ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଶ୍ରେୟସ ଏବଂ ରାହୁଲଙ୍କ ବିସ୍ଫୋରକ ଶତକ, ନେଦରଲ୍ୟାଣ୍ଡସ୍‌ ସମ୍ମୁଖରେ ୪୧୧ ରନ୍‌ ଟାର୍ଗେଟ୍‌

Image Courtesy: espncricinfo

ବେଙ୍ଗାଲୁରୁ: ଚଳିତ ବିଶ୍ବକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ରନ୍‌ ବର୍ଷା କରିଛି । ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ଦମଦାର ଶତକ ଭାରତୀୟ ଟିମ୍‌କୁ ଏକ ବିଶାଳ ସ୍କୋର କରିବାରେ ସହାୟତା ହୋଇଛି । ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ  ଛକା-ଚୌକାର ରନ ବର୍ଷା ହୋଇଛି । ନେଦରଲ୍ୟାଣ୍ଡସ ବିପକ୍ଷ ମ୍ୟାଚରେ ରୋହିତ ଶର୍ମାଙ୍କ ୬୧ ରନ, ଶୁଭମନ ଗିଲ୍ ୫୧ ରନ ଓ ବିରାଟ କୋହଲିଙ୍କ ୫୧ ରନ ପରେ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅପରାଜିତ ୧୨୮ ରନ ଓ କେଏଲ ରାହୁଲଙ୍କ ୧୦୨ ରନ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୪୧୦ ରନ କରିଛି । 

ନେଦରଲ୍ୟାଣ୍ଡସ ସମ୍ମୁଖରେ ୪୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ୪୧୦ ସ୍କୋର ବିଶ୍ଵକପରେ ଭାରତର ଦ୍ଵିତୀୟ ସର୍ବାଧିକ ସ୍କୋର । ମୋଟ୍ ଉପରେ ବିଶ୍ଵକପ୍ ଇତିହାସରେ ଏହା ଚତୁର୍ଥ ବଡ଼ ସ୍କୋର । ଏହି ମୁକାବିଲା ହାରିଲେ ନେଦରଲ୍ୟାଣ୍ଡସ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିବ ନାହିଁ।

ଆଜିର ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ ସାମ୍ନାରେ ନେଦରଲ୍ୟାଣ୍ଡସ ବୋଲର ନିଜକୁ ଅସହାୟ ମନେ କରିଥିଲେ । ଲୋଗାନ ଭାନ ବିକ୍‌ ୧୦ ଓଭରରେ ସର୍ବାଧିକ ୧୦୭ ରନ୍‌ ଦେଇଛନ୍ତି । ପଲ ଭାନ ମିକେରେନ୍‌ ୯୦ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ବାସ ଦେ ଲିଡେ ୮୨ ରନ୍‌ ଦେଇ ଦୁଇଟି ଓ୍ବେକଟ ଅକ୍ତିଆର କରିଥିବା ବେଳେ ରୋଲଫ ଡେର ମରଓ୍ବେ ୫୩ ରନ୍‌ ବିନିମୟରେ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ମୋଟ ୪ଟି ଓ୍ବିକେଟ ଯାଇଥିବା ବେଳେ ଭାରତ ୪୧୦ ରନ୍‌ ସ୍କୋର କରିଛି । 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.