ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତରେ ବଢ଼ୁଛି ଧନୀ ବ୍ୟକ୍ତିଙ୍କ ସଂଖ୍ୟା, ୧୩ ହଜାର ଲୋକ UHNI ତାଲିକାରେ ସାମିଲ: ରିପୋର୍ଟ

Image Courtesy: Social Media

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ବରେ ଏବେ ଧନୀକଙ୍କ ତାଲିକା ଲମ୍ବିବାରେ ଲାଗିଛି । ଭାରତରେ ବଢ଼ୁଛି ଧନୀ ବ୍ୟକ୍ତିଙ୍କ ସଂଖ୍ୟା । ଅଲଟ୍ରା ହାଇ ନେଟଓ୍ବର୍ଥ ଇଣ୍ଡିଭିଜୁଆଲଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଛି । ୨୦୨୮ ବେଳକୁ ଏହି ସଂଖ୍ୟା ଆହୁରି ଅଧିକ ବଢ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୨୦୨୩ରେ ଦେଶରେ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ନାଇଟ୍‌ ଫ୍ରାଙ୍କର ଏକ ରିପୋର୍ଟ ଅନୁସାରେ, ଦେଶରେ ଧନୀକଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି । ପ୍ରତିବର୍ଷ କୋଟିପତିଙ୍କ ସଂଖ୍ୟା ବଢ଼ୁଥିବା ବେଳେ  ଗତବର୍ଷ ଏହି ସଂଖ୍ୟା ୬ ପ୍ରତିଶତ ବଢ଼ିଛି ।

ଏବେ ଦେଶରେ ୧୩, ୨୬୩ କୋଟିପତି ଅଛନ୍ତି । ଭାରତର ସମୃଦ୍ଧ ଅର୍ଥନୀତି ଯୋଗୁ ଅଲଟ୍ରା ହାଇ ନେଟଓ୍ବର୍ଥ ଇଣ୍ଡିଭିଜୁଆଲ ବା UHNIଙ୍କ ସଂଖ୍ୟା ୨୦୨୮ ବେଳକୁ ୨୦ ହଜାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଏବେ ପ୍ରଶ୍ନ ଯେ, କେଉଁ ବ୍ୟକ୍ତିଙ୍କୁ UHNI ଶ୍ରେଣୀରେ ସାମିଲ କରାଯାଏ ? ଯେଉଁ ବ୍ୟକ୍ତିଙ୍କ ସଂପତ୍ତିର ମୂଲ୍ୟ ୩ କୋଟି ଡଲାରରୁ ଅଧିକ ସେମାନେ UHNI ଶ୍ରେଣୀରେ ଅନ୍ତର୍ଭୁକ୍ତ । ରିୟଲ ଇଷ୍ଟେଟ୍‌ ଆଡଭାଇଜର ‘ନାଇଟ୍‌ ଫ୍ରାଙ୍କ’ ବୁଧବାର ଏକ ରିପୋର୍ଟ ‘ଦି ଓ୍ବେଲ୍ଥ ରିପୋର୍ଟ-୨୦୨୪’ ଜାରି କରିଛି । ରିପୋର୍ଟ ଅନୁସାରେ, ଭାରତରେ ୨୦୨୩ରେ UHNIଙ୍କ ସଂଖ୍ୟା ୬.୧ ପ୍ରତିଶତ ବଢ଼ି ୧୩,୨୬୩ରେ ପହଞ୍ଚିଯାଇଛି । ଏହି ସଂଖ୍ୟା ୨୦୨୨ରେ ୧୨,୪୯୫ ଥିଲା । ଏଭଳି ସ୍ଥିତି ଜାରି ରହିଲେ ୨୦୨୮ ବେଳକୁ ଭାରତରେ ଅଲଟ୍ରା ହାଇ ନେଟଓ୍ବର୍ଥ ଇଣ୍ଡିଭିଜୁଆଲଙ୍କ ସଂଖ୍ୟା ୧୯,୯୦୮ରେ ପହଞ୍ଚିବ ବୋଲି କୁହାଯାଉଛି ।

ନାଇଟ ଫ୍ରାଙ୍କ ଇଣ୍ଡିଆର ଅଧ୍ୟକ୍ଷ ଶିଶିର ବୈଜଲ କହିଛନ୍ତି ଯେ, ଦେଶରେ ସଂପତ୍ତି ତିଆରି କରିବା ଲାଗି ନୂଆ ଯୁଗ ଆରମ୍ଭ ହୋଇଛି । ସମଗ୍ର ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ବେଶ ଆଗରେ ରହିଛି । ଦେଶରେ ଏବେ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଗାମୀ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୫୦.୧ ପ୍ରତିଶତ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ୨୦୨୪ରେ ୯୦ ପ୍ରତିଶତ ଭାରତୀୟଙ୍କ ସଂପତ୍ତିରେ ବୃଦ୍ଧି ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । 

ଏପରିକି ୬୩ ପ୍ରତିଶତ ଭାରତୀୟଙ୍କ ସଂପତ୍ତିରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିବ । ବିଶ୍ବସ୍ତରରେ ଆଗାମୀ ୫ ବର୍ଷ ମଧ୍ୟରେ ଅଲଟ୍ରା ହାଇ ନେଟଓ୍ବର୍ଥ ଇଣ୍ଡିଭିଜୁଆଲଙ୍କ ସଂଖ୍ୟା ୨୮.୧ ପ୍ରତିଶତ ବୃଦ୍ଧି ହେବ ବୋଲି ରିପୋର୍ଟ କହୁଛି । ୨୦୨୩ରେ ବିଶ୍ବସ୍ତରରେ ଅଲଟ୍ରା ହାଇ ନେଟଓ୍ବର୍ଥ ଇଣ୍ଡିଭିଜୁଆଲଙ୍କ ସଂଖ୍ୟା ୪.୨ ପ୍ରତିଶତ ବଢ଼ି ୬,୨୬, ୬୯ରେ ପହଞ୍ଚିଯାଇଛି । ୨୦୨୨ରେ ଏହି ସଂଖ୍ୟା ୬,୦୧,୩୦୦ ଥିଲା । ଯଦି ଭିନ୍ନ ଭିନ୍ନ ଦେଶର ଧନୀଙ୍କ କଥା କୁହାଯାଏ, ତେବେ ତୁର୍କିଏରେ କୋଟିପତିଙ୍କ ସଂଖ୍ୟା ଅଧିକ ବଢ଼ିଛି । ବାର୍ଷିକ ଆଧାରରେ ତୁର୍କିଏରେ ସର୍ବାଧିକ ୯.୭ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେହଭିଳି ଭାରତରେ ୬.୧ ପ୍ରତିଶତ, ଦକ୍ଷିଣ କୋରିଆରେ ୫.୬ ପ୍ରତିଶତ ଏବଂ ସ୍ବିଜରଲ୍ୟାଣ୍ଡରେ ୫.୨ ପ୍ରତିଶତ ବଢ଼ିଛି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ।  

 

 

  • india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.