍ପଷ୍ଟ ଭାବରେ ଇସ୍ରାଏଲ ସପକ୍ଷରେ ବିବେଚନା କରାଯାଉଥିଲା ।  କିନ୍ତୁ ବର୍ତ୍ତମାନ ଭାରତ ପାଲେଷ୍ଟାଇନ୍‌ର ଇସ୍ରାଏଲ ସେଟେଲମେଣ୍ଟ ବିରୋଧରେ ମତଦାନ କରିଛି । ଅନେକ ବିରୋଧୀ ଦଳ ମଧ୍ୟ ଭାରତ ସରକାରଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି । ଟିଏମସି ସାଂସଦ ସାକେତ ଗୋଖଲେ କହିଛନ୍ତି ଯେ ବସ୍ତିବାସିନ୍ଦାଙ୍କ ମାଧ୍ୟମରେ ଇସ୍ରାଏଲର ପାଲେଷ୍ଟାଇନ ଦଖଲ କରିବା ବେଆଇନ । 

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.