ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ନାଁରେ ରାଞ୍ଚି ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ; ଭାରତୀୟ ବ୍ୟାଟରଙ୍କ ଆଗରେ କାମ ଦେଲାନି ଇଂଲଣ୍ଡ ଚାଲ୍‌

ରାଞ୍ଚି,୨୫/୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ରାଞ୍ଚିରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଏହି ମୁକାବିଲାର ତୃତୀୟ ଦିନର ଖେଳ ରବିବାର ଶେଷ ହୋଇଛି। ତେବେ ତୃତୀୟ ଦିନ ଭାରତ ନାଁରେ ରହିଛି, କାରଣ ପ୍ରଥମ ସେସନ୍‌ରେ ଭାରତ ବ୍ୟାଟିଂ କରି କିଛି ରନ୍‌ କରିଥିଲା ଏବଂ ଦ୍ବିତୀୟ ସେସନ୍‌ରେ ଇଂଲଣ୍ଡର ପାଞ୍ଚଜଣ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ସେହିପରି ତୃତୀୟ ସେସନ୍‌ରେ ଇଂଲଣ୍ଡର ବାକି ବ୍ୟାଟରଙ୍କୁ ପାଭିଲିୟନ ପଠାଇ ୧୯୨ ରନ୍‌ର ବିଜୟ ଲକ୍ଷ୍ୟର ଜବାବରେ ବିନା କୌଣସି ଓ୍ବିକେଟ ହରାଇ ୪୦ ରନ୍‌ କରିଥିଲା। ଏହିପରି ଭାବେ ଟିମ୍‌ ଇଣ୍ଡିଆକୁ ମ୍ୟାଚ୍‌ର ଚତୁର୍ଥ ଦିନରେ ବିଜୟ ପାଇଁ ଆବଶ୍ୟକ ଅତିରିକ୍ତ ୧୫୨ ରନ୍‌ କରିବାକୁ ହେବ। ରୋହିତ ଶର୍ମା ୨୪ ଓ ଯଶସ୍ବୀ ଜୟସଓ୍ବାଲ ୧୬ ରନ୍‌ କରି ଅପରାଜିତ ରହିଛନ୍ତି। 

ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ ପ୍ରଥମ ଇନିଂସରେ ବ୍ୟାଟିଂ କରି ୩୫୩ ରନ୍‌ କରିଥିଲା। ଏହାର ଜବାବରେ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ପାଳିରେ ୩୦୭ ରନ୍‌ କରିଥିଲା। ଏହିପରି ଭାବେ ଟିମ୍‌ ଇଣ୍ଡିଆ ୪୬ ରନ୍‌ ପଛରେ ପଡ଼ିଥିଲା, କିନ୍ତୁ ଏହାପରେ ଟିମ୍‌ ଇଣ୍ଡିଆ ସ୍ପିନର୍‌ ଦଳକୁ ବଳ ଯୋଗାଇଥିଲେ। ଆର, ଅଶ୍ବିନୀ ୫ଟି ଓ୍ବିକେଟ ହାସଲ କରିଥିବା ବେଳେ କୁଲଦୀପ ଯାଦବ ୪ଟି ଓ୍ବିକେଟ ନେଇଥିଲେ। ଏହି କାରଣରୁ ଇଂଲିସ ଟିମ୍‌ ଏହାର ଦ୍ବିତୀୟ ଇନିଂସରେ ୧୪୫ ରନ୍‌ରେ ଅଟକି‌ଥିଲା। ଭାରତକୁ ବିଜୟ ପାଇଁ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା, କାରଣ ୪୬ ରନ୍‌ ପ୍ରଥମ ପାଳି ଆଧାରରେ ଇଂଲଣ୍ଡ ଅଧିକ ରନ୍‌ କରିଛି। ତେବେ ଏହାର ଜବାବରେ ଭାରତ ପକ୍ଷରୁ ଦୁଇ ଓପନର୍‌ ଭଲ ଆରମ୍ଭ କରିଥିଲେ।

ରୋହିତ ଶର୍ମା ଓ ଯଶସ୍ବୀ ଜୟସଓ୍ବାଲଙ୍କ ଆଗରେ ଇଂଲଣ୍ଡ ଟିମ୍‌ ଅଧିନାୟକ ସମାନ ଚାଲ୍‌ ଖେଳିଥିଲେ, ଯାହା ରୋହିତ ଶର୍ମା ଇଂଲଣ୍ଡ ବିରୁଦ୍ଧରେ ଖେଳିଥିଲେ। ଦ୍ବିତୀୟ ଇନିଂସରେ ଭାରତ ସ୍ପିନରଙ୍କ ସହିତ ଦ୍ବିତୀୟ ଇନିଂସର ଆରମ୍ଭ କରିଥିଲା ଏବଂ ଖୁବଶୀଘ୍ର ଟିମ୍‌କୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। କିନ୍ତୁ ଇଂଲଣ୍ଡର ଏହି ଚାଲ କାମରେ ଆସିନଥିଲା ଏବଂ ରୋହିତ ଓ ଜୟସଓ୍ବାଲ ମିଶି ୮ ଓଭରରେ ୪୦ ରନ୍‌ କରିଦେଲେ।

You can also read: ଇତିହାସ ରଚିଲେ ଯଶସ୍ବୀ ଜୟସଓ୍ବାଲ; ଗୋଟିଏ ସିରିଜ୍‌ରେ ୬୦୦ ରନ୍‌ ହାସଲ କରିବାରେ ହେଲେ ୫ମ ଭାରତୀୟ ବ୍ୟାଟ୍ସମ୍ୟାନ୍


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.