ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ନିରାଶ, ୪-୧ରେ ସିରିଜ୍‌ ଜିତିଲା ଭାରତ

Published By : Tapas Panda | December 3, 2023 10:37 PM

Image Courtesy: espncricinfo

ବେଙ୍ଗାଲୁରୁ: ଶେଷ ଟି-୨୦ରେ ଦମଦାର ବିଜୟ ସହ ୪-୧ରେ ସିରିଜ୍‌ ଜିତିନେଇଛି ଭାରତୀୟ ଟିମ୍‌ । ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ କବଜା କରିଛି ଭାରତୀୟ ଦଳ । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୪ଟି ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍‌ ଜିତିଛି । ତେବେ ଶେଷ ତଥା ପଞ୍ଚମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶାଳ ବିଜୟ ହାସଲ କରି ସୂର୍ଯ୍ୟ ବାହିନୀ । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।

 ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୬୦ ରନ୍‌ କରିଥିଲା । ସେପଟେ ଅଷ୍ଟ୍ରେଲିଆ ଟିମ୍‌ ଆଗରେ ସହଜ ବିଜୟ ଲକ୍ଷ୍ୟ ଥିଲେ ହେଁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବାଜି ଓଲଟାଇଦେଇଛି । ୨୦ ଓଭର ଶେଷ ସୁଦ୍ଧା ୮ ଓ୍ବିକେଟ ହରାଇ ୧୫୪ ରନ୍‌ରେ ଅଟକିଯାଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ । ଶେଷ ଓଭରରେ ଶାଣିତ ବୋଲିଂ କରି ହିରୋ ସାଜିଲେ ଅର୍ଶଦୀପ ସିଂ। ଅଷ୍ଟ୍ରେଲିଆକୁ ଶେଷ ଓଭରରେ ଜିତିବା ପାଇଁ ଦରକାର ଥିଲା ୧୦ ରନ। ହେଲେ ଅର୍ଶଦୀପ ମାତ୍ର ୩ ରନ ଦେଇଥିଲେ। 

ଏଥିସହ ପଞ୍ଚମ ଟି-୨୦ ମ୍ୟାଚକୁ ଜିତି ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୪-୧ରେ ହାତେଇ ନେଇଛି । ଶେଷ ଟି-୨୦ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରେୟସ ଆୟରଙ୍କ ୫୩ ରନ, ଅକ୍ଷର ପଟେଲଙ୍କ ୩୧ ରନ ଓ ଜିତେଶ ଶର୍ମାଙ୍କ ୨୪ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୬୦ ରନ କରିଥିଲା । ଜବାବରେ ବେନ ମ୍ୟାକଡର୍ମଟ ୫୪ ରନ, ଟ୍ରେଭିସ୍ ହେଡ୍ ୨୮ ରନ ଓ ଅଧିନାୟକ ମାଥ୍ୟୁ ଓ୍ଵେଡ ୨ ରନ କରିଥିଲେ ହେଁ ତାହା ଦଳ ବିଜୟ ପାଇଁ ଯଥେଷ୍ଟ ନ ଥିଲା । ଭାରତ ପକ୍ଷରୁ ମୁକେଶ କୁମାର ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।

ଭାରତ ଠିକ୍ ସମୟରେ ଓ୍ଵିକେଟ୍ ନେଇ ମ୍ୟାଚକୁ ନିଜ ସପକ୍ଷକୁ ଟାଣିବାରେ ସଫଳ ହୋଇଥିଲା । ଟିମ ଡେଭିଡ(୧୭)ଙ୍କ ପରେ ବେନ ମ୍ୟାକଡର୍ମେଟ୍ ଆଉଟ୍ ହେବା ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଥିଲା। ବେନ ୩୬ ବଲ୍ରୁ ୫ ଛକା ସହ ୫୪ ରନ କରିଥିଲେ। ମାଥ୍ୟୁ ସର୍ଟ ୧୬ ରନ କରିଥିଲେ ହେଁ ଶୀଘ୍ର ଆଉଟ୍ ହୋଇଥିଲେ। ତଥାପି ଅଷ୍ଟ୍ରେଲିଆ ଦ୍ରୁତ ବ୍ୟାଟିଂ କରି ବିଜୟର ଦ୍ଵାର ଦେଶରେ ପହଞ୍ଚିଥିଲା। 

କିନ୍ତୁ ଭାରତୀୟ ଦ୍ରୁତ ବୋଲର ମ୍ୟାଚ୍ ଶେଷ ଆଡ଼ୁ ଶାଣିତ ବୋଲିଂ କରି ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ସୁଯୋଗ ଦେଇ ନଥିଲେ। ଅଧିନାୟକ ମାଥ୍ୟୁ ଓ୍ଵେଡ ଶେଷ ଓଭରରେ ୧୦ ରନ ଥିଲେ ମଧ୍ୟ ସଂଗ୍ରହ କରି ପାରି ନଥିଲେ। ଅର୍ଶଦୀପ ମାତ୍ର ୩ ରନ ଦେଇ କଙ୍ଗାରୁ ହାତରୁ ବିଜୟ ଛଡ଼ାଇ ଆଣିଛନ୍ତି । ଓ୍ଵେଡ ୨୨ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନଥିଲେ। ଶେଷରେ ଅଷ୍ଟ୍ରେଲିଆ ଦଳ ୮ ଓ୍ଵିକେଟ୍ ହରାଇ ୧୫୪ ରନରେ ସୀମିତ ରହିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.