ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IND Vs ENG, Day 1: ଭାରତ ନାଁରେ ପ୍ରଥମ ଦିନ, ଦ୍ବିତୀୟ ଶତକ ଅଭିମୁଖେ ଜୟସଓ୍ବାଲ

Image source: Cricbuzz

ବିଶାଖାପାଟନମ୍‌,୦୨/୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦ୍ବିତୀୟ ସିରିଜ୍‌ର ପ୍ର‌ଥମ ମୁକାବିଲା ବିଶାଖାପାଟନମ୍‌ରେ ଖେଳାଯାଇଛି। ଶୁକ୍ରବାର ମୁକାବିଲାର ପ୍ରଥମ ମ୍ୟାଚ୍‌ ଥିବା ବେଳେ ପ୍ରଥମରୁ ଭାରତ ଡ୍ରାଇଭିଂ ସିଟ୍‌ରେ ଅଛି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ପଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୯୩ ଓଭରରେ ୬ ଓ୍ବିକେଟ ହରାଇ ୩୩୬ ରନ୍‌ କରିଛି ଭାରତ। ବର୍ଷିଆନ ବ୍ୟାଟର ଯଶସ୍ବୀ ଜୟସଓ୍ବାଲ ଦ୍ବିତୀୟ ଶତକ ଲକ୍ଷ୍ୟରେ ଅଛନ୍ତି। ସେ ୨୫୭ ବଲ୍‌ରେ ୧୭ ଚୌକା ଏବଂ ୫ ଛକ୍କା ସାହାଯ୍ୟରେ ୧୭୯ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଯଶସ୍ବୀ ଓ ରବିଚନ୍ଦ୍ରନ ଅଶ୍ବିନୀ ଉଭୟ ଦ୍ବିତୀୟ ଦିନ ମ୍ୟାଚ୍‌ ଆରମ୍ଭ କରିବେ। 

ଭାରତ ପ୍ରଥମ ଇନିଂସରେ ତିନି ଓ୍ବିକେଟ ହରାଇ ୧୧୧ ରନ୍‌ କରିଥିଲା। ନବାଗତ ରଜିତ ପଟିଦାର (୩୨) ଏବଂ ଅଲରାଉଣ୍ଡର ଅକ୍ଷର ପଟେଲ (୨୭) ରନ୍‌ କରିଥିଲେ। ଓ୍ବିକେଟକିପର କେଏସ୍‌ ଭରତଙ୍କ ବ୍ୟାଟରୁ ୧୭ ରନ୍‌ ବାହାରିଥିଲା। ଟି ବ୍ରେକ୍‌ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ତିନି ଓ୍ବିକେଟ ହରାଇ ବୋର୍ଟରେ ୨୨୫ ରନ୍‌ ସାମିଲ କରିଥିଲା। ଯଶସ୍ବୀ ଜୟସଓ୍ବାଲଙ୍କ ଦମଦାର ଶତକ ବଳରେ ଦଳ ଏହି ସ୍କୋର କରବାରେ ସଫଳ ହୋଇଥିଲା। ଏଥିସହିତ ଭାରତ ଦ୍ବିତୀୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୧୨୨ ରନ୍‌ କରିଥିଲା। ତେବେ ରୋହିତ ଶର୍ମା ୧୪ ରନ୍‌ କରି ଶୋଏବ୍‌ ବସିର୍‌ଙ୍କ ଦ୍ବାରା, ଶୁୂବମନ୍‌ ଗିଲ୍‌ ୩୪ ରନ୍‌ କରି ଜେମ୍ସ ଆଣ୍ଡ୍ରସନ୍‌ ଓ ଶ୍ରେୟସ୍‌ ଆୟର ୨୭ ରନ୍‌ କରି ଟମ୍‌ ହର୍ଟଲିଙ୍କ ଦ୍ବାରା ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ।

 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.